-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ବରଗଡ:- (ନିରଞ୍ଜନ ତ୍ରିପାଠୀ)
ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ସଞ୍ଜୟ କୁମାର ନନ୍ଦ ଆହ୍ବାନ କ୍ରମେ କଂଗ୍ରେସ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ କଂଗ୍ରେସ ନେତା ଜାପାନୀ ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ତଥା ପିସିସି ସଭ୍ୟ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ କଂଗ୍ରେସ ସଂଗଠନ ବିଷୟରେ ଅଧିକ ସୂଚନା ଓ ବିସ୍ତୃତ ଭାବରେ ଆଲୋଚନା କରି ବିଜେଡି ଓ ବିଜେପି ସରକାରଙ୍କ ପକ୍ଷରୁ ହେଉ ଥିବା ଦୁର୍ନୀତି, ପିସି କାରବାର ଓ ନିମ୍ନ ମାନର କାମକୁ ଭର୍ସନା କରିଥିଲେ। ଏହି ସମୟରେ କଂଗ୍ରେସ ର ଶରତ ସରାଫ, ତାରାଚାନ୍ଦ ସାଥୁଆ, ରାମକୃଷ୍ଣ ବାରିକ, ସଞ୍ଜୟ ସାହୁ, ଭିମ ଭୋଇ, ସହଦେବ ମେହେର,ଅନନ୍ତ ପାତ୍ର,ଅଶୋକ କର ସମେତ ବ୍ଲକ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ଭାବେ ମାଧବ ସାହୁ, ଗୋବିନ୍ଦ ସାହୁ, ଦୋଳଗୋବିନ୍ଦ ବେହେରା ଯୋଗଦେଇ ଥିଲେ। ପରିଶେଷରେ ରମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।