-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ରାଜ୍ୟ

ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ !

30-Nov-2020



(ପ୍ରେରଣା ଖବର) ଅନୁଗୋଳ ଜିଲ୍ଲା ତାଳଚେର: ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହେଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇଗଲେ ରାଜ୍ୟରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବା ସହ ଅନେକ ଅଞ୍ଚଳ ଅନ୍ଧାର ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।*

*ତାଳଚେର ଥର୍ମାଲ ପ୍ଲାଣ୍ଟର ୬ଟି ୟୁନିଟ୍‌ରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଅାସୁଛି ା ନୂତନ ପରିବେଶ ମଞ୍ଜୁରୀ ଏ ପର୍ଯ୍ୟନ୍ତ ମିଳି ନଥିବାରୁ ତାଳ​‌େ​‌ଚର ଥର୍ମାଲ ଓ ଏନଟିପିସି କର୍ତ୍ତୃପକ୍ଷ ଆଶା ଆଶଙ୍କାରେ ରହିଛନ୍ତି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ଳାଣ୍ଟ ଚାଲୁ ରହିବ ା ନବବର୍ଷଠାରୁ ପରିବେଶ ମଞ୍ଜୁରୀ ନମିଳିଲେ ବାଧ୍ୟ ହୋଇ ପ୍ଳାଣ୍ଟରୁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରିଦିଆଯିବ ବୋଲି ଥର୍ମାଲର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।*

*ଉଲ୍ଲେଖଯୋଗ୍ୟ ଯେ ତାଳଚେରର ଏହି ତାପଜ ବିଦ୍ୟୁତ ପ୍ରକଳ୍ପ ୫୩ ବର୍ଷ ହେଲା ରାଜ୍ୟ ବିଦ୍ୟୁତ ବୋର୍ଡ଼ ଦ୍ବାରା ପରିଚାଳିତ ହେଉଥିଲା ା ଏହି ବିଦ୍ୟୁତ ପ୍ରକଳ୍ପରେ ବାରମ୍ବାର କ୍ଷତି ଏବଂ ବିଦ୍ୟୁତ ଉତ୍ପାଦନରେ କୌଣସି ଆଖିଦୃଶିଆ ସଫଳତା ନପାଇବାରୁୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟର ଏକମାତ୍ର ତାପଜ ବିଦ୍ୟୁତ ପ୍ରକଳ୍ପକୁ ଏନଟିପିସିକୁ ବିକ୍ରି କରିଥିଲେ।*୧୯୯୬ ଜୁନ ୩ରେ ତାଳ​‌େ​‌ଚର ଥର୍ମାଲକୁ ଏନଟିପିସି ଚୁକ୍ତିନାମା ଅନୁଯାୟୀ ଗ୍ରହଣ କରିବା ସହ ବିଦ୍ୟୁତ ପ୍ରକଳ୍ପର ସମସ୍ତ ଦାୟିତ୍ବ ନିଜ ହାତକୁ ନେଇଥିଲା। ଏନଟିପିସି ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ତାଳଚେର ଥର୍ମାଲର ବିଦ୍ୟୁତ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସହ ପ୍ଲାଣ୍ଟର ନବୀକରଣ କରି ବିଦ୍ୟୁତ ଉତ୍ପାଦନ ଓ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟରରେ ଯଥେଷ୍ଟ ଅଭିବୃଦ୍ଧି ଘଟାଇ ଆସୁଥିଲା।*
*ତାଳଚେର ଥର୍ମାଲର ପ୍ରଥମ ଷ୍ଟେଜ ୬୦ ମେଗାୱାଟ ବିଶିଷ୍ଟ ଚାରୋଟି ୟୁନିଟରୁ ୨୪୦ ମେଗାୱାଟ ଏବଂ ଦ୍ବିତୀୟ ଷ୍ଟେଜର ୧୧୦ ମେଗାୱାଟ ବିଶିଷ୍ଟ ଦୁଇଟି ୟୁନିଟରୁ ୨୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି। ୫୦ ବର୍ଷର ଏହି ପୁରୁଣା ପ୍ଳାଣ୍ଟକୁ ନୂତନ ଭାବେ ନିର୍ମାଣର ନିଷ୍ପତ୍ତି ନିଆଯାଇଥିବାବେଳେ ଏଥିରୁ କେବଳ ଦୁଇଟିି ୟୁନିଟ ରହିବା ସହ ପ୍ରତି ୟୁନିଟ ୬୬୦ ମେଗାୱାଟ ବିଶିଷ୍ଟ ୟୁନିଟ ରଖାଯିବ ଏବଂ ସମୁଦାୟ ୧୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ପ୍ଳାଣ୍ଟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲାବେଳେ ଏହାର ଖର୍ଚ୍ଚ ବାବଦରେ ୯ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଥିଲା l*

*ଦୀର୍ଘବର୍ଷ ହେଲା ପ୍ଳାଣ୍ଟର ନିର୍ମାଣ କାର୍ଯ୍ୟର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନହେବାରୁ ଟେଣ୍ଡର ନେଇଥିବା ବିଏଚଇଏଲ କମ୍ପାନୀ ଠିକା କାର୍ଯ୍ୟରୁ ଓହରି ଯାଇଥିବା ଜଣାପଡ଼ିଛି। ତାଳଚେର ଥର୍ମାଲ ପ୍ରକଳ୍ପରେ ୨୫୦ ଜଣ ଯନ୍ତ୍ରୀ ଓ ଅଧିକାରୀ, ୧୪୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅନ୍ୟ ସମସ୍ତ ପ୍ଳାଣ୍ଟ କାର୍ଯ୍ୟରେ ୧୨୦୦ରୁ ଊର୍ଦ୍ଧ୍ବ ଠିକା ଶ୍ରମିକ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ନୂଆ ଚାକିରି ବ୍ୟବସ୍ଥା ନାହିଁ ଓ ପ୍ଳାଣ୍ଟର ବିଭିନ୍ନ ଠିକା କାର୍ଯ୍ୟ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି। ତାଳଚେର ଥର୍ମାଲର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଠାରେ ଥିବା ତିନୋଟି ଡିଏଭି ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ଏନଟିପିସି ବହନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗକୁ ୫୬ଲକ୍ଷ ଟଙ୍କା ମାସିକ ଜଳକର ଦେଇଆସୁଛି। ଏ ସମ୍ପର୍କରେ ତାଳଚେର ପ୍ଳାଣ୍ଟର ମହାପ୍ରବନ୍ଧକ ଡି.ଏଲ. ତିୱାରୀଙ୍କୁ ଯୋଗାଯୋଗ କରିବାରୁ ଥର୍ମାଲ ପ୍ଳାଣ୍ଟର ପରିବେଶ ମଞ୍ଜୁରୀ ମିଳି ନାହିଁ କିମ୍ବା ବର୍ତ୍ତମାନ ନୂତନ ପ୍ଳାଣ୍ଟ ନିର୍ମାଣର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଆମ ନିକଟରେ କିଛି ସୂଚନା ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ଥର୍ମାଲ ପ୍ଳାଣ୍ଟ ବନ୍ଦ ହେବା ସମ୍ଭାବନା ନେଇ ଥର୍ମାଲ ଟାଉନ୍‌ସିପ୍‌ ଓ ତାଳଚେର ଶିଳ୍ପାଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେଇ କିପରି ପରିବେଶ ମଞ୍ଜୁରୀ ଶୀଘ୍ର ମିଳିପାରିବ ଏଥିପ୍ରତି ଯତ୍ନବାନ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛିି।*


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like