-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
16-Jun-2023
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ରାସ୍ତା ରେ ଯାତାୟାତ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରି ରାଜ୍ୟ ସରକାର ଜଳଛତ୍ର ବ୍ୟବସ୍ଥା କରୁଥିବା ବେଳେ କିଛି ଖଳପ୍ରକୃତି ର ପ୍ରଶାସନିକ ଅଧିକାରୀ ଓ ନେତା ମାନେ ମିଶି ନିରହ ଗରିବ ଲୋକଙ୍କ ଟଙ୍କା ଆତ୍ମସାତ କରୁଛନ୍ତି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ମାଲପଡା ପଞ୍ଚାୟତ ଜାମଚୁଆଁ ଗାଁ ରେ ବାଟୋଇ ମାନଙ୍କ ପିଇବା ପାଇଁ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ଗତ ବର୍ଷ ଠାରୁ ଉକ୍ତ ଗ୍ରାମର ଟିକେରାମ ଭଇଁଷାଲ (୬୧) ପିତା.କୁମର ଭଇଁଷାଲ ନିଜ ଗାଁ ବସ୍ ଷ୍ଟାଣ୍ଡରେ ପାଣି ଛତ୍ର ଦେଇ ଆସୁଛନ୍ତି। କିନ୍ତୁ ସେ ଠିକ୍ ଭାବରେ ନିଜ ପ୍ରାପ୍ୟ ଟଙ୍କା ପାଉନଥିବା ଅଭିଯୋଗ କରିଛନ୍ତି।ଗତ ବର୍ଷ ଅପ୍ରେଲ ମାସ ୧ ରୁ ଜୁନ ୧୫ ପର୍ଯ୍ୟନ୍ତ ଜଳଛତ୍ର ଦେଇଥିବା ବେଳେ ତାଙ୍କୁ ମାତ୍ର ୧୨୦୦୦ ହଜାର ଟଙ୍କା ମାଲପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୋପାଳ ମେହେର ହାତାହାତି ଦେଇଥିଲେ। ସରକାରୀ ନିୟମ ଅନୁସାରେ ଗତ ବର୍ଷ ଶ୍ରମିକ ମୂଲ୍ୟ ୩୨୬ ଟଙ୍କା ଥିବା ବେଳେ ୭୫ ଦିନ କୁ ୨୪୪୫୦ ଟଙ୍କା ତାଙ୍କ ପ୍ରାପ୍ୟ ମୂଲ୍ୟ ହେଉଛି ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କୁ ମାତ୍ର ୧୨୦୦୦ ହଜାର ଟଙ୍କା ଦେଇ ବାକି ଟଙ୍କା ଆତ୍ମସାତ କରିଥିବା ସେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ମଧ୍ୟ ସେ ଅପ୍ରେଲ ମାସ ଆରମ୍ଭ ରୁ ଜୁନ ୧୫ ପର୍ଯ୍ୟନ୍ତ ଜଳଛତ୍ର ଦେଇଥିବା ବେଳେ ତାଙ୍କୁ କେତେ ଟଙ୍କା ଦିଆଯିବା କଥା ସେ ଜାଣିନାହାନ୍ତି ।ସରକାର ଙ୍କ ନିୟମ ଅନୁସାରେ ଯେକୌଣସି ବ୍ୟକ୍ତି ଦ୍ଵାରା ପାଣି ଯୋଗାଇ ଦିଆଯାଉଛି ତାହେଲେ ତାଙ୍କ ଏକାଉଣ୍ଟ୍ ରେ ଟଙ୍କା ପକାଇଲେ ଏହି ଭଳି ଦୁର୍ନୀତି କୁ ରୋକିହେବ ବୋଲି ବୁଦ୍ଧି ଜୀବି ମହଳରେ ମତ ପ୍ରକାଶ ପାଉଛି।ଏ ବିଷୟକୁ ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି।