-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
19-Aug-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନ ଠାରେ ଏକ "ଫଟୋ ପ୍ରଦର୍ଶନୀ' ଉଦଘାଟିତ ହୋଇଯାଇଛି l ଏହି ଫଟୋଗ୍ରାଫି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ 21 ତାରିଖ ଯାଏ ଖୋଲା ରହିବ l
ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ଏହି ଫଟୋ ପ୍ରଦର୍ଶିନୀ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l
ଏହି ଅବସରରେ ଇଷ୍ଟଦେବୀ ସମଲେଶ୍ୱରୀ ଙ୍କୁ ପୂଜା ଅର୍ଚନା କଲା ପରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାଷ ପାଣିଗ୍ରାହୀ ଙ୍କର ସଭାପତିତ୍ୱ ରେ ଆୟୋଜିତ ସଭାରେ ବରିଷ୍ଠ ଫଟୋଗ୍ରାଫର ତଥା ନାଟରାଜ ଷ୍ଟୁଡିଓ ପ୍ରତିଷ୍ଠାତା ରାମକୃଷ୍ଣ ସାମନ୍ତରାଏ ଙ୍କର ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ଶୋକବ୍ୟକ୍ତ ସହ ନିରବ ପ୍ରାର୍ଥନା କରାଯାଇଥିଲା l
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା କହିଲେ ଯେ, ଫଟୋ ଗୁଡିକ ଇତିହାସ, ସଂସ୍କୃତି ଓ ପରମ୍ପରା ର କଥା କହେ l ତେଣୁ, ବିଭିନ୍ନ ମାଧ୍ୟମରେ ସେଗୁଡିକୁ ସଂରକ୍ଷଣ କରିବାର ଫଟୋଗ୍ରାଫି ର ଏକ ଗୁରୁ ଦାୟିତ୍ୱ ରହିଛି l ଯେଉଁମାନେ ବି ଏହି ଦିଗରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଭୁୟସୀ ପ୍ରଶଂସା କରୁଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ପଣ୍ଡା l
ବରିଷ୍ଟ ସାମ୍ବାଦିକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ବାକ୍ତବ୍ୟ ରଖିଥିଲେ ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ଶଙ୍କର ବେହେରା ତଥା ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି କିଶୋର ସାହୁ l
ଏହି ଫଟୋ ପ୍ରଦର୍ଶନୀ ରେ ଫୋଟଗ୍ରାଫର ମାନଙ୍କ ପ୍ରକୃତି, ଜୀବଜନ୍ତୁ,ଐତିହ୍ୟ ପରମ୍ପରା ତଥା ଇତିହାସ ର ବିଭିନ୍ନ ଘଟଣାବଳି ଉପରେ ପର୍ଯ୍ୟବେଷିତ ଅନେକ ଗୁଡିଏ ଫଟୋ ସ୍ଥାନିତ ହୋଇଛି l କେବଳ ସେତିକି ନୁହେଁ, ବିଭିନ୍ନ ଭାଷା ର ଶତାଧିକ ସମ୍ବାଦ ପତ୍ର କୁ ମଧ୍ୟ୍ୟ ପ୍ରଦର୍ଶିତ କରାଯାଇଛି l
ଏହି ଫଟୋଗ୍ରାଫି ପ୍ରଦର୍ଶନୀ ପୂର୍ବାହ୍ନ ଓ ସନ୍ଧ୍ୟା ରେ ଦର୍ଶକ ଙ୍କର ପାଇଁ ଖୋଲା ରହିବ ବୋଲି ସମ୍ପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ୍ୟଏହି ପ୍ରଦର୍ଶନୀ ଦେଖିବାପାଇଁ ବିଶେଷ ସୂଚନା ଦିଆଯାଇଛି l ଆଜିର ଉଦଘାଟିତ ସଭାରେ ଅନେକ ଫଟୋଗ୍ରାଫର ଆଶିଷ ପ୍ରଧାନ, ଅରବିନ୍ଦ ମିଶ୍ର, ରଂଜିତ ସାହୁ, କରୁଣାକର ଶତପଥି, ଚିତ୍ତରଞ୍ଜନ ବଡ଼ପଣ୍ଡା, ପ୍ରଶାନ୍ତ ପ୍ରଧାନ, ସୌରଭ ଜେନା, ସାମ୍ବାଦିକ ପ୍ରିୟରଞ୍ଜନ ସାହୁ, ସଂଜୟ ଜେନା, ଶିବ ଶଙ୍କର ନନ୍ଦ, ସବିତା ମିଶ୍ର, ଭବାନୀ ଶଙ୍କର ଭୋଇ ତଥା ସଂସ୍କୃତି ପ୍ରେମୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସଞ୍ଜୟ ବାବୁ, ନନ୍ଦଲାଲ ଦାସ, କଳ୍ପନା ମିଶ୍ର ପ୍ରମୁଖ ନିମତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ l ସମ୍ବଲପୁର ଚଡେଇ କ୍ଲବର ସଭ୍ୟମାନେ ସହଯୋଗୀ କରିଥିଲେ l