-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
10-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ତରଭା ଅଞ୍ଚଳରେ କିଛି ବାହାର ଅପରାଧୀ ଆସି ଡକାୟତି ଯୋଜନା ଓ ଉଦ୍ୟମ କରୁଥିବା ବିଷୟ ତରଭା ପୋଲିସ ସୂଚନା ପାଇ ସେମାନେ ଲୁଚିଥିବା ସ୍ଥାନରେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ପୋଲିସ ୩ ଜଣ ଅପରାଧୀଙ୍କୁ ଧରି ଥିବା ବେଳେ ତାଙ୍କ ପାଖରୁ ଖଣ୍ଡା ଛୁରୀ ବିଭିନ୍ନ ମାରଣାସ୍ତ୍ର ଓ ଚିଲି ପାଉଡର ଇତ୍ଯାଦି ଜବତ କରିଥିଲେ । ପୋଲିସ ଅଧିକ ପଚରା ଉଚରା କଲା ପରେ ଏମାନେ ଭୁବନେଶ୍ୱର ରେ ଅନେକ ଅପରାଧିକ ମାମଲାରେ ଅଛନ୍ତି ଓ ଏମାନଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି । ଏମାନେ ସଂଗଠିତ ହୋଇ ପୁଷ୍ପା ଗ୍ୟାଙ୍ଗ ନାମକ କିଛି ଅପରାଧୀ ଭୁବନେଶ୍ୱର ପୁର୍ବରୁ ଅନେକ ମାମଲାରେ ଗିରଫ ହୋଇଛନ୍ତି । ସୋନପୁର ତରଭା ଥାନା ରେ କେଶ୍ ରେଜିଷ୍ଟ୍ରେସନ୍ କରାଯାଇ ଧରାପଡ଼ିଥିବା ୩ ଜଣ ଅପରାଧୀ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ସୂଚନା ଦେଇଛନ୍ତି |
ଗିରଫ ଅପରାଧୀଙ୍କ ମଧ୍ୟରୁ ମୁଖ୍ୟ ଅପରାଧୀ ପି. ରମୂଜ ରାଓ ଧଉଳଗିରି ଥାନା ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି ଓ ତାଙ୍କ ନାଁ ରେ ୧୩ ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣା ପଡ଼ିଛି । ଏବଂ ଏହି ଅପରାଧ ରେ ଆଉ ଦୁଇ ଜଣ ସହଯୋଗୀ ପ୍ରତ୍ୟୁଷ ପ୍ରିୟାଂଶୁ ନାଏକ ଗିରଫ ହୋଈଥିବା ବେଳେ ଏହି ଘଟଣା ସହ ସାମିଲ ଥିବା ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ଅଞ୍ଚଳର ଆଉ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ନାଁ ପ୍ରକାଶ କରି ନ ଥିବା ଜଣାଯାଇଛି ।