-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୁହୂରମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||      ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||     

HOME   ଜିଲ୍ଲା

ଧାନ କଷ୍ଟମ ମିଲିଂରେ ଶ୍ୟାମଜୀ ପେଡିପ୍ରୋସେସିଂ ଓ ରାଧେଗୋବିନ୍ଦ ଫୁଡପ୍ରଡକ୍ଟର ଚଞ୍ଚକତା

27-Nov-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ଖରିଫ ଧାନ କିଣା ଆରମ୍ଭ ହେବାକୁ ଯାଉଛି । ଏହି ଧାନ କିଣା ପୂର୍ବରୁ ରାଇସ ମିଲ ମାନଙ୍କର ସବୁପ୍ରକାର ଯୋଗ୍ୟତାକୁ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ସରକାରୀ ନୀୟମ ମୁତାବକ ମିଲରର୍ସଙ୍କ ପୁରୁଣା ବାକିଆ, ବିଦ୍ୟୁତବିଲ ଷ୍ଟାଟସ, ମିଲିଂ କାପାସିଟି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏନଓସି, ଆରଏମସିର ପଞ୍ଜିକରଣ ନମ୍ବର ଯାଞ୍ଚର ଆବଶ୍ୟକତା ରହିଥାଏ । ଉପଖଣ୍ଡ ସ୍ତରରେ ସହକାରୀ ଯୋଗାଣ ଅଧିକାରୀଙ୍କ ଯାଞ୍ଚପରେ କଷ୍ଟମ ମିଲିଂରେ ସାମିଲ ହେବାକୁ ମିଲର୍ସଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଏହାର ଉଲଂଘନ କରାଯାଇ ମିଲର୍ସମାନେ ଚଞ୍ଚକତା କରୁଛନ୍ତି ବୋଲି ଅଭିଯୋଗ ଉଠିଛି । ବେଲପଡା ସଲଣ୍ଡିରେ ଥିବା ଶ୍ୟାମଜୀ ପେଡିପ୍ରୋସେସିଂ ଓ ରାଧେଗୋବିନ୍ଦ ଫୁଡପ୍ରଡକ୍ଟ ମିଲ ନାମରେ ଅନେକ ଅଭିଯୋଗ ଆସିଛି । ଗୋଟିଏ ଗୋଟିଏ କ୍ୟାମ୍ପସରେ ୪ଟି ମିଲ ଚଳାଉଥିବା ତଥା ଗୋଟିଏ ଗୋଟିଏ ବିଦ୍ୟୁତ କଜ୍ୟୁମର ନମ୍ବରରେ ଦୁଇଟି ମିଲ ଚଳାଇବାର ଅଭିଯୋଗ ଉଠିଥିଲା । ସେହି ଘଟଣାର ତଦନ୍ତ କରିବାକୁ ନୂଆକରି ଯୋଗଦାନ କରିଥିବା ସିଏସଓ ଅଜୟ ମଲ୍ଲିକଙ୍କୁ ଦାୟୀତ୍ୱ ଦିଆଯାଇଥିଲା । ସେ ଗତ ଦୁଇଦିନ ତଳେ ମିଲକୁ ପହଞ୍ଚି ତଦନ୍ତ କରିଥିଲେ । କିନ୍ତୁ ରିପୋର୍ଟ କଣ ଦେଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଏହି ଅଭିଯୋଗ ବ୍ୟତିତ ଆହୁରି ବଡ ଚଞ୍ଚକତା ସାମନାକୁ ଆସିଛି । ଶ୍ୟାମଜୀ ପେଡିପ୍ରୋସେସିଂ ରାଇସମିଲ ଓ ରାଧେଗୋବିନ୍ଦ ଫୁଡପ୍ରଡକ୍ଟ ସରକାରୀ କଷ୍ଟମମିଲିଂରେ ସାମିଲ ହୋଇଥିଲେ ହେଁ ଫ୍ରିସେଲ ଚାଉଳ ବିକ୍ରୀ କରୁଛନ୍ତି । ରାଜ୍ୟ ଯୋଗାଣ ନିଗମରେ ଚୁକ୍ତିକରି କଷ୍ଟମମିଲିଂରେ ସାମିଲ ହେଉଥିଲେ ହେଁ ଏହି ମିଲ ବଜାରରୁ କମ ଦରରେ ଧାନ କିଣି ଚଢାଦରରେ ଖୋଲାବଜାରରେ ମୁଢି ଚାଉଳ ଓ ସର୍ଟେକ୍ସ ଚାଉଳ ବିକ୍ରି କରୁଛନ୍ତି । ତାଙ୍କର ମିଲ୍‌ର ବିଦ୍ୟୁତବିଲ ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି । ଆମର ହସ୍ତଗତ ହୋଇଥିବା ତାଙ୍କ ମିଲର ବିଦ୍ୟୁତ ବିଲରୁ ସ୍ପଷ୍ଟ ହେଉଛି ଯେ,ସେ କଷ୍ଟମମିଲିଂ ଧାନ ବ୍ୟତିତ ପ୍ରତିବର୍ଷ ଅନ୍ୟୁନ ୧ଲକ୍ଷ କ୍ୱିଣ୍ଟାଲ ଅଧିକ ଧାନ ମିଲଂକରି ତାହାର ଚାଉଳ ଖୋଲାବଜାରରେ ବିକ୍ରି କରି କୋଟି କୋଟି ଟଙ୍କାର ଲାଭ ଖାଉଛନ୍ତି । ଗତ ଡିସେମ୍ବର ୨୦୨୨ରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଶ୍ରୀଶ୍ୟାମଜୀ ରାଇସମିଲରେ ମୋଟ ୬ଲକ୍ଷ ୩ହଜାର ୧୨୭ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହୋଇଥିବା ତଥ୍ୟ କହୁଛି । ନୀୟମ କହୁଛି ମିଲରେ ଗୋଟିଏ କ୍ୱିଣ୍ଟାଲଧାନ ମିଲିଂ କରିବାକୁ ୪ରୁ ୪.୫ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ଗତବର୍ଷ ଶ୍ୟାମଜୀ ପେଡି(ଉଷୁନା) ଓ ଅରୁଆ ମିଲକୁ ମିଶାଇ ମୋଟ ୮୫ ହଜାର କ୍ୱିଣ୍ଟାଲ ଧାନ କଷ୍ଟମମିଲିଂରେ ନେଇଥିଲେ । ସରକାରୀ ନୀୟମ ଆକାରରେ ଦେଖିଲେ ତାଙ୍କର ଧାନ ମିଲିଂ ଓ ଅନ୍ୟାନ୍ୟ ଉପକରଣ ଯଥା-ଏସି,ଲାଇଟରେ ମୋଟ ୪ଲକ୍ଷ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେବାକଥା । କିନ୍ତୁ ତାଙ୍କର ଆହୁରି ବଳକା ୨ଲକ୍ଷ ୟୁନିଟ ବିଦ୍ୟୁତ ବିଲ ହୋଇଛି କିପରି ? ସେହିପରି ରାଧେଗୋବିନ୍ଦ ଫୁଡପ୍ରଡକ୍ଟ ମିଲରେ ମଧ୍ୟ ସମାନ ଅବସ୍ଥା । ଗତ ୨୦୨୨ ଡିସେମ୍ବରରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୬ଲକ୍ଷ ୯୬ ହଜାର ୧୫୬ ୟୁନିଟ ବିଦ୍ୟୁତବିଲ । ସେହିମିଲର ମଧ୍ୟ ହିସାବକୁ ନେଲେ ପ୍ରାୟ ୮୦ ହଜାର କ୍ୱିଣ୍ଟାଲ ଧାନକୁ ମିଲିଂ କରିବାକୁ ମୋଟ ୪ଲକ୍ଷ ୟୁନିଟ ଭିତରେ ବିଦ୍ୟୁତ ବିଲ ଖର୍ଚ୍ଚ ହେବା କଥା । ଏଠାରେ ମଧ୍ୟ ତାଙ୍କର ଅଢେଇ ଲକ୍ଷରୁ ଅଧିକ ୟୁନିଟ ଅଧିକ ବିଲ ହୋଇଛି । ଏହି ତଥ୍ୟକୁ ଦେଖିଲେ ଶ୍ରୀଶ୍ୟାମଜୀ ଓ ରାଧେଗୋବିନ୍ଦ ଉଷୁନା ରାଇସମିଲରେ ମୋଟ ୪ଲକ୍ଷରୁ ଅଧିକ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହୋଇଛି । ସେହି ଆଧାରରେ ଏହି ମିଲରେ ଅଧିକ ପରିମାଣରେ ଧାନ ମିଲିଂ କରାଯାଇଥିବା ସ୍ପଷ୍ଟ ହୋଇଯାଉଛି । ଅନ୍ୟୁନ ୧ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ମିଲିଂ କରାଯାଇ ଖୋଲାବଜାରକୁ ଚାଉଳ ବିକ୍ରୀ କରାଯାଇଥିବା ସ୍ପଷ୍ଟ ହେଉଛି । ନୀୟମ ଅନୁଯାୟୀ ଯୋଗାଣ ବିଭାଗର ଜଣେ ଅଥରାଇଜଡ ଅଫିସର କଷ୍ଟମମିଲିଂ ଧାନର ଦାୟୀତ୍ୱରେ ରହିବେ । ମିଲରେ କେତେ ଧାନ ରହିବ ତାର ରକ୍ଷକ ଦାୟୀତ୍ୱରେ ଏହି ଅଥରାଇଜଡ ଅଫିସର ରହିବେ । ଏହା ସହିତ କେଉଁଦିନ କେତେ ଧାନ ମିଲିଂହେଲା ତାହାର ରିପୋର୍ଟ ଅଥରାଇଜଡ ଅଫିସର ହିଁ ଯୋଗାଣ ନୀଗମକୁ ଦେବେ । କିନ୍ତୁ ଏଠାରେ ଅଥରାଇଜଡ ଅଫିସରଙ୍କ ଜ୍ଞାତସାରରେ ହିଁ ସବୁ କଳାକରନାମା ହେଉଥିବା ଅଭିଯୋଗ ଉଠୁଛି । ଏବେ ଚଳିତବର୍ଷ ପୁଣି ଏହି ଦୁଇମିଲର କଜ୍ୟୁମର ନମ୍ବରରେ ଆଉ ଦୁଇଟି ଅରୁଆ ରାଇସମିଲ ଖୋଲିଥିବା ଦର୍ଶାଇ କଷ୍ଟମମିଲଂରେ ଧାନ ଉଠାଇବାକୁ ଉଦ୍ୟମ ଚାଲିଥିବା ତଥ୍ୟ ଆମର ହସ୍ତଗତ ହୋଇଛି । ଏବିଷୟରେ ଏହି ଦୁଇ ରାଇସମିଲର ଅଥରାଇଜଡ ଅଫିସର ଥିବା ପାଟଣାଗଡ ଏସିଏସଓ ମାୟାଧର ସାହୁଙ୍କୁ ପଚାରିବାରୁ ସେ ଏନେଇ ସ୍ପଷ୍ଟ ଉତ୍ତର ରଖୁନାହାଁନ୍ତି । ଏବେ ଆଉ ଏକ ନୂଆ ତଥ୍ୟ ହସ୍ତଗତ ହୋଇଛି । କଷ୍ଟମମିଲିଂ ପୂର୍ବରୁ ଶ୍ୟାମଜୀ ଓ ରାଧୈଗୋବିନ୍ଦ ମିଲରେ ୧୦ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କିଣାଯାଇ ମହଜୁଦ ରଖାଯାଇ ସାରିଛି । ସେହି ଧାନ କେଉଁଠୁ କିଣିଲେ ଓ କଷ୍ଟମମିଲିଂରେ ସାମିଲ ହେବାକୁ ଆବେଦନ କରିଥିଲେ ହେଁ ଖୋଲାବଜାରରୁ ସେ ଧାନ କିଣିଲେ କିପରି ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି । ସେପଟେ ଜିଲ୍ଲାରେ ଧାନକିଣା ଦାୟୀତ୍ୱ ସମବାୟ ବିଭାଗ ଦାୟୀତ୍ୱରେ ଥିଲେ ହେଁ ଜିଲ୍ଲାପାଳ ହିଁ ସବୁଥି ପାଇଁ ଉତ୍ତରଦାୟୀ । ଏହି ମିଲର କଳାକାରନାମା ବିଷୟରେ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ଓ ସମବାୟ ବିଭାଗ ଅନ୍ଧାରରେ ରଖୁନାହିଁ ତ? ତେଣୁ କଷ୍ଟମମିଲିଂରେ ଏହି ଦୁଇ ମିଲକୁ ସାମିଲ କରିବା ପୂର୍ବରୁ ଏହାର ମିଲକୁ ଯାଞ୍ଚ କରାଯିବା ସହିତ ଅଧିକ ବିଦ୍ୟୁତ ବିଲ କେଉଁଥିପାଇଁ ଖର୍ଚ୍ଚ ହୋଇଛି ତାହାର ମଧ୍ୟ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୁହୂରମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   24-Aug-2026
କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026
  ରାଜ୍ୟ  
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   24-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   24-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   24-Aug-2026
  ଜିଲ୍ଲା  
*ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   24-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   24-Aug-2026
  ଜିଲ୍ଲା  
ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   24-Aug-2026
  ଜିଲ୍ଲା  
ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   24-Aug-2026
  ଜିଲ୍ଲା  
ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   24-Aug-2026

You Might Also Like