-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Aug-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପିସିସି ସଭାପତି ଶ୍ରୀ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସର ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ମିନାକ୍ଷୀ ବାହିନୀପତି, ଚିନ୍ମୟ ପ୍ରସାଦ ବେହୁରା, ଅରବିନ୍ଦ ଦାସ, ଅମୀୟ ପଟ୍ଟନାୟକ, ଅଭୟ
ସାହୁ, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସଂଜୟ ମିଶ୍ର, ଲିଙ୍ଗରାଜ ସାହୁ, ଜୟସ୍ମିତା ମହାନ୍ତି, ବିଣାପାଣି ସାମଲ, ସୁଧିର ପଣ୍ଡା, ଭୁବନ ବିହାରି ସାହୁ, ମିହିର ଆଚାର୍ଯ୍ୟ, ଦେଓ ପ୍ରସାଦ, ପ୍ରଣତୀ ମିଶ୍ର, ପ୍ରଦୀପ ମହାପାତ୍ର, ମୋଟରାଜ ଡୁଙ୍ଗଡୁଙ୍ଗ, ଶ୍ରୀୟା ମହାନ୍ତି, ଆଶିଷ ମଲ୍ଲିକ, ସଂଜୟ ମଣ୍ଡଳ, ବସନ୍ତ ପଣ୍ଡା, ଭାସ୍କର ସେଠୀ, ଉଷାରାଣୀ ବେହେରା, ଏସଏନ ଅଲ୍ଲି, ଏମଡି ସାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ଅମିଷା ସାମନ୍ତରାୟ, ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।