-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ପାଟଣାଗଡ ଲରମ୍ଭାଥାନା ଅନ୍ତର୍ଗତ ଚମ୍ପାସର ଓ ସୁକତେଲ ନଦୀ ସେପଟର ଲୋଇସିଂହା ବନାଞ୍ଚଳରେ ରହିଥିବା ମାଙ୍ଗାନିଜ୍ ଖଣି ଓ ନାନାଦି ଖଣିଜଦ୍ରବ୍ୟର ଦୀର୍ଘ ଦଶନ୍ଧି ଧରି ଚୋରି ଓ ଆନ୍ତଃରାଜ୍ୟକୁ ଚୋରାଚାଲାଣର ଚେର ଝାରସୁଗୁଡା , ସମ୍ବଲପୁର ଓ ବ୍ରହ୍ମପୁର ପର୍ଯ୍ୟନ୍ତ ଲମ୍ବିଛି । ଗତ ୧୦ ତାରିଖ ରାତିରେ ଚମ୍ପାସର ଗ୍ରାମବାସୀଙ୍କ ଦ୍ବାରା ଏକ ରାଜ୍ୟବାହାରର ଟ୍ରକ୍ ଓ ଜେସିବି ସେଠାରେ ୨୦୦୮ -୦୯ ରୁ ଭିଜିଲାନ୍ସ ତଦନ୍ତପରେ ସିଲ୍ ଥିବା ଦୁଇଟି ଖଣିରୁ ମାଙ୍ଗାନିଜ୍ ଓର୍ ଚୋରି ଓ ଚୋରାଚାଲାଣବେଳେ ଧରାପଡିବା ତଥା ପୁଲିସ୍ ଏହାକୁ ଜବତ କରିବା ସହ ବାହାର ଅଞ୍ଚଳର ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ଘଟଣା ପୁଣି ଥରେ ଲୋକଲୋଚନକୁ ଆସିଛି । ତେବେ ଏହାପଛରେ ଝାରସୁଗୁଡା ବ୍ରଜରାଜନଗରର ସୁନୀଲ୍ ଶ୍ରୀବାସ୍ତବ ବୋଲି ଜନୈକ ଆନ୍ତଃରାଜ୍ୟ ଖଣିମାଫିଆ ହିଁ ମାଷ୍ଟର୍ମାଇଣ୍ଡ୍ ରହିଥିବା ପୁଲିସ୍ ଜେରାରେ ଅଭିଯୁକ୍ତମାନେ କହିଥିବା ପ୍ରକାଶ ପାଇଛି । ଏହି ଚୋରି ମାଙ୍ଗାନିଜ୍ ଓର୍ ଛତିଶଗଡର ଚମ୍ପାଜିଲ୍ଲା ତଥା ସେଠାରୁ ଝାରସୁଗୁଡା ଆଦି ବିଭିନ୍ନ ସ୍ଥାନରେ ଥିବା ସ୍ପଞ୍ଜ ଆଇରନ୍ କାରଖାନା ବା ବଡ ବଡ ଷ୍ଟିଲ୍ କାରଖାନାଗୁଡିକୁ ଚୋରାଚାଲାଣ ହୋଇଆସୁଥିବା କୁହାଯାଉଛି । ଏହି କାରବାର ଦୀର୍ଘ ପ୍ରାୟ ୧୨ ଧରି ମଝିରେ ମଝିରେ ଚାଲିଛି । କିଛିଦିନତଳେ ଗଣମାଧ୍ୟମରେ ଏଠାରୁ ୫୦୦ କୋଟିଟଙ୍କାର ଖଣିଜଦ୍ରବ୍ୟର ଚୋରାଚାଲାଣ ହୋଇଥିବା ପ୍ରକାଶ ପାଇ ଚାଞ୍ଚଲ୍ଯସୃଷ୍ଟି କରିଥିଲା । ଏପରିକି ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଏହି ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଚୋରାଚାଲାଣ ହେଉଥିବାବେଳେ ଗ୍ରାମବାସୀଙ୍କ ଦ୍ବାରା ଧରାପଡିଥିବା ଏକ ଟ୍ରକ୍ କୁ ବନବିଭାଗର ପୂର୍ବତନ ଡିଏଫଓ ରାତିରେ ଘଟଣାସ୍ଥଳରେ ପହଞ୍ଚି ଛାଡିଦେଇଥିବା ପ୍ରକାଶ ପାଇଥିଲା । ଏହି ଘଟଣାରେ ସଂପ୍ରତି ଅବସ୍ଥାପିତ ଜଣେ କରିତ୍ କର୍ମା ଏସିଏଫ୍ ଉକ୍ତ ସାମ୍ବାଦିକଙ୍କ ସହ ଝଗଡା କରିଥିବା ମଧ୍ୟ ପ୍ରକାଶ ପାଇଥିଲା । ଏହା ସହ ଏହି ଖଣି ଲିଜ୍ ନେଇଥିବା ସମ୍ବଲପୁରର ଜଣେ ଅଣଓଡିଆ ଖଣିମାଲିକ ଅନୁମତିଠାରୁ ଦଶଗୁଣା ଖଣିଜଦ୍ରବ୍ୟ ଉତ୍ତୋଳନ କରିବା ଅଭିଯୋଗର ତଦନ୍ତ ପରେ ତାଙ୍କଠାରୁ ୨୧ କୋଟିର ଜରିମାନା ଆଦାୟର ନୋଟିସ୍ ଦିଆଯାଇଥିଲେ ହେଁ , ଅଦ୍ୟାବଧି ଏହା ଅନାଦେୟ ରହିଥିବା ପ୍ରକାଶ ।
ତେବେ ଏବର ମାଙ୍ଗାନିଜ୍ ଚୋରାଚାଲାଣରେ ଝାରସୁଗୁଡାର ମାଷ୍ଟର୍ ମାଇଣ୍ଡ୍ ଆସି ପାଟଣାଗଡରେ ଡେରା ପକାଇ ପ୍ରଥମେ ଖଣିଅଞ୍ଚଳକୁ ଯାଇ ସ୍ଥାନୀୟ କେତେକ ଦଲାଲଙ୍କ ଜରିଆରେ ସରଜମିନ ଯାଞ୍ଚ କରିଥିବା ଓ ଲରମ୍ଭାର ରୁଷୁ ନାମକ ଉକ୍ତ ଦଲାଲ୍ ବା କୁଜିନେତା ଚୋରିସମୟରେ ବାଇକ୍ ରେ ସ୍ପଟ୍ କୁ ବାଟ ଦେଖାଇ ଜଗିଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ । ରୁଷୁ ପାଟଣାଗଡର ଜନୈକ କ୍ଷମତାଶାଳୀ ରାଜନେତାଙ୍କ ଲୋକ ଓ ଏହି ଚୋରି ତଥା ଚୋରାଚାଲାଣର ମୁଖ୍ୟ ଓ ମାଷ୍ଟର୍ ମାଇଣ୍ଡ୍ ଆସି ସେହି ଲୋକପ୍ରତିନିଧିଙ୍କର ଘରେ ରହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏସମ୍ପର୍କରେ ଆଭାସ ପ୍ରକାଶ ପାଇଛି । ତେବେ ଏହି କ୍ଷମତାଶାଳୀ ରାଜନେତା କିଏ ଓ ବ୍ରଜରାଜନଗରର ଏହି ସୁନୀଲ୍ ଶ୍ରୀବାସ୍ତବ କିଏ , ଏ ନେଇ ଜନସାଧାରଣ ପ୍ରବଳ ଜିଜ୍ଞାସା ବ୍ୟକ୍ତ କରିଛନ୍ତି । ନିକଟରେ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇଥିବା ଭୁବନେଶ୍ବରରେ ରହୁଥିବା ବ୍ରଜରାଜନଗରର କଳ୍ପନା ଦାଶ ଓ ତାଙ୍କ ଝିଅର ପଡୋଶୀ ଛତିଶଗଡ ଚକ୍ରଧରନଗର ଥାନାର ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏର ରକ୍ଷିତା ଉକ୍ତ ମୃତାମହିଳା ଜଣକ ଏହି ସୁନୀଲ୍ ଶ୍ରୀବାସ୍ତବର ପ୍ରଥମ ପତ୍ନୀ ବୋଲି ସେଠାରେ ଓ ଏଠାରେ ଚର୍ଚ୍ଚା ଉଠିଥିବାରୁ , ଉକ୍ତ ସୁନୀଲ୍ ଶ୍ରୀବାସ୍ତବ ସେ ହୋଇପାରନ୍ତି କି ? ' ବୋଲି ସନ୍ଦେହ ଉଠିଛି । ତେବେ ଏଧରଣର ଜଣେ ବିବାଦୀୟ ଖଣିମାଫିଆଙ୍କ ସହିତ ସ୍ଥାନୀୟ କ୍ଷମତାଶାଳୀ ରାଜନେତାଙ୍କର ନିଜଘରେ ରଖିଲାଭଳି ଏତେ ନିବିଡସମ୍ପର୍କ ଅସ୍ବାଭାବିକ ମନେହୁଏ । ଶୁଣାଯାଇଛି ଯେ , ଲୋଇସିଂହାର ଜଣେ ପୂଆ ବିଧାୟକ- ମନ୍ତ୍ରୀଙ୍କର ବନବିଭାଗ ଅଧିକାରୀସମ୍ପର୍କୀୟ , ଝାରସୁଗୁଡାର କତିପୟ ରାଜନେତା ପ୍ରମୁଖଙ୍କର ଦୀର୍ଘଦିନ ଧରି ସମ୍ପର୍କ ରହିଛି । ତେଣୁ ଗ୍ରାମବାସୀ ଓ ଗିରଫ ଅଭିଯୁକ୍ତଙ୍କର ବୟାନ ପରେ ମଧ୍ୟ ପୁଲିସ୍ ରୁଷୁ ଓ ସୁନୀଲ୍ ଶ୍ରୀବାସ୍ତବକୁ ଅଦ୍ୟାବଧି ଗିରଫ କରିପାରିନାହିଁ । ଲରମ୍ଭାଥାନା , ପାଟଣାଗଡ ବା ବଲାଙ୍ଗୀର ପୁଲିସ୍ ଯେ ଏହି ମାଷ୍ଟର୍ ମାଇଣ୍ଡ୍ ବା ମୂଳ ମାଫିଆ ବା ସହଯୋଗୀଙ୍କ ପାଖରେ ପହଞ୍ଚିପାରିବ , ଲୋକଙ୍କର ଏଭଳି ଆସ୍ଥା ନାହିଁ । ଅଦ୍ୟାବଧି ଏତେବଡ କୋଟି କୋଟି ଟଙ୍କାର କ୍ରମାଗତ ଆନ୍ତଃରାଜ୍ୟ ଖଣିଜଦ୍ରବ୍ୟ ଚୋରାଚାଲାଣ ମାମଲାର ପ୍ରତ୍ୟେକ୍ଷ ଅନୁଧ୍ୟାନ ପାଇଁ ଏସ୍ ପି ଯାଇ ନାହାନ୍ତି । ଏଣୁ ଏହାପଛରେ ଯେ ଶାସକଦଳର ଏହି ବିବାଦୀୟ କ୍ଷମତାଶାଳୀ ରାଜନେତା ବା ଆହୁରି କେତେକ ରାଜନେତାଙ୍କ ଛତ୍ରଛାୟାରେ ଅଭିଯୁକ୍ତମାନେ ରହିଥିବା ଏକରକମ ସ୍ପଷ୍ଟ ହୋଇଯାଇଛି ।
ଉଲ୍ଲେଖନୀୟ ଯେ ,
[18/04, 14:32] Malaya: ଆହୁରି ମଧ୍ୟ ନିକଟସ୍ଥ ପୁଡାପଦର ଗ୍ରାମର ୧୭୬ ଏକର ଜମିକୁ ସମ୍ବଲପୁରର ଜଣେ ସୁବାସ ଅଗ୍ରବାଲଙ୍କୁ ଗତ କିଛିବର୍ଷତଳୁ ପ୍ରସ୍ ପେକ୍ଟିଭ୍ ଲାଇସେନ୍ସ ବଳରେ ଖଣିଲିଜ୍ ଦେଇଦିଆଯାଇଛି । ଏବେ ଉକ୍ତଗ୍ରାମର କ୍ଷେତ୍ର ପଣ୍ଡା ନାମକ ଜଣେ ଗ୍ରାମବାସୀ ଏକ ଡାଇରୀ ଫାର୍ମ କରିବାକୁ ଯାଇ ଏଥିପାଇଁ ହରଡଘଣାରେ ପଢିଛନ୍ତି । ଆହୁରି ମଧ୍ୟ ଲରମ୍ଭା ରାସ୍ତାର ସଂରକ୍ଷିତ ଜଙ୍ଗଲ ମଝିରେ ଏକ ଇଲାକାରେ ଗଛକାଟି ସେଠାରୁ ଖଣିଜଦ୍ରବ୍ୟର ଚୋରା ଖୋଳାଇବାର ଉପକ୍ରମ କରାଯାଉଥିବା ଆଜି ପାଟଣାଗଡରେ ହେଉଥିବା ଗ୍ରୀଭାନ୍ସସେଲ୍ କୁ ଆସିଥିବା ଉକ୍ତ ଅଞ୍ଚଳର କେତେକ ଗ୍ରାମବାସୀ ପ୍ରକାଶ କରିଥିବା କେତେକ ଆଇନଜିବୀଙ୍କ ସୂତ୍ରରୁ ପ୍ରକାଶ ।