-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ପ୍ରଶାସନର ରିଭେଞ୍ଜ ରିଏକ୍ସନକୁ ନେଇ କଣ୍ଟାବାଞ୍ଜିରେ ଚର୍ଚ୍ଚା.. ପ୍ରଥମେ ପୁଅ ଓ ପରେ ବିଧାୟକଙ୍କ ସମର୍ଥକଙ୍କ ବ୍ୟବସାୟ ଉପରେ ପ୍ରଶାସନିକ ଚଢାଉ, କୁକୁଡାହାଡରେ ୫୦ଲକ୍ଷଟଙ୍କାର ଇଟାଭାଟିରେ ପ୍ରଶାସନର ବୁଲଡୋଜର

09-Feb-2023



ବଲାଙ୍ଗିର/କଣ୍ଟାବାଞ୍ଜି,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ନେତା ଓ ପ୍ରଶାସନ ମଧ୍ୟରେ କଥାକଟି ଓ ଏବେ ପ୍ରଶାସନର ରିଭେଞ୍ଜ ରିଏକ୍ସନକୁ ନେଇ କଣ୍ଟାବାଞ୍ଜି ତଥା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ମାସରେ ଜିଲ୍ଲାପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂସାଲୁଜା ସରକାରୀ ଅନୁଦାନ ଆବଣ୍ଟନ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପରେ ଖୁବ ବର୍ଷିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହାର କିଛିଦିନ ପରେ ଲୋକଉତ୍ସବ ସମୟରେ ଉଭୟ କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲାପାଳ ମିଳିତ ପୋଜଦେଇ ଗଣମାଧ୍ୟମ ଆଗରେ ଫଟୋ ହୋଇଥିଲେ । ସମସ୍ତେ ଭାବିନେଇଥିଲେ ଉଭୟଙ୍କ ଭିତରେ ମିଳାମିଶା ହୋଇଗଲା । କିନ୍ତୁ ମାସଟିଏ ନଯାଉଣୁ ପ୍ରଶାସନର କଣ୍ଟାବାଞ୍ଜି ଅଞ୍ଚଳରେ ଘନଘନ ଚଢାଉ ଓ ଗିରଫ ଦାରିକୁ ଦେଖିଲେ ଏବେ ପ୍ରଶାସନ ରିଭେଞ୍ଜ ରିଏକ୍ସନ ଦେଖାଉଛି ବୋଲି ଆଲୋଚନା ହେଉଛି । ପୋଲିସ ବିଭାଗ ଗତ କିଛିଦିନ ତଳେ କଣ୍ଟାବାଞ୍ଜିର ଆଲିସାନ ସିନେମାହଲରେ ଗଣ୍ଡଗୋଳ କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ବିଧାୟକ କୁକୁସିଂଙ୍କ ପୁଅ ଅମିତ ଓରଫ ସେଜିସିଂଙ୍କ ସହ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏକ ଛୋଟ ଘଟଣାକୁ ପ୍ରଥମେ ପୋଲିସ ସଲାସୁତୁରା କରି ପରେ ପୁଣି ଉପରମହଲର ନିର୍ଦ୍ଦେଶରେ ବଡଘଟଣା ଭାବରେ ଚିତ୍ରଣ କରି ଗିରଫଦାରି କରିଥିଲା । ସେଇଠୁ ରିଭେଞ୍ଜ ରାଜନୀତି ଆରମ୍ଭ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହା ପରେ ପରେ କୁକୁଙ୍କ ଜଣେ ସମର୍ଥକଙ୍କ ବିଦେଶୀମଦ ଦୋକାନ,ଆଉ ଜଣେ ସମର୍ଥକଙ୍କ ବ୍ୟବସାୟୀକ ପ୍ରତିଷ୍ଠାନରେ ଜିଏସଟି ଚଢାଉ ଓ ଏବେ ତୁରେକେଲା ବ୍ଲକର ଜଣେ ସମର୍ଥକଙ୍କ ଇଟାଭାଟି ଉପରେ ଚଢାଉ କରାଯାଇଛି । ଗତକାଲି ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଓ କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରାଙ୍କ ନେତୃତ୍ୱରେ ଏକ ଟିମ ପୋଲିସ ଉପସ୍ଥିତିରେ ତୁରେକେଲା ବ୍ଲକ ବୁରୋମାଲ ଗ୍ରାମପଞ୍ଚାୟତର କୁକୁଡାହାଡ ସୁନାରୀପଡାରେ ଥିବା ହରିବନ୍ଧୁ ପଟେଲଙ୍କ ଇଟାଭାଟିରେ ଚଢାଉ କରିଥିଲେ । ଇଟାଭାଟି ଯୋଗୁଁ ପରିବେଶ ପ୍ରଦୁଷଣ ଓ ମୃତିକା କ୍ଷୟ ହେଉଥିବା କାରଣରୁ ବେଆଇନ ଇଟାଭାଟିଗୁଡିକୁ ଚଢାଉ କରାଯାଉଥିବା କୁହାଗଲା ।  ହରିବନ୍ଧୁ ପଟେଲଙ୍କ ଇଟାଭାଟିକୁ ଭାଙ୍ଗିବା ସହିତ ସେଠାରେ ପୂର୍ବରୁ ଥିବା ପ୍ରାୟ ୫୦ଲକ୍ଷ ଟଙ୍କାର ପୁରୁଣା ଇଟାଭାଟିକୁ ମଧ୍ୟ ବୁଲଡୋଜର ଲଗାଇ ଉପଜିଲ୍ଲାପାଳ ଭାଙ୍ଗି ଦେଇଛନ୍ତି । ଗତ ଦୁଇବର୍ଷ ପୂର୍ବରୁ କୁଆଡେ ରାଜସ୍ୱବିଭାଗକୁ ରୋୟାଲ୍ଟି ବୁଝାଇ କାର୍ତ୍ତିକ ପଟେଲ ସେହି ଇଟାଭାଟି କରିଥିଲେ । କିନ୍ତୁ ପ୍ରଶାସନ ତାକୁ ମଧ୍ୟ ବେଆଇନ କହି ବୁଲଡୋଜର ଲଗାଇଦେଇଛି । ଶୁଣାଯାଉଛି ଯେ,ଗତମାସରେ କଣ୍ଟାବାଞ୍ଜି ବିଧାୟକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ ତୁରେକେଲା ଅଞ୍ଚଳରୁ କାର୍ତ୍ତିକ କଂଗ୍ରେସକର୍ମିଙ୍କୁ ଆଣିଥିଲେ ଓ ଘେରାଉରେ ସାମିଲ ହୋଇଥିଲେ । ସେହି କାରଣରୁ ଆକ୍ରୋଶମୂଳକ ଭାବରେ ତାଙ୍କର ପୁରୁଣା ଇଟାଭାଟିକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି  ବୋଲି ଅଭିଯୋଗ ଉଠିଛି । ପ୍ରଶାସନର ଏଭଳି ରିଭେଞ୍ଜ ରିଏକ୍ସନକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଗତ କିଛିଦିନ ତଳେ ବିଧାୟକଙ୍କ ପୁଅ ସେଜିସିଂଙ୍କୁ ଗିରଫ କଲାବେଳେ ବିଧାୟକ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲେ । ନବ ଦାସ ହତ୍ୟାକାଣ୍ଡ ଘଟଣାରୁ ରାଜ୍ୟବାସୀଙ୍କ ଦୃଷ୍ଟି ହଟାଇବାକୁ ସରକାର ଏଭଳି ଛୋଟ ଘଟଣାକୁ ବଡ କରାଇ ବିରୋଧିଙ୍କ ମୁହଁକୁ ଚୁପ କରିବାକୁ ଅପଚେଷ୍ଟା କରୁଛି ବୋଲି ବିଧାୟକ ଅଭିଯୋଗ ଉଠାଇଥିଲେ । ତେବେ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଶହଶହ ବେଆଇନ ପଥରକ୍ୱାରୀ ସହିତ ବେଆଇନ ଇଟାଭାଟି ଥିଲେ ହେଁ ପ୍ରଶାସନ କେବଳ ବିରୋଧିଦଳର ଲୋକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି । ଚଳିତବର୍ଷ ନିର୍ବାଚନୀ ବର୍ଷ ହୋଇଥିବା କାରଣରୁ ଠିକ ନିର୍ବାଚନ ପୂର୍ବରୁ ବିରୋଧିଙ୍କୁ ଟାର୍ଗେଟକରି ହତୋତ୍ସାହିତ କରିବାକୁ ସରକାରୀ କଳ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like