-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
22-Aug-2026
ଧର୍ମଗଡ ( ଜ୍ୟୋତିରଞ୍ଜନ ବେମାଲ )
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ର ଜଣେ ଦାଦନ ଶ୍ରମିକ ଙ୍କ ଆନ୍ଦ୍ରପ୍ରଦେଶ ସ୍ଥିତ କୁଣ୍ଟାକଲ ଠାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଘଟଣା ଏବେ ଅଞ୍ଚଳରେ ଶୋକା କୁଳ ଖେଳି ଯାଇଛି । ମୃତ ଦାଦନ ଶ୍ରମିକ ଜଣକ ହେଲେ ଧଅଁରପୁର ପଞ୍ଚାୟତ ଭାଲୁଚୁଆଁ ଗ୍ରାମର ହରଦାସ ଯୁଏଡ ( ୪୦) ।ସୂଚନା ମତେ ଗତ ତା ୧୭ / ୦୮ ରିଖ ଦିନ ଗ୍ରାମର ୩ ଯୁବକଙ୍କ ସହ ସେ ଦାଦନ ଖଟିବା ପାଇଁ ଟ୍ରେନ ଯୋଗେ ଗୋଆ ରାଜ୍ୟ ଅଭିମୁଖେ ବାହାରିଥିଲେ । ତେବେ ତା ୧୯/ ୮ ରିଖ ବୁଧବାର ଦିନ ସକାଳ ୯ଘଣ୍ଟା ସମୟରେ ଆନ୍ଦ୍ରାପ୍ରଦେଶ - କର୍ଣ୍ଣାଟକ ବୋର୍ଡର ସ୍ଥିତ କୁଣ୍ଟାକଲ ରେଳ ଷ୍ଟେସନ ଠାରେ ତାଙ୍କ ଗୋଡ଼ ଖସିଯିବାରୁ ଦୁର୍ଘଟଣା ଘଟିଥିଲା । ଟ୍ରେନ ରେ କଟି ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କୁଣ୍ଟାକଲ ରେଲୱାଇ ପୋଲିସ ଶବ ଜବତ କରି ତାଙ୍କ ସାଥିଙ୍କ ସହଯୋଗରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ଗ୍ରାମର କିଛି ଯୁବକଙ୍କ ସହାୟତାରେ କୁଣ୍ଟାକଲ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଧରି ଗାଁ ପହଞ୍ଚି ଥିଲେ ।ମୃତ ଦେହ ଗାଁ ରେ ପହଞ୍ଚିଲା ପରେ କାନ୍ଧ ବୋବାଲ ରେ ଫାଟି ପଡିଥିଲା।ତେବେ ଦଣ୍ଡପାଟ ଅଞ୍ଚଳରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଘଟଣା ଥମିବାର ନା ନେଉନି।ଦୈନ ଦିନ କିଛି ନା କିଛି ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଅଞ୍ଚଳରେ ଶିରୋନାମା ଖବର ପାଲଟିଛି।ପ୍ରଶାସନ କିମ୍ପା ସରକାରୀ ସ୍ତରରେ ଦାଦନ ରୋକିବାରେ ବିଫଳ ହୋଉଥିବା ନେଇ ଉଦବେଗ ପ୍ରକାଶ ପାଉଛି।ଅଞ୍ଚଳ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଶ୍ରମ ବିଭାଗ ଆଖି ବୁଜି ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରା କରାଯାଉଛି।ହରଦାସ ଜଣେ ଗରିବ ଶ୍ରେଣୀର ଲୋକ-ତାଙ୍କ ମୃତ୍ୟୁ ରେ ଭାଙ୍ଗିପଡିଛି ସାରା ପରିବାର।ତୁରନ୍ତ ପ୍ରଶାସନ ପରିବାର ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇ ଦେବା କୁ ସାଧାରଣ ରେ ଦାବୀ ହୋଉଛି।