-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ନାକଟିଦେଉଳ (କନ୍ଦର୍ପ ବେହେରା) –ଦିନକୁ ଦିନ କିସିଣ୍ଡା ଅଂଚଳରୁ ବନବିଭାଗ ଅବାଧରେ ଜନ୍ୁ ଶିକାର କରୁଥିବା ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି । ଗତକାଲି ସଂଧ୍ୟାରେ ଖଳାସୁଣି ବନ୍ୟପ୍ରାଣୀ ବନାଂଚଳ ର କଂଚନପୁର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ରୁ ୨ କେଜି ବାରହା ମାଂସ ଜବତ କରିଛି କିସିଣ୍ଡା ବନବିଭାଗ । ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି ।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ , ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳ ଅଧୀନସ୍ଥ କଂଚନପୁର ଗ୍ରାମର ଅନୀଲ ମିଲୁଆର ନିଜର ବାଇକରେ ବାରହା ମାଂସ ଧରି କଂଚନପୁର ଛକକୁ ଆସୁଥିବା ବେଳେ କିସିଣ୍ଡା ଫରେଷ୍ଟ ତଥା ଅନ୍ୟ କର୍ମଚାରୀମାନେ ଖବର ପାଇ ସଂଧ୍ୟା ୫ ଟାରେ ବାଇକକୁ କଂଚନପୁର ଛକ ଠାରେ ଅଟାକାଇ ଥିଲେ । ବାଇକରୁ ୨ କେଜି ବାରହା ମାଂସ ଜବତ କରିବା ସହ ସେ କେଉଁଠାରୁ ଏହି ମାଂସ ଆଣି ଥିଲା ବନବିଭାଗ ପଚାରିଥିଲା । ସେ ନିଜେ ବାରହା କୁ ମାରି ମାଂସ ଆଣିଥିବା ସ୍ୱୀକାର କରିଥିଲା । ଭରାଦେଇ ଜଙ୍ଗଲରେ ଲୁଚାଇ ରଖିଥିବା ବନ୍ଧୁକ ମଧ୍ୟ ବନବିଭାଗକୁ ଦେଖାଇଥିଲା । ବନବିଭାଗ ବନ୍ଧୁକକୁ ଜବତ କରିଥିଲା । ଆଜି ଶିକାରୀ ଅନୀଲ ମିଲୁଆର୍ କୁ ବନବିଭାଗ କୋର୍ଟଚାଲାଣ କରିଛି । ଏହି ଚଢଉରେ ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳର କିସିଣ୍ଡା ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନବିଭାଗର କର୍ମଚାରୀ ସାମିଲ୍ ହୋଇଥିଲେ ।