-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସ୍କୁଲରେ ଶିକ୍ଷୟତ୍ରୀ ଚାକିରୀ କରିବା ଦିନ ଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନିଜ ପୁଅ ଝିଅ ପରି ଦେଖି ଆସୁଥିବା ଏବଂ କୌଣସି ପିରିୟଡ଼ ଅବହେଳା ନକରି ନିୟମିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଇ ଆସୁଥିବା ସୁଜାତା ମ୍ୟାଡ଼ାମ ତାଙ୍କ ଚାକିରୀ ଜୀବନରୁ ଅବସର ନେଇଥିବାରୁ ସୁଜାତା ମ୍ୟାଡ଼ାମଙ୍କ ଉପସ୍ଥିତି ଆଉ ସ୍କୁଲରେ ଦେଖିବାକୁ ମିଳିବନି।ଯାହା ଫଳରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନକୁ ନେଇ ଚିନ୍ତିତ ଥିବା ବେଳେ ତାଙ୍କ ପରିଚୟ ତଥା କାର୍ଯ୍ୟରତ ଷ୍ଟାଫ ମହଲରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।ସେ ଆଉ କେହି ନୁହନ୍ତି ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଘନଶ୍ୟାମ ମେହେରଙ୍କ ଧର୍ମପତ୍ନୀ ସୁଜାତା ମେହେର ।ସୁଜାତା ମ୍ୟାଡ଼ାମ ବୌଦ୍ଧ ଜିଲ୍ଳା ତିଲେଶ୍ୱର ଗ୍ରାମ ସ୍କୁଲରେ ୧୯୯୧ ମସିହାରେ ଚାକିରୀରେ ଯୋଗଦାନ କଲେ ।ସେଠାରେ ୪ବର୍ଷ ରହିବା ପରେ ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୂରପୁର ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇ ନିଜର କାର୍ଯ୍ୟ ଦକ୍ଷତା ସମ୍ପାଦନା କଲେ । ପରେ ପରେ ଡେପୁଟେସନରେ ବିନିକା ସହରସ୍ଥିତ ଜୁଂହାପଡ଼ା,ନୋଡାଲ ସ୍କୁଲ ଓ ବ୍ଲକ ଅନ୍ତର୍ଗତ ଚରଦା ସ୍କୁଲରେ ଶିକ୍ଷାଦାନ ଦେଇଥିଲେ ।ତାଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଶିକ୍ଷାବିଭାଗ ପଦୋନ୍ନତି ଦେବାପରେ ବିନିକା ବ୍ଲକ ନିକଟ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ସେଠାରେ ସେ ଦୀର୍ଘ ୨୦ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଅବିରତ ଭାବେ ଶିକ୍ଷାଦାନ ଦେଇ ତାଙ୍କର ଭବିଷ୍ୟତ ଗଠନ ଦିଗରେ ସହାୟକ ହୋଇଛନ୍ତି ।ସେହିପରି ଏହି ସ୍କୁଲରେ ଅଧ୍ୟୟନରତ ଗରିବ ଛାତ୍ରଛାତ୍ରୀଙ୍କୁ ନିଜ ତରଫରୁ ସହଯୋଗ କରି ପାଠ୍ୟ ପୁସ୍ତକ କିଣି ଦେବା ସହ ନିୟମିତ ସ୍କୁଲକୁ ଆସି ପାଠ ପଢ଼ିବା ପାଇଁ ଉପଦେଶ ଦେଉଥିଲେ ।କାର୍ଯ୍ୟରତ ଷ୍ଟାଫ ମହଲରେ ମଧ୍ୟ ସେ ପ୍ରିୟଭାଜନ ଥିଲେ ।ସେପ୍ଟେମ୍ବର ୩୦ ତାଙ୍କ ଚାକିରୀ କାର୍ଯ୍ୟକାଳ ସମାପ୍ତ ହୋଇଥିଲା।ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାପାଇଁ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା।ଏହି ସଭାରେ ସୁବର୍ଣପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସ୍ଥାନୀୟ ଶିକ୍ଷା ବିଭାଗର ଅଧିକାରୀ,ବିଭିନ୍ନ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ,ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତାଙ୍କ ଚାକିରୀ କାର୍ଯ୍ୟକାଳର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ପରେ ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ତାଙ୍କ ସ୍କୁଲର ସମସ୍ତ ଷ୍ଟାଫ ଓ ତାଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରଖିଥିବା ବ୍ୟକ୍ତି ବିଶେଷ ଏକ ଶୋଭାଯାତ୍ରାରେ କୀର୍ତ୍ତନର ତାଳେ ତାଳେ ନିଜ ଜଗନ୍ନାଥ ସ୍ଥିତ ବାସ ଭବନରେ ଆଣି ସୁଜାତା ମ୍ୟାଡ଼ାମଙ୍କୁ ଛାଡିଥିଲେ ।