-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
22-Aug-2026
(ପ୍ରିୟଦର୍ଶିନୀ ପାତ୍ର,)
ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଟବାଇ ଠାରେ ଜଣେ ଜନଜାତି ନବମ ଶ୍ରେଣୀ ଛାତ୍ର ଙ୍କୁ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ମାଡ଼ ମାରି ଆହତ କରିଥିବା ଜଣାପଡିଛି l ସରକାର ସମସ୍ତ ବିଦ୍ୟାଳୟ ପରିସର କୁ ଦଣ୍ଡ ମୁକ୍ତ ଅଂଚଳ ଭାବେ ଘୋଷଣା କରିଥିବା ସତ୍ୱେ ଦଣ୍ଡମୁକ୍ତ ଅଂଚଳ ବିଦ୍ୟାଳୟ ପରିସରରେ ଶିକ୍ଷକ ଛାତ୍ରଙ୍କୁ ପିଟିବାରୁ ଛାତ୍ର ଙ୍କ ହାତ ପାପୁଲି ଟି ଆଜିକୁ ପ୍ରାୟ ୧୫ ଦିନ ହେବ ଫୁଲି କି ରହିଛି l ପିଟିଥିବା ଶିକ୍ଷକ ଜଣକ ପ୍ରଧାନ ଶିକ୍ଷକ ଙ୍କୁ ଅନ୍ଧାରରେ ରଖି ଆହାତ ଛାତ୍ରଙ୍କୁ ସ୍ଥାନୀୟ ଘୋରେଇ ଚିକିତ୍ସା କରୁଥିବା ବିଷୟରେ ପ୍ରଧାନ ଶିକ୍ଷକ କିଛି ଦିନ ପରେ ଜାଣିବାରୁ ଶିକ୍ଷକଙ୍କୁ ତାଗିଦ କରିବାରୁ ସେ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ l ଘଟଣା ରୁ ପ୍ରକାଶ ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ଅନ୍ତର୍ଗତ ମିଞ୍ଜା ଗ୍ରାମର ଖଗପତି ଜାନି ଙ୍କ ପୁଅ ମନୁ ଜାନି ଚଳିତ ବର୍ଷ ଜୁଲାଇ ମାସ ୧୧ ତାରିଖ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଟବାଇ ଠାରେ ନବମ ଶ୍ରେଣୀ ରେ ନାମ ଲେଖାଇ ଥିଲେ ତାଙ୍କରି ରୋଲ ନଂ -୭୧, ସେ ବିଦ୍ୟାଳୟ ରେ ଥିବା ହଷ୍ଟେଲ ରେ ରହୁଥିବା ବେଳେ ସେ ଜୁଲାଇ ମାସ ରେ ମୋଟ ୬ ଦିନ ଏବଂ ଅଗଷ୍ଟ ମାସ ରେ ୨୧ ତାରିଖ ସୁଦ୍ଧା ୯ ଦିନ ବିଦ୍ୟାଳୟ ରେ ଉପସ୍ଥିତ ରହିଥିବା ଜଣାପଡିଛି ତାଙ୍କୁ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ମୁନ୍ନା ୧୫ ଦିନ ପୂର୍ବରୁ ବିଦ୍ୟାଳୟ ପରିସରରେ ମାଡ଼ ମାରିବାରୁ ଛାତ୍ରଙ୍କ ହାତ ପାପୁଲି ଟି ଫୁଲିଛି ଏବଂ ବ୍ୟଥା ହେଉଥିବା ବେଳେ ଶିକ୍ଷକ ମୁନ୍ନା ଛାତ୍ରଙ୍କୁ ସ୍ଥାନୀୟ ଚିକିତ୍ସକ ଙ୍କ ନିକଟରେ ଚିକିତ୍ସା କରୁଥିବା ବେଳେ ଘଟଣା ର କିଛି ଦିନ ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏହି ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଶିକ୍ଷକଙ୍କୁ ତାଗିଦ କରିବା ରୁ ସେ ଛାତ୍ର ଙ୍କୁ ଡାକ୍ତରଖାନା ନେଇ ଥିଲେ, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ମୁନ୍ନା ଏହି ବିଦ୍ୟାଳୟ ରେ ଶିକ୍ଷକ ଭାବେ ଦୀର୍ଘ ବର୍ଷ ରୁ ରହିଥିବାବେଳେ ୨୬:୧୨:୨୦୨୧ ରୁ ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଭାବେ ରହିଥିଲେ ଏଥି ସହ ଆଜି ପର୍ଯ୍ୟନ୍ତ ହଷ୍ଟେଲ ଦାୟିତ୍ୱ ରେ ମଧ୍ୟ ରହିଛନ୍ତି l ଏହି ଜନଜାତି ଛାତ୍ର ଜଣକ ବର୍ତମାନ ହଷ୍ଟେଲ ରୁ କାହାର ଅନୁମତି ରେ ବାହାରେ ରହୁଛନ୍ତି ଏବଂ କିପରି ଚିକିସ୍ଥିତ ହେଉଛନ୍ତି ତାହା ତଦନ୍ତ ସାପେକ୍ଷ l ନୂତନ ପ୍ରଧାନ ଶିକ୍ଷକ ଆସି ତିନ ମାସ ହେବ କିନ୍ତୁ ତାଙ୍କୁ ହଷ୍ଟେଲ ଦାୟିତ୍ୱ ଦେଇନଥିବା ଜଣାପଡିଛି l ଜିଲ୍ଲା ରେ ବିଭିନ୍ନ ସମୟରେ ଜନଜାତି ଛାତ୍ର ଛାତ୍ରୀ ଙ୍କ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାର ହେଉଥିବା ନଜର ରହିଥିବା ବେଳେ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା ରହିଛି l ଏହି ସମସ୍ତ ଘଟଣା କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହିତ ଜିଲ୍ଲା ପ୍ରଶାସନ ସମସ୍ତ ଘଟଣା ର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି l ଦେଖାଯାଉ ଜିଲ୍ଲା ପ୍ରଶାସନ ଘଟଣା ର ତଦନ୍ତ କରି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି