-+91-9937148622 |

prerana_bgr@rediffmail.com |

  Monday 22nd June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (22-Jun-2026)       ||      *ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (22-Jun-2026)       ||      .*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   (22-Jun-2026)       ||      ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   (22-Jun-2026)       ||      ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   (22-Jun-2026)       ||      *ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   (21-Jun-2026)       ||      ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   (21-Jun-2026)       ||      ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||      ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   (21-Jun-2026)       ||      ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   (21-Jun-2026)       ||      ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ    (21-Jun-2026)       ||      ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||     

HOME   ଜିଲ୍ଲା

ଆଜି ବିଶ୍ବ ଏଡସ ଦିବସ ଅବସର ରେ (ପ୍ରେରଣା ଖବର ) ର ଅନୁଗୋଳ ଜିଲ୍ଲା ବିଷୟ ରେ ଖବର ର କିଛି : ୧୭ ବର୍ଷରେ ୨୦୫୦ ସଂକ୍ରମିତ

01-Dec-2020



 

*ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍‌ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍‌ସ ମୁକ୍ତ ହୋଇପାରିବ ବୋଲି ପ୍ରତିବର୍ଷ ବିଶ୍ୱ ଏଡ୍‌ସ ଦିବସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି। କିନ୍ତୁ ଜିଲାରେ ଏଯାଏ ଏଡ୍‌ସ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଗତ ୧୭ ବର୍ଷରେ ଅନୁଗୋଳ ଜିଲାରେ ମୋଟ୍‌ ୨୦୫୦ ଜଣ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

*କେବଳ ଗତ ବର୍ଷକ ମଧ୍ୟରେ ୧୩୫ ଜଣ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

*ଜିଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ର ସୂଚନା ମୁତାବକ, ଅନୁଗୋଳ ଜିଲାରେ ୨୦୦୩ ମସିହାରୁ ଏଡ୍‌ସ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି। ୨୦୦୩ରୁ ଏପର୍ଯ୍ୟନ୍ତ ମୋଟ୍‌ ୪ ଲକ୍ଷ ୬୬ ହଜାର ୪୯୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୦୫୦ ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୬୫୧ ଜଣ ମହିଳା, ୧୨୪୩ ଜଣ ପୁରୁଷ, ୭୬ ବାଳିକା ଓ ୮୦ ବାଳକ ରହିଛନ୍ତି। ପୂର୍ବରୁ ଅନୁଗୋଳ ତାଲିକାର ‘ଏ’ରେ ସ୍ଥାନ ପାଇଥିଲା। କିନ୍ତୁ କିଛି ବର୍ଷ ହେବ ଉକ୍ତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା। ୨୦୧୩-୧୪ରେ ଜିଲାରେ ମୋଟ୍‌ ୧୮୯ ଏଡ୍‌ସ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୪-୧୫ରେ ୧୭୦ ଜଣ, ୨୦୧୫-୧୬ରେ ୧୪୪, ୨୦୧୬-୧୭ରେ ୧୩୧, ୨୦୧୭-୧୮ରେ ୧୧୫ ଜଣଙ୍କ ରକ୍ତରେ ଏଡ୍‌ସ ଭୂତାଣୁ ଠାବ କରାଯାଇଥିଲା। ସେହିପରି ଗତ ବର୍ଷକ ମଧ୍ୟରେ ଜିଲାରୁ ୧୩୫ ଏଡ୍‌ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ୭୪ ଜଣ ଏଚ୍‌ଆଇଭି ପଜିଟିଭ୍‌ ବାହାରିବା ଏବେ ଚିନ୍ତା ବଢ଼ାଇ ଦେଇଛି। ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୫ ଜଣ ଶିଶୁ ରହିଛନ୍ତି। ମୋଟ୍‌ ସଂଖ୍ୟା ମଧ୍ୟରୁ ୧୫୨୪ ଜଣ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ୧୫୧୭ ଆକ୍ରାନ୍ତ ଠିକ୍‌ଠାକ୍‌ ଔଷଧ ଖାଉଛନ୍ତି। ଜିଲାର ୮ଟି ବ୍ଲକ ମଧ୍ୟରୁ ଅନୁଗୋଳ, ବଅଁରପାଳ ଓ ତାଳଚେର ସହରାଞ୍ଚଳରେ ଏହି ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ୨୦୦୩ରୁ ଏପର୍ଯ୍ୟନ୍ତ ଅନୁଗୋଳ ବ୍ଲକରେ ସର୍ବାଧିକ ୪୧୮ ଜଣ ପଜିଟିଭ୍‌ ଥିବାବେଳେ ତାଳଚେର ବ୍ଲକରେ ୩୮୧, ବଅଁରପାଳ ବ୍ଲକରେ ୩୧୮, କିଶୋରନଗର ବ୍ଲକରେ ୧୬୫, ଛେଣ୍ଡିପଦା ବ୍ଲକରେ ୧୫୫, ଆଠମଲ୍ଲିକ ବ୍ଲକରେ ୧୦୨, କଣିହଁାରେ ୮୮ ଓ ପାଲଲହଡ଼ାରେ ୪୯ ଜଣ ରହିଛନ୍ତି। ଶିଳ୍ପ ସହ ଶିକ୍ଷା ଓ ସଚେତନତା କ୍ଷେତ୍ରରେ ଜିଲା ଆଗରେ ଥିଲେ ମଧ୍ୟ ଏଡ୍‌ସ ନିୟନ୍ତ୍ରଣକୁ ଅଣାଯାଇପାରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

*ସଚେତନତା ହିଁ ହ୍ରାସ କରିପାରିବ
*ଜିଲାରେ ଥିବା ଶିଳ୍ପଗୁଡ଼ିକରେ ରାଜ୍ୟ

*ବାହାରୁ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଏଡ୍‌ସ ସମ୍ପର୍କରେ ସଚେତନ କରାଯାଉଛି। ଏଥିପାଇଁ ୩ଟି ଏନ୍‌ଜିଓ ମଧ୍ୟ କାର୍ଯ୍ୟ କରୁଛି। ଜିଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଅନୁଗୋଳ ଜିଲା ଏ ଗ୍ରେଡ୍‌ରେ ନାହିଁ।*ଲୋକମାନେ ଅଧିକ ସଚେତନ ହେଲେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ।

*ପ୍ରମିଳା ହୋତା
*ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ ଅଧିକାରୀଏଡ୍‌ସ ଦିବସରେ ହିଁ ତତ୍ପରତା

*ଜିଲାର ଶିଳ୍ପାଞ୍ଚଳକୁ ଦାଦନ ଶ୍ରମିକଙ୍କ ସହ ବହୁ ସଂଖ୍ୟାରେ ଟ୍ରକ୍‌ ଚାଳକ ଓ ହେଲପର ପ୍ରତିଦିନ ଆସୁଛନ୍ତି। ସେମାନଙ୍କୁ ଇଣ୍ଟ୍ରିଗ୍ରେଟେଡ୍‌ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର(ଆଇସିଟିସି)କୁ ଆଣି କାଉନସେଲିଂ ସହ ରକ୍ତ ପରୀକ୍ଷା କରାଯିବା କଥା। କିନ୍ତୁ ତାହା ଉପରେ ଗୁରୁତ୍ୱ ଦିଆ ନ ଯାଇ କେବଳ ଏଡ୍‌ସ ଦିବସରେ ସଚେତନତା ରଥ ବୁଲାଇ କାର୍ଯ୍ୟ ସାରି ଦିଆଯାଉଛି।

*ବିଶ୍ୱରଞ୍ଜନ ପଟ୍ଟନାୟକ, ବୁଦ୍ଧିଜୀବୀ, ଅନୁଗୋଳ

*ଲିଙ୍କ୍‌ ୱାର୍କର ସ୍କିମ କାର୍ଯ୍ୟକାରୀ ହେଉ
*ଆମ ପରିଧି ଭିତରେ ଯେତିକି ଅଞ୍ଚଳ ରହିଛି, ସେଠାକାର ଲୋକଙ୍କୁ ସଚେତନ କରିବା ସହ ରକ୍ତ ପରୀକ୍ଷା କରିବାକୁ କୁହାଯାଉଛି। ନ୍ୟାଶନାଲ ଏଡ୍‌ସ୍‌ କଣ୍ଟ୍ରୋଲ

*ଅର୍ଗାନାଇଜେଶନ୍‌(ନାକୋ) ପକ୍ଷରୁ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଲିଙ୍କ ୱାର୍କର ସ୍କିମ୍‌ (ଏଲ୍‌ଡ୍‌ବ୍ଲ୍ୟୁଏସ୍‌) ଅନୁଗୋଳ ଜିଲାରେ ନାହିଁ। ଏହି ସ୍କିମ୍‌ ଜିଲାରେ କାର୍ଯ୍ୟକାରୀ ହେଲେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହେବ।

*ସସ୍ମିତା ପଟ୍ଟନାୟକ, ଏନ୍‌ଜିଓ ମୁଖ୍ୟ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ

*ଏଡ୍‌ସର ‘ଏ’ ଗ୍ରୁପ୍‌ରେ ପୂର୍ବରୁ ଅନୁଗୋଳ ଜିଲା ସାମିଲ ଥିଲା। ଏବେ ଉକ୍ତ ଗ୍ରେଡେଶନ୍‌ରେ ଜିଲା ତଳକୁ ଖସିଛି। କିନ୍ତୁ ଏ ଦିଗରେ ଆହୁରି ଅଧିକ ସଚେତନ କରାଯିବା ଆବଶ୍ୟକତା ରହିଛି। ପୁଳା ପୁଳା ଟଙ୍କା ଖର୍ଚ୍ଚ କରିଦେଲେ କି କେବଳ ଏଡ୍‌ସ ଦିବସ ପାଳନ କଲେ ହେବ ନାହିଁ, ଏ ଦିଗରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଜରୁରୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   22-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   22-Jun-2026
  ଜିଲ୍ଲା  
.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   22-Jun-2026
  ଜିଲ୍ଲା  
ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   22-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   22-Jun-2026
  ଜିଲ୍ଲା  
*ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   21-Jun-2026
  ଜିଲ୍ଲା  
ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   21-Jun-2026
  ଜିଲ୍ଲା  
ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ   21-Jun-2026
  ଜିଲ୍ଲା  
ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026

You Might Also Like