-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ରାଜ୍ୟ

୪.୨ଲକ୍ଷ ଯକ୍ଷ୍ମା ଆକ୍ରାନ୍ତ ଙ୍କ ମୃତ୍ୟୁ, ଦେଶରେ ୨୮ ଲକ୍ଷ ଭୁତାଣୁ ରେ ଆକ୍ରାନ୍ତ

20-Dec-2020



ନୂଆଦିଲ୍ଲୀ,(ପ୍ରେରଣା ଖବର ବ୍ୟୁରୋ) : ଯକ୍ଷ୍ମା ରୋଗ ଏକ ଗୁରୁତର ରୋଗ ।  ଦେଶରେ ପାଖାପାଖି ୨୮ ଲକ୍ଷ ଲୋକ ଟିବି ବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୪.୨ ଲକ୍ଷ ରୋଗୀଙ୍କର ଏଥିରେ ମୃତ୍ୟୁ ହୋଇଛି । ଯଦି ଆଦିବାସୀଙ୍କୁ ନଜରକୁ ନେବା ତେବେ ଏମାନଙ୍କ ମଧ୍ୟରେ ଅଣ- ଆଦିବାସୀଙ୍କ ଅପେକ୍ଷା ଯକ୍ଷ୍ମା ରୋଗୀ ତିନି ଗୁଣା ଅଧିକ ।ଏହି ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବାରୁ ସରକାର ଏହି ରୋଗରେ ବିପଦରେ ଥିବା ଆଦିବାସୀଙ୍କୁ ଏଥିରୁ ମୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।  ଏଥିପାଇଁ ଜନଜାତି ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତି ନାମା ସ୍ୱାକ୍ଷରିତ ହୋଇଛି । ଏଥିସହ ଆଦିବାସୀଙ୍କ ଠାରୁ ଟିବି ରୋଗକୁ ସଂପୂର୍ଣ୍ଣ ଶେଷ କରିବା ପାଇଁ ଯୋଜନା କରାଯାଉଛି । ଏଥିରେ ରୋଗୀକୁ ପୁଷ୍ଟିକର ଖାଦ୍ୟ ପାଇଁ ମାସକୁ ୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବା ସହ  ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ ।  ୧୭୭ ଉଚ୍ଚ ପ୍ରାଧାନ୍ୟ ଜିଲ୍ଲା ଗୁଡିକୁ ବିଶେଷ ଧ୍ୟାନ ଦିଆଯିବ । ଏହି ଜିଲ୍ଲା ଗୁଡ଼ିକରେ ଆଦିବାସୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । 

ଆଦିବାସୀ ମାନଙ୍କୁ ଯକ୍ଷ୍ମା ରୋଗରୁ ମୁକ୍ତ କରିବାର କାର୍ଯ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ ଅଧୀନରେ କରାଯିବ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ଅଧିକାଂଶ ମନ୍ତ୍ରଣାଳୟ ଆଦିବାସୀଙ୍କ କଲ୍ୟାଣ ପାଇଁ ବଜେଟର କିଛି ଅଂଶ ରହିଛି । ବର୍ତ୍ତମାନ ଆମେ ମନ୍ତ୍ରଣାଳୟ ସହିତ ଆଦିବାସୀଙ୍କ ସ୍ୱାର୍ଥରେ ଏହି ଅଂଶକୁ ଠିକ୍ ଭବେ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଛୁ ।  ଏଥିପାଇଁ କେତେକ ମନ୍ତ୍ରଣାଳୟ ସହିତ ଚୁକ୍ତି ମଧ୍ୟ ହୋଇଛି । 

ଜାତୀୟ ଯକ୍ଷ୍ମା ବିଲୋପ ଯୋଜନା ଅଧୀନରେ ଏକ ଆଦିବାସୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି, ଏଥିରେ ଆଦିବାସୀ ଅଞ୍ଚଳରେ ସ୍ବାସ୍ଥ୍ୟ ସୁବିଧା ଜିଲ୍ଲା ସ୍ତରକୁ ବୃଦ୍ଧି କରାଯିବ । ତହସିଲ ସ୍ତରରେ ବହୁ ସଂଖ୍ୟକ ମାଇକ୍ରୋ ସ୍କୋପି କେନ୍ଦ୍ର ଏବଂ ଟିବି ୟୁନିଟ ସ୍ଥାପନ କରାଯିବ । ଏହା ସହ ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅତିରିକ୍ତ ଭତ୍ତା ଦିଆଯିବ।  ଯକ୍ଷ୍ମା ରୋଗୀଙ୍କୁ ଆର୍ଥିକ ସହାୟତା ଦିଆଯିବ ଯେଉଁଥିରେ ତାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମାସକୁ ୫୦୦ ଟଙ୍କା ଏବଂ ପରିବହନ ପାଇଁ ଥରେ ୭୫୦ ଟଙ୍କା ଦିଆଯିବ । 

ଏହି ଯୋଜନା ଅନୁସାରେ କେନ୍ଦ୍ରୀୟ ଟିବି ଡିଭିଜନ ଆଦିବାସୀ ମନ୍ତ୍ରଣାଳୟକୁ ବୈଷୟିକ ସହାୟତା ପ୍ରଦାନ କରିବ । ସେହିପରି ରାଜ୍ୟ ଟିବି ସେଲ ଏହାର ରାଜ୍ୟ ସହଭୋଗୀ ମାନଙ୍କୁ ଜିଲ୍ଲା ସ୍ତରରେ ଏକ ସ୍ଵତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଆଦିବାସୀ ମନ୍ତ୍ରଣାଳୟକୁ ଆଦିବାସୀ ପ୍ରାଧାନ୍ୟ ପ୍ରାପ୍ତ ଜିଲ୍ଲାମାନଙ୍କରେ ଜନସ୍ବାସ୍ଥ୍ୟ ସୁବିଧା ନିକଟରେ ଟିବି ସ୍କ୍ରିନିଂ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବାରେ ସହାୟତା କରିବ । ଏହା ବ୍ୟତୀତ ଯକ୍ଷ୍ମା ସଚେତନତା,ସୁବିଧା ଓ ଚିକିତ୍ସା ପାଇଁ ମଧ୍ୟ ତାଲିମ ଦିଆଯିବ । ୧୭୭ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲାରେ ଯକ୍ଷ୍ମା ସହିତ ମୁକାବିଲା କରିବା ପାଇଁ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିବେ । ଜନସାଧାରଣଙ୍କ ପ୍ରତିନିଧି,ସମ୍ପ୍ରଦାୟର ନେତା,ସ୍ୱେଚ୍ଛା ସେବୀ ଗୋଷ୍ଠୀ ଓ ଆଦିବାସୀ ନେତାମାନେ ଯକ୍ଷ୍ମା ଶୀଘ୍ର ଚିହ୍ନଟ ପାଇଁ ରାଜ୍ୟ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ହେବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like