-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||     

HOME   ରାଜ୍ୟ

ମାଙ୍ଗାନିଜ୍ ଚୋରାଚାଲାଣ ମାମଲା : ବାହାରର ୫ ଗିରଫ , ଟ୍ରକ୍ ଓ ଜେସିବି ଜବତ ଘଟଣାର ମାଷ୍ଟର୍ ମାଇଣ୍ଡ୍ ଗିରଫ କେବେ ? କେବଠୁଁ ଚାଲିଛି ଏ ଖଣିଜଦ୍ରବ୍ୟ ଚୋରି ? ଜିଲ୍ଲା ଖଣି ଅଧିକାରୀଙ୍କ ଭୂମିକା ସନ୍ଦେହରେ !

14-Apr-2022



ବଲାଙ୍ଗୀର  : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ଲରମ୍ଭାଥାନା ଅନ୍ତର୍ଗତ ଚମ୍ପାସର ବନ୍ଦ ମାଙ୍ଗାନିଜ୍ ଖଣିରୁ ଜେସିବିରେ ଖୋଳି ଟ୍ରକ୍ ରେ  ଖଣିଜଦ୍ରବ୍ୟ ଚୋରାଚାଲାଣ ଘଟଣାରେ ଗ୍ରାମବାସୀ ଧରିବାରୁ ପୁଲିସ୍ ଏହି ଚୋରିରେ ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ବାହାରର ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ରାଜ୍ୟବାହାରର ଏହି ଟ୍ରକ୍ ଓ ଜେସିବିକୁ ଜବତ କରିଛି । ଏଥିରେ କେତେକ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ତଥା ପଦ୍ମପୁର ଓ ଝାରସୁଗୁଡ଼ାର ଅଣଓଡିଆ ଖଣିମାଫିଆ ମୁଖ୍ୟ ଆସାମୀ ଥିବା ପ୍ରକାଶ ପାଇବାପରେ , ଏହାର ଅଧିକ ତଦନ୍ତ ପାଇଁ ପୁଲିସ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବାହାକୁ ଯିବା କଥା ପ୍ରକାଶ

ପାଇଛି ।  ତେବେ ଏହି ଖଣିଚୋରି ବା ଚୋରାଚାଲାଣର ପ୍ରକୃତ ଅପରାଧୀଙ୍କୁ ଗିରଫ କରିବା ନେଇ ଲୋକଙ୍କର ପୁଲିସ୍ ବା ଖଣିବିଭାଗ ଉପରେ ଆସ୍ଥା ନାହିଁ ।  ଗତ ୨୦୦୮ରୁ ବନ୍ଦ ପଡିଥିବା ଚମ୍ପାସର ଗ୍ରାମ ନିକଟସ୍ଥ ଏହି ୨ଟି ମାଙ୍ଗାନିଜ୍ ବା ଲୁହାପଥର ଖଣିରୁ ଅତୀତରୁ ଅଦ୍ୟାବଧି ବହୁବାର ଖଣିଜପଦାର୍ଥ ଚୋରି ଓ ରାଜ୍ୟବାହାରକୁ ଚୋରାଚାଲାଣ କରାଯାଇ ଆସୁଥିବା ଲୋକଲୋଚନକୁ ଆସିଥିଲା । ଏହି କାରବାରରେ ସ୍ଥାନୀୟ ପୁଲିସ୍ , ଅଞ୍ଚଳର ରାଜନେତା , କୁଜିନେତା ଓ ଖଣିବିଭାଗ ଜଡିତ ରହିଆସିଥିବା ଚର୍ଚ୍ଚା ହୋଇଆସୁଛି । ଏଥର ମଧ୍ୟ ସ୍ଥାନୀୟ ଗ୍ରାମବାସୀମାନେ ସାହସ କରି ରାତିରେ ଏହାକୁ ଧରି ପୁଲିସ୍ ଜିମା ଦେବାରୁ ମାମଲା ଋଜୁହୋଇଛି ଓ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ତଦନ୍ତକାରୀ ପୁଲିସ୍ ଓ ଖଣିବିଭାଗ କେତେଦୂର କାର୍ଯ୍ୟକାରୀ କରିବ ବା ଏଥିରେ ଜଡିତ ମୁଖ୍ୟଖଣିମାଫିଆଙ୍କ ସମ୍ପର୍କରେ ଅଧିକ ତଥ୍ୟ ଆଦାୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ , ଦେଖିବାକୁ ବାକି ରହିଲା । କାରଣ ପୂର୍ବରୁ ଏଭଳି ଅନେକଥରର ଏଭଳି ଅଭିଯୋଗ ଓ ଧରପଗଡ ଘଟଣାକୁ ପୁଲିସ୍ ନଜରଅନ୍ଦାଜ୍ କରିଦେଇଥିବା ଶୁଣାଯାଇଛି । ଏଥରକର ଘଟଣାରେ ରାଜ୍ୟ ଓ ଜିଲ୍ଲାବାହାରର ଗିରଫ ଅଭିଯୁକ୍ତମାନେ ଯେଭଳି ଗୁନ୍ଦୁଲାଗୁପା ବୟାନ ଦେଇଥିଲେ , ତହିଁରୁ ଏହି ଚୋରି ଓ ଚୋରାଚାଲାଣର ପ୍ରକୃତ ଖଣିମାଫିଆମାନେ ଧରାପଡିବାର ସମ୍ଭାବନା କମ୍ । ପୁଲିସ୍ ସେମାନଙ୍କ ମୁହଁରୁ ସବିଶେଷ ତଥ୍ୟ ଆଦାୟ କରି ତାହା ଅଦାଲତି ଆଇନଗତ ସ୍ବୀକାରୋକ୍ତି ବା 161 , 164 ରେ ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କର ସତ୍ୟପାଠ ରେକର୍ଡ କରିବା ସହ ଏହା ପଛରେ ରହିଥିବା ସ୍ଥାନୀୟ ଦଲାଲ୍ ଙ୍କ ସହ ବାହାରର ମୁଖ୍ୟମାଫିଆଙ୍କୁ ଗିରଫ କରିବା ପ୍ରକ୍ରିୟାରେ କେତେଦୂର ତତ୍ପରତା ପ୍ରକାଶ କରିବ , ଲୋକେ ଅପେକ୍ଷା କରିଛନ୍ତି । 

ସେହିପରି  ବଲାଙ୍ଗିର ଜିଲ୍ଲା  ଖଣି ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କ ଧରପଗଡର କିଛିଘଣ୍ଟା ପରେ ଲରମ୍ଭାଥାନାରେ ହଠାତ୍ ରାତି୧୨ଟାରେ ପହଞ୍ଚିଯିବା ମୂଳରେ ସନ୍ଦେହ ସୃଷ୍ଟି ହୋଇଛି ।  କେତେକ ସ୍ଥାନୀୟ ଆଇନଜିବୀଙ୍କ ମତରେ ଏହି ଆସାମୀ ଓ ଜବତ ଯାନବାହନକୁ ପୁଲିସ୍ ହାତରୁ ଛଡାଇଆଣି ବିଭାଗୀୟ ହେପାଜତ୍ ରେ ରଖି କୋହଳ କାର୍ଯ୍ୟାନୁଷ୍ଠାନ କରିବା ହୁଏତ ଏହି ଅଧିକାରୀଙ୍କର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ହୋଇପାରେ । ଯଦି ଏହା ହୋଇଥାଏ , ତେବେ ଏତେ ଶୀଘ୍ର ଜିଲ୍ଲା ଖଣି ଅଧିକାରୀ କିପରି ଓ କାହାଠାରୁ ଏଇ ଧରପଗଡର ସୂଚନା ପାଇଲେ ଓ କାହାର ଏଜେଣ୍ଟ ଭାବେ ଏଭଳି ତତ୍ପରତା ଦେଖିଇଲେ , ଏହାର ତର୍ଜମା ଆବଶ୍ୟକ ହୋଇପଡିଛି ।
ସର୍ବୋପରି ଏଥରର ଏହି ଚୋରି ଓ ଚୋରାଚାଲାଣ ତିନିଦିନ ପୂର୍ବରୁ ଆରମ୍ଭ ହୋଇଥିବା , ଧରପଗଡ ବେଳେ ଗ୍ରାମବାସୀଙ୍କ ଆଗରେ ' ଥରେ ମାଟି ପରୀକ୍ଷା ପାଇଁ ନେଉଥିବା ଓ ସେମାନେ ବାହାରର ନୂଆଲୋକ ହୋଇଥିବାରୁ କିଏ ସେମାନଙ୍କୁ ପଠେଇଛି , ଜାଣନ୍ତିନାହିଁ ଇତ୍ୟାଦି ଡାହାମିଛ ସଫେଇ ଦେବା ଇତ୍ୟାଦିର ବିଶ୍ଳେଷଣ କଲେ , ଅନେକ ଦିଗ ବାହାରୁଛି ।  ଗିରଫ ଅଭିଯୁକ୍ତମାନେ ଅଧିକାଂଶତଃ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ରାଜ୍ୟ ତଥା ଜିଲ୍ଲା ବାହାରର ଓ ଛତିଶଗଡ , ଝାଡଖଣ୍ଡ , ଗଞ୍ଜାମଜିଲ୍ଲା ବ୍ରହ୍ମପୁର ଅଞ୍ଚଳର । ଜବତ ଟ୍ରକ୍ ଓ ଜେସିବି ବାହାରର । ଶୁଣିବାକୁ ମିଳିଥିବା ଚର୍ଚ୍ଚା ଅନୁଯାୟୀ , ଏହାର ଓ ଆଗରୁ ଏଭଳି ଚୋରି ବା ଚୋରାଚାଲାଣର ମୁଖ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲାର ପଦ୍ମପୁରର ଜଣେ ଓ ଝାରସୁଗୁଡ଼ାର ଜଣେ ସୁନୀଲ୍ ଶ୍ରୀବାସ୍ତବ ଖଣିମାଫିଆ ବୋଲି ପ୍ରକାଶ । ସେହିପରି ଲରମ୍ଭାର ରୁଷୁ ଓ ଅଏଁଲାତୁଙ୍ଗା ଏବଂ ପାଟଣାଗଡର କେତେକ ସ୍ଥାନୀୟ ଦଲାଲଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି । 

ଏହା ସହିତ ନିକଟସ୍ଥ ପୁଡାପଦରର ୧୭୬ ଏକରର ଜମିକୁ ଗ୍ରାମବାସୀଙ୍କ ଅଗୋଚରରେ ୨୦୧୫ ରେ ତତ୍କାଳୀନ ଜିଲ୍ଲାପାଳ ସମ୍ବଲପୁର ଠିକଣାଥିବା ସୁବାସ ଅଗ୍ରବାଲ ନାମକ ଜଣକୁ ପ୍ରପେକ୍ଟିଭ୍ ଲାଇସେନ୍ସ ଦେଇଥିବା ସେହିଗ୍ରାମର ଘରଯୁଗୀ ପଣ୍ଡାଙ୍କ ଠାରୁ କିଣିଥିବା ଜମିମାଲିକ କ୍ଷେତ୍ର ପଣ୍ଡା ଏକ ଡାଇରୀଫାର୍ମ ସ୍ଥାପନ କରିବାକୁ ଯାଇ ଅସୁବିଧାରେ ପଡିଥିବା ଜଣାଯାଇଛି । ଏଣୁ ଜିଲ୍ଲାରେ ବେଆଇନ୍  ଖଣି ଲିଜ୍ ପ୍ରଦାନ ଓ ମାଙ୍ଗାନିଜ୍ , ଗ୍ରାଫାଇଟ୍ , ରତ୍ନପଥର ଆଦି ଖଣିଜଦ୍ରବ୍ୟର ଚୋରି ବା ଚୋରାଚାଲାଣରେ ସରକାରୀ ଅଧିକାରୀଙ୍କ ହାତ ଥିବା ସ୍ପଷ୍ଟ ହୋଇଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   23-Aug-2026
  ଜିଲ୍ଲା  
*ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026

You Might Also Like