-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ଜଗତସିଂହପୁର (ଅମୃତ ନନ୍ଦ) - ସମ୍ପତ୍ତି ପାଇଁ ପରିବାର ଭିତରେ ଭାଇ ଭାଇ, ବାପା ପୁଅ, ମା ପୁଅ ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ହେବା, ମାଡିପିଟି ଏମିତିକି ହତ୍ୟା ମଧ୍ୟ ହୋଇଥିବା ଅନେକ ନଜିର ରହିଛି । ଯଦିଓ ସେଭଳି ଜଘନ୍ୟ କାଣ୍ଡ କିଛି ହୋଇନାହିଁ , ଚଞ୍ଚକତା କରି ସାନ ଭାଇର ଅଗୋଚର ରେ ବଡ଼ଭାଇ ବାପା କୁ ଫୁସଲାଈ ନିଜ ସ୍ତ୍ରୀ ନାଁରେ ସମସ୍ତ ସମ୍ପତ୍ତି କରିନେଇଥିବା ଏବେ ପଦାରେ ପଡିଯାଇଛି । କୌଣସି କାରଣ ବଶତଃ ସାନ ଭାଇର ପ୍ରମାଣପାତ୍ର ର ଆବଶ୍ୟକତା ପଡିବାରୁ ନେଟରେ ପଟା ର ନକଲ ବାହାର କରିବାରୁ ଜାଣିବାକୁ ପାଇଲା ଯେ ଭାଉଜ ନାଁରେ ସମସ୍ତ ସମ୍ପତ୍ତି ହୋଇଯାଇଛି । ଏହାପରେ ସାନଭାଇର ପରିବାର ଭାଙ୍ଗି ପଡିଯାଇ ବନ୍ଧୁବାନ୍ଧବ ଓ ଗାଁ ରେ ଜଣାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ଗଇଠିପୁର ଗ୍ରାମରେ । ସାନଭାଇ ଗାଁ ରେ ଜଣାଇବା ପରେ ଗ୍ରାମବାସୀ ଏ ସମ୍ପର୍କରେ ଏକ ସଭା ଡାକି ସଭାରେ ବଡ଼ଭାଇକୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣିନାହିଁ କିମ୍ୱା ଏ ବିଷୟରେ କିଛି କହିପାରିବିନାହିଁ ବୋଲି କହି ସଭାରୁ ଉଠି ପଳାଇଥିଲେ । ଗ୍ରାମବାସୀ ଙ୍କ ଏକ ଦସ୍ତଖତ ସମ୍ବଳିତ ପତ୍ର ଲେଖାଯାଇ ପଞ୍ଚାୟତ ସଭା ଡକାଯିବାପାଇଁ ନିଷ୍ପତି ନିଆଯାଇଥିଲା । ସାନଭାଇ ପଟା ଓ କବଲାର ନକଲ ବାହାର କରିବାରୁ ଏଥିରେ ୨ ଜଣ ସାକ୍ଷୀ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜଣେ ସେହି ଗ୍ରାମର ହୋଇଥିବା ବେଳେ ଅନ୍ୟଜଣେ ଅଲଗା ଗ୍ରାମର ହୋଇଥିବା ଜଣାପଡିଥିଲା ।
ଏଠି କଥା ଉଠୁଛି ଯେ ଜମିବାଡ଼ି ସମ୍ବନ୍ଧୀୟ ଯେ କୌଣସି କାର୍ଯ୍ୟ କରାଯାଏ ତାହା ତହସିଲ ମାଧ୍ୟମରେ କରାଯାଇଥାଏ । ଏଠି ତହସିଲ କିମ୍ବା ରାଜସ୍ୱ ନିରୀକ୍ଷକ କେମିତି ବିନା ତଦନ୍ତରେ ଜମିର ମାଲିକାନା ବଦଳାଇଦେଲେ ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି. ଜମି ର ମାଲିକାନା ବଦଳାଇବାକୁ ହେଲେ ସମସ୍ତ ଉତରାଅଧିକାରୀ ମାନଙ୍କୁ ଲୋଡ଼ାଯାଇଥାଏ । ସମସ୍ତଙ୍କ ଜଣାତରେ ଜମିବାଡ଼ି ର ମାଲିକାନା ଓ ସତ୍ୱ ବଦଳାଯାଇଥଏ. ଏଠି ସେମିତି କିଛି ହୋଇନଥିବା ଏବେ ଜଣାପଡିଛି । ଏଥିରେ ଯିଏ ସାକ୍ଷୀ ପଡିଛନ୍ତି ସେହି ଗ୍ରାମର ହୋଇଥିବାବେଳେ ସେହି ପରିବାର ବିଷୟରେ ସମସ୍ତ ତଥ୍ୟ ଜାଣି କେମିତି ସାକ୍ଷୀ ପଡିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଅନ୍ୟ ଜଣେ ସାକ୍ଷୀ ହେଉଛନ୍ତି ପଂଚାୟତର ଜଣେ ଜଣାଶୁଣା ବ୍ୟକ୍ତି ଜାଣିଶୁଣି ଏହି ଜମିବାଡ଼ି ହେରଫେର ମାମଲାରେ ଯେଉଁମାନେ ସାକ୍ଷୀ ପଡିଛନ୍ତି ସେମାନେ ଆଇନବିରୋଧ କାର୍ଯ୍ୟକାରିଥିବା ନେଇ ଚର୍ଚ୍ଚା ହେଉଛି । ଏହି ଜମିବାଡ଼ି ହେରଫେର ମାମଲା ୨୦୧୮ ମସିହାରେ ହୋଇଥିଲା ଯେତେବେଳେ ଜମିର ପ୍ରକୃତ ମାଲିକ ବଞ୍ଚିଥିଲେ. ଜମିର ମାଲିକ ଏବେ ନାହାନ୍ତି । ଏ ସମସ୍ତ ତଥ୍ୟ ତିର୍ତ୍ତୋଲ ତହସିଲ କାର୍ଯ୍ୟାଳୟରୁ ପ୍ରାପ୍ତ ହୋଇଥିବା ଜଣାପଡିଛି. ଏହି ଜମିବାଡ଼ି ହେରଫେର ମାମଲାରେ ସେତେବେଳର ତହସିଲଦାର, ରାଜସ୍ୱ ନିରୀକ୍ଷକ ଓ ଯେଉଁମାନେ ସାକ୍ଷୀ ପଡିଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।