-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଗୈାନ୍ତିଆ ପରିବାରର ମଝିଆ ଗୈାନ୍ତିଆ ତଥା ପୂର୍ବତନ ୱ।ଡମେମ୍ବର ସଂକିର୍ତ୍ତନ ବରିହାଙ୍କ ଆଜି ତାଙ୍କ ରେଙ୍ଗାଲଜୁରୀ ବାସଭବନରେ ପରଲୋକ ହୋଇଯାଇଛି । ସେ ଦିର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ ବେଳକୁ ତାଙ୍କୁ ( ୮୫) ବୟସରେ ହେଉଥିଲା । ସ୍ବର୍ଗତ ବରିହା ଜଣେ ମିଷ୍ଟ ମେଲାପି ବ୍ୟକ୍ତି ଥିଲେ । ସେ ସାମ୍ବାଦିକ ଗୋରେଖନାଥ ବରିହାଙ୍କ ବଡ଼ ବାପା ଅଟନ୍ତି ।ତାଙ୍କ ସ୍ତ୍ରୀ ସୀତା ବରିହା ଓ ୫ ପୁଅ ବଡ ବିପିନ ବରିହା ,ନେତ୍ର ବରିହା,ମାନଞ୍ଚନ ବରିହା ,କାଳିଆ ବରିହା , ସୁରେଶ ବରିହା ଓ ଦୁଇ ଝିଅ ଦେବକୀ , ସୁମିତ୍ରା ,ନାତି ,ତେଜ ରାଜ , ଆଶିଷ,ପ୍ରବିଣ ,ମହନ , ରାହୁଲ ,ଅଜୁ,ସାହିଲ , ସତ୍ୟଜିତ ନାତୁଣୀ ରଶ୍ମୀତା ,ରାଜେଶ୍ଵରୀ ଓ ବହୁ, ଜ୍ଜାଇଁ , ଦୁଇ ଭାଇ ବଡ଼ ଭାଇ ଗୌନ୍ତିଆ ସଦାନନ୍ଦ ବରିହା ଓ ସାନ ଭାଇ କର୍ତ୍ତନ ବରିହା ବନ୍ଧୁ ବର୍ଗଙ୍କୁ ତାଙ୍କ ପଛରେ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ପରଲୋକରେ ଗାଁ ତଥା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ଗ୍ରାମର ତଥା ଆଖପାଖ ଅଂଚଳ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନକୁ ଯାଇ ଶେଷ ଦର୍ଶନ କରି ଥିଲେ । ତାଙ୍କର ମୃତ ପାର୍ଥୀବ ଶରିର କୁ ଗାଁ ପରିକ୍ରମା କରାଯାଇଥିଲା । ଶବଧାର ରେ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ତାଙ୍କ ପୂର୍ବ ପୁରୁଷ ଙ୍କ ପ୍ରଚଳିତ ପ୍ରାଥା ଅନୁସାରେ ନିଜ ପୂର୍ବ ବଂଶଧର କୁ ଶବ ପୋତି ଥିବା ପାଖରେ ମାଟି ଖୋଳି ପୋତି ଥିଲେ । ତାଙ୍କ ବଡପୁଅ ବିପିନ ବରିହା ପ୍ରଥମେ ଗାତ ଖୋଳି ପାର୍ଥିବ ଶରୀରକୁ ପୋତି ମାଟି ଅର୍ପଣ କରିବା ସହ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।