-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ସନ୍ଥକବିଙ୍କ ସମାଧିପୀଠର ଉନ୍ନୟନ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର, ଡିପିଆର ପ୍ରସ୍ତୁତି ପାଇଁ ପହଞ୍ଚିଲେ ଓଟିଡିସିର ଟେକ୍ନିକାଲ ଟିମ୍‌

04-Sep-2023



ସୋନପୁର(ମନୋରଂଜନ ତ୍ରିପାଠୀ)-ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧନା,ସିଦ୍ଧି ଓ ସମାଧିପୀଠର  ଉନ୍ନୟନ ପାଇଁ ରାଜ୍ୟସରକାରଙ୍କ ପର୍ଯ୍ୟଟନବିଭାଗ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ଏହି ଅନୁଦାନ ଅର୍ଥରେ କେଉଁ କେଉଁ ଉନ୍ନୟନ କାମ କରାଯିବ ସେନେଇ ଏକ ଡିପିଆର ପ୍ରସ୍ତୁତ କରିବାକୁ ଆଜି ରାଜ୍ୟ ପର୍ଯ୍ୟଟନ ନୀଗମର ଏକ ବୈଷୟୀକ କମିଟି ଆସି ଖଲିଆପାଲିର ଏହି ପର୍ଯ୍ୟଟନସ୍ଥଳିକୁ ପରିଦର୍ଶନ କରିଛି । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ ଅଧିକାରୀ ରହିଥିବା ଆର.କେ. ଦଳାଇଙ୍କ ନେତୃତ୍ୱରେ ପର୍ଯ୍ୟଟନ ନୀଗମର ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଅଫିସର ଚିତ୍ତରଂଜନ ସେନଗୁପ୍ତା, ଆର୍କିଟେକ୍ଟ ରୋଜାଲିନ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପଧାନ, କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ମହାରଣା ପ୍ରମୁଖ ସଂଧ୍ୟା ୫ଟାରେ ପହଞ୍ଚି ଭୀମଭୋଇ ସମାଧିପୀଠଟ୍ରଷ୍ଟର କର୍ମକର୍ତ୍ତା, ଖଲିଆପାଲି ମଠର ବାବା ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ସଂପାଦକ ଜନ୍ମେଜୟ ସ୍ୱାଇଁ, ପୀଠର ପରିଚାଳକ ବାବା ସନ୍ୟାସୀ ବାବା, ସୋନପୁର ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଶେଷଦେବ ମେହେର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଖଲିଆପାଲି ଗ୍ରାମର ବରିଷ୍ଠ ନାଗରିକ ମହାଦେବ ବଗର୍ତ୍ତି, କାର୍ତ୍ତିକ ଭୋଇ, ଅଷ୍ଟମ ମେହେର, ସତ୍ୟନାରାୟଣ ପୂଜାହାରୀ, ବିଭୁତିଭୁଷଣ ନେଗୀ ପ୍ରମୁଖ ଏହି ଟିମ ସହିତ ଆଲୋଚନା କରି ପୀଠରେ ଭୋଗମଣ୍ଡପ, ଜ୍ୟୋତି ମଣପ,ପୀ ଠରେ ଆଲୋକ ବ୍ୟବସ୍ଥା, ଖାଲିଥିବା ସ୍ଥାନରେ ଟାଇଲ ଲଗାଯାଇ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ କରାଯାଇଥିଲା । ଆଗକୁ ଅନ୍ୟ ଅନୁଦାନ ଆସିଲେ ସଭାମଣ୍ଡପ ସମ୍ମୁଖରେ ଏକ ବଡ ଓପନ ହଲ ନିର୍ମାଣ କରାଯିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ପୀଠର ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖି ଉନ୍ନୟନ କାମକୁ ଓଟିଡିସି ନିଜେ ଏହି କାମକୁ ଟେଣ୍ଡର ଡକାଇ କରାଇବ ବୋଲି ପର୍ଯ୍ୟଟନ ଅଧିକାରୀ କହିଥିଲେ । ଆଜିର ଏହି ପରିଦର୍ଶନ ପରେ ଏହି ଟିମ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରି ଡିପିଆର ଫାଇନାଲ କରିବେ ବୋଲି କହିଥିଲେ । ପ୍ରକାଶ୍ୟ ଯେ, ଗତ ୧୯୯୯ ମସିହାରୁ ଖଲିଆପାଲି ପୀଠର ଉନ୍ନତି ପାଇଁ ବିଧାୟକଙ୍କ ଉନ୍ନୟନପାଣ୍ଠି, ସୋନପୁର ଟ୍ରଷ୍ଟ ଫଣ୍ଡ, ସୋନପୁର ବ୍ଲକ, ରାଜ୍ୟପର୍ଯ୍ୟଟନ ବିଭାଗ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ଅନେକଗୁଡିଏ ଉନ୍ନୟନ କାମ କରାଯାଇଛି । ଏହି ପୀଠକୁ ବର୍ଷସାରା ମହିମା ଭକ୍ତ, ପର୍ଯ୍ୟଟକ ଓ ଗବେଷକମାନେ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ କରାଯାଉଥିବା ସୂଚନା ମିଳିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like