-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ଆଗଲପୁର(ବିନୋଦ ଦୀପ)ଆଗଲପୁର ପୋଲିସ ବେଆଇନ ମଦ ଚାଲାଣ କରୁଥିବା ଅଭିଯୋଗରେ ଅମରାମୁଣ୍ଡା-ଇଂସା ରାସ୍ତାରୁ ଏକ ସ୍କୁଟି(ଓଡି୧୭ଏନ୍ ୯୦୧୨) ସହ ୩ଠଲିଟର ଦେଶୀ ମଦ ଜବତ କରିଛି । ଏଥିସହ ଏହି ଘଟଣାରେ ସଂପୃକ୍ତ ଆକାଶ ପୁଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଫଟାମୁଣ୍ଡା ଅଙ୍ଗନଦୀ ଖଣ୍ଡିରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ଉ କରି ୩ଠଠକିଗ୍ରା ମହୁଲ ପୋଚ ନଷ୍ଟ କରିଛି । ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଏଏସ୍ଆଇ ନାରାୟଣ ସା, ଅନ୍ତର୍ଯ୍ୟାମୀ ବେହେରା, କନେଷ୍ଟବଲ ବେଣୁଧର ମହାଲିଙ୍ଗ, ଦୀନେଶ ଚନ୍ଦ୍ର କର, ଯତୀନ୍ଦ୍ର ନାଏକ, ପଦ୍ମଲୋଚନ ଗଡତ୍ୟା ସାମିଲ ଥିଲେ ।