-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
10-Aug-2026
ବଲାଙ୍ଗିର,୧୦/୮ - କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ଜିଲ୍ଲା କମିଟି ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଶ୍ରମିକମାନଙ୍କର ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ଦାବି ଗୁଡିକ ମଧ୍ୟରେ ଶ୍ରମିକ ବିରୋଧି ୪ଟି ଶ୍ରମକୋଡ ବାତିଲ କର, ଶ୍ରମିକ ବିରୋଧି ଅଧ୍ୟାଦେଶ ରଦ୍ଦ କର ଓ ଶ୍ରମିକ ସୁରକ୍ଷାକୁ ବୁର୍ନବାହାଲ କର, ସମସ୍ତ ମହିଳା ସ୍କିମ ୱାର୍କର ଯଥା ଆଶା କର୍ମୀ, ପାଚିକା, ଅଙ୍ଗନୱାଡି କର୍ମୀଙ୍କୁ ୱାର୍କର ମାନ୍ୟତା ପ୍ରଦାନ କର, ମାସିକ
ସର୍ବନିମ୍ନ ମଜୁରି ୨୬ହଜାର ଟଙ୍କା ପ୍ରଦାନ , ସାମାଜିକ ସୁରକ୍ଷା ସଂପ୍ରସାରଣ, ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କୁ ସୁଦୃଢ କର, କଳା ଆଇନ ଗୁଡିକୁ ପ୍ରତ୍ୟାହାର କର ଇତ୍ୟାଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । ଏହି ବିକ୍ଷୋଭ ସମାବେଶରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ର ସହ ସଂପାଦକ ସାଏବୁ ନନ୍ଦ, ନିଖିଳ ଓଡିଶା ଆଶା କର୍ମୀ ସଂଘର ବଙ୍ଗୋମୁଣ୍ଡା ବ୍ଲକ କମିଟି ସଭାପତି ଅହଲ୍ୟା ବାଗ, ସଂପାଦିକା ପ୍ରେମ ମଂଜରି ମହାନନ୍ଦ, କଣ୍ଟାବାଞ୍ଜି ସହରଂଚଳର ସଭାପତି ଜୁଲି କେନେଡି, ଗାନ୍ଧାରି ବେହେରା, ଜେମା ସେଠ, ତୁରେକେଲା ବ୍ଲକ କମିଟିର ସଭାପତି ବନୀତା ପୁଟେଲ, ପ୍ରଭାତି ବାରିକ, ତପସ୍ୱିନୀ ଖର୍ସେଲ, ଖପ୍ରାଖୋଲ ବ୍ଲକ କମିଟିର ଉପସଭାପତି ମଂଜୁଲତା ସୁନା, ପଦ୍ମାବତୀ ମେହେର, ବିଜୟା ସାହୁ, ବେଲପଡା ବ୍ଲକ କମିଟିର ସଂଯୋଜିକା ଲତା ପୁଟେଲ, ଭୂମିସୂତା ଭୁଏ, ତୁଲାବତୀ ସାହୁ, ବଲାଙ୍ଗିର ବ୍ଲକ କମିଟି
ଉପସଭାପତି ମୀନାକ୍ଷି ଜେନା, ସୁଜାତା ସେଠ, ମାନଷି ଧରୁଆ, ଅମୁଲ୍ୟ ବେହେରା, ପୁଷ୍ପାଞ୍ଜଳି କର୍ତ୍ତି, ଦୁଃଖି ଭୁକ୍ତା, ପିଙ୍କି ସିଂଦେଓ, ସ୍ୱେତପଦ୍ମା ପଟେଲ, ମୈଥିଲି ମଲ୍ଲିକ, ଦମୟନ୍ତି ସାହୁ, ଯଶୋବନ୍ତି ସରାଫ, ସଇଁନ୍ତଲା ବ୍ଲକ କମିଟି ସଭାପତି ଶୋଭାଗିନି ବାଗ, କୁନି ଛତ୍ରିଆ, ପଦ୍ମିନୀ ସୁନା, ସନ୍ତୋଷିନୀ ରଣା, ଆଗଲପୁର ବ୍ଲକ କମିଟିର ସଂପାଦିକା ହରିପ୍ରୀୟା କୁମ୍ଭାର, ଟିଟିଲାଗଡ ସହରଂଚଳ କମିଟିର ସଭାପତି ଭୂମିସୂତା ବେହେରା, କବିତା ମହାନ୍ତି, ଭାଗ୍ୟବତୀ ଷାଣ୍ଢ, ନିର୍ମାଣ ଶ୍ରମିକ ରୁ କମଲ ଭୁଏ, ଜଗବନ୍ଧୁ ବେହେରା, ପ୍ରବୀର କୁମାର କମ୍ପ, ପାଚିକା ସଂଘରୁ ମାଧବୀ କଲତା, ବଲ୍ଲଭି ସିଂ, ସୁକାନ୍ତି ମେହେର ତଥା ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ।