-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଥାନା ଅନ୍ତର୍ଗତ ଫାଷଡ଼ ଗ୍ରାମରେ ଆଜି ମାଉସୀ ମନ୍ଦିର ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l ଫାଷଡ଼ ସରପଞ୍ଚ ଉଗ୍ରେସନ ବାରାଡ଼ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଙ୍କ ଦ୍ୱାରା ଏହି ମାଉସୀ ମନ୍ଦିର ର ଭିତ୍ତିପ୍ରସ୍ତର ସ୍ଥାପନ ଫାଂସଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ସୁ ସ୍ୱାଗତ କରି ଶ୍ରୀ ଅମରେନ୍ଦ୍ର ମିଶ୍ର ଙ୍କୁ ସରପଞ୍ଚ ଶ୍ରୀ ବରାଡ଼ ଙ୍କ ସମେତ ଗ୍ରାମର ଲୋକ ଓ ମହିଳା ମାନେ ପାଛୋଟି ଆଣିଥିଲେ l ସରପଞ୍ଚ ଙ୍କ ଅନେକ ଦିନରୁ ଇଛାଥିଲା ଯେ ଏହି ଗ୍ରାମରେ ମାଉସୀ ମନ୍ଦିର ଟିଏ ତିଆରି ହେଉ l ଏଥିପାଇଁ ସରପଞ୍ଚ ଶ୍ରୀ ବରାଡ଼ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ଦ୍ୱାରସ୍ତ ହୋଇଥିଲେ, ଆଜି ତାଙ୍କ ବଡ଼ ପୁଅ ଶ୍ରୀ ମିଶ୍ର ଆସି ଆଜି କାର୍ଯ୍ୟକାରୀ କରିବାରୁ ସରପଞ୍ଚ ଶ୍ରୀ ବରାଡ଼ ଖୁସିବ୍ୟକ୍ତ ହେବାସହ ଫାସଡ଼ ଗ୍ରାମରେ ଖୁସିର ଲହରୀ ସୃଷ୍ଟି ହୋଇଛି l ମନ୍ଦିର ତିଆରି ପାଇଁ ଭୂମିଦାନ କରିଥିଲେ ଗ୍ରାମର ଲକ୍ଷ୍ମୀଚାନ୍ଦ ପଧାନ l ବୃନ୍ଦାବନ ପଣ୍ଡା, ସନ୍ତୋଷ ତ୍ରିପାଠୀ, ପଦ୍ମନ ବାରାଟ ପ୍ରମୁଖ ଏହି ଭୀତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l