-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2023
ବୋଡ଼େନ(ଡୋଲେଶ୍ଵର ବାଗ):ଦେଶ ସାରା ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ବୋଡ଼େନ ବ୍ଲକର ବାବେବୀର୍ ପଂଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟାନନ୍ଦ ମେହେରଙ୍କ ନିର୍ଦ୍ଦେଶନାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ମାଧ୍ୟମରେ ବାବେବିର ଗ୍ରାମର ସାପ୍ତାହିକ ବଜାର ପଡିଆ,ଗ୍ରାମର ଅନେକ ରାସ୍ତା,ପଞ୍ଚାୟତ କାର୍ଯ୍ୟାଳୟ
ପ୍ରାଙ୍ଗଣ,ଅଙ୍ଗନୱାଡ଼ି କେନ୍ଦ୍ର ପରିସର ଇତ୍ୟାଦି ସ୍ଥାନରେ ଥିବା ମଇଳା ଆବର୍ଜନା ଗୁଡ଼ିକୁ ସଫା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଲମ୍ବୋଦର ବାଗ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ନାଏବ ସରପଂଚ ଯୁଗେଶ୍ୱର ପାଣ୍ଡେ,ପଞ୍ଚାୟତ ମହା ସଂଘ ସଭାନେତ୍ରୀ ନମିତା
ବାରିକ,କୃଷି ମିତ୍ର ସୋହାଗା ବାରିକ ଓ ପ୍ରେମସିଲା ବନ୍ଧିଛୋର୍, ସି ଆର୍ ପି ସରିତା ହଂସ ଓ ଚନ୍ଦ୍ରାବତି ନାଗ,ୱାର୍ଡ ମେମ୍ବର ବୀଣାପାଣି ବାଗ, ମନ୍ଥୁ ନାଏକ,କୁନୁ ଛତ୍ରିଆ ,ରତନ ହଂସ ଏବଂ ପଞ୍ଚମ ହଂସ ଉପସ୍ଥିତ ରହି ଶ୍ରମ ଦାନ କରିଥିଲେ ।ସ୍ୱଚ୍ଛ ଭାରତ ଅଭିଯାନକୁ ନିୟମିତ ଭାବେ କାର୍ଯ୍ୟକାରି କରାଯିବ ବୋଲି ଉପସ୍ଥିତ ସମସ୍ତେ ଉପସ୍ଥାପନ କଲେ।