-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
02-Oct-2026
(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଛ ଭାରତ ଅନ୍ତର୍ଗତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ର ସଫଳତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ନାମକୁ ମାତ୍ର କାର୍ଯ୍ୟକ୍ରମ କାହା ସ୍ବାର୍ଥରେ? ମୂଳ ସିଦ୍ଧାନ୍ତ ରୁ ବ୍ୟତିକ୍ରମ ହୋଇ କାର୍ଯ୍ୟକ୍ରମ କଲେ କଣ ଲକ୍ଷ ହାସଲ ହୋଇ ପାରିବ ? ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ଅବସରରେ ଅଞ୍ଚଳ ର ଆଦିବାସୀ, ଅନୁସୂଚିତ ଜାତି, ପଛୁଆ ବର୍ଗ ର ମୂଳ ନିବାସୀ ବୟସ୍କ ବ୍ୟକ୍ତି ମାନଙ୍କୁ, ଯେଉଁ ମାନ ଙ୍କ ପୂର୍ବପୁରୁଷ ଶହ ଶହ ବର୍ଷ ରୁ ଏହି ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି ସେମାନଙ୍କ ଦାୟାଦ ଅନେକ ବୟସ୍କ ବ୍ୟକ୍ତି ବିଶେଷ ଅଛନ୍ତି ସେମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମ ରେ ସାମିଲ କରିବା ଆବଶ୍ୟକ ଥିଲ ବୋଲି ଜନମାନସରେ ଚର୍ଚ୍ଚା ଜୋର ଧରିଛି। ସ୍ଥାୟୀ ଓ ମୂଳ ନିବାସୀ ବୟସ୍କ ବ୍ୟକ୍ତି ସମେତ ସମସ୍ତ ବୟସ୍କ ବ୍ୟକ୍ତି ମାନଙ୍କୁ ସମାନ ମର୍ଯ୍ୟାଦା ଓ ଅଧିକାର ସୁନିଶ୍ଚିତ କରିବା ହିଁ ଆମ ସମସ୍ତ ଭାରତୀୟ ଙ୍କ କର୍ତ୍ତବ୍ୟ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି।