-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
22-Aug-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଏକ ଆଇନଗତ ଅଧିକାର ସହିତ ଭାରତୀୟ ଦଣ୍ଡ ସଂହିତା, ପୋସ୍, ପୋକ୍ସୋ ଏବଂ ଆଣ୍ଟି ରାଗିଂର ସଚେତନତା ଓ ସଶକ୍ତିକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ମୁଖ୍ୟ ଅତିଥି ଭାରତୀ ନାଏକ ଆଇ ଆଇ ସି ସାଇବର ଥାନା, ସମ୍ମାନୀତ ଅତିଥି ଅଧିବକ୍ତା ତଥା ସାମାଜିକର୍ମୀ ମିନାକ୍ଷୀ ପୁରୋହିତ, ଶକ୍ତିଶ୍ରୀ ସଂଯୋଜକା ଡଃ ଅର୍ପିତା ବେହେରା, ଡଃ ସଦାଶିବ ମଲ୍ଲିକ , ଶ୍ରୀମତୀ ରଶ୍ମିରେଖା ଭୋଇ ମଧ୍ଯ ଏହି ସଚେତନତା କାର୍ଯ୍ୟକ୍ରମରେ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା ଅଜିତ କୁମାର ପଣ୍ଡା ତଥା ଧନ୍ୟବାଦ ଅର୍ପଣ କରି ଥିଲେ ଡଃ ସଦାଶିବ ମଲ୍ଲିକ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ୟାପିକା, ଛାତ୍ରୀ ଓ ସେଲ୍ର ସଦସ୍ୟମାନେ ଯୋଗ ଦେଇଥିଲେ।