-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2023
ମୁରିବାହାଲ (ସୁଦାମା ଚରଣ ଵଘାର)
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ମୁରିବାହାଲ ପଂଚାୟତି ଉଚ୍ଚ ବିଦ୍ଯାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ପାତ୍ର ଙ୍କ ତତ୍ତ୍ବାବଧାନରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏବିଇଓ ହିରାସିଂ ମାଝୀ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଇଓ କୋଦଣ୍ଡଧର ଭୋଇ, ଓଡିଶା ଆଦର୍ଶ ବିଦ୍ଯାଳୟ ର ଅଧ୍ଯକ୍ଷ ପିତାମ୍ବର ବେଶ୍ରା, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ଯାଳୟ ର ମୁଖ୍ୟ କିରାଣୀ ନାରାୟଣ ମାଝୀ ଯୋଗଦାନ କରି ଥିଲେ। ବିଦ୍ଯାଳୟ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରେଲି ଦ୍ବାରା ମୁରିବାହାଲ ପରିକ୍ରମା କରାଯାଇ ସ୍ବଛତା ରା ବାର୍ତ୍ତା ଲୋକଙ୍କୁ ପ୍ରଦାନ କରାଯାଇଥିଲା ଏବଂ ବିଦ୍ଯାଳୟ ପରିସରକୁ ସ୍ବଛ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ରଶ୍ମି ଲତା ପାତ୍ର, ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି, ହେମନ୍ତ ନାଗ, ବିକ୍ରମ ପୁରୋହିତ, ମନୋଜ କୁମାର ସ୍ବାଇଁ, ଚନ୍ଦଧ୍ବଜ ଭୋଇ, କଲାକାନ୍ହୁ ରଣା ତଥା ବିଦ୍ଯାଳୟ ର ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ବିଦ୍ଯାଳୟ ପରିସରକୁ ସଫା କରଥିଲେ।