-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
22-Aug-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ଲୋକସେବା ଭବନଠାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରାଥମିକତାମୂଳକ ବିଷୟ ସହ ଆଗାମୀ ଦିନରେ ଭୂ-ସଂସ୍କାର କାର୍ଯ୍ୟକ୍ରମ, ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ବଜେଟ ବ୍ୟୟକୁ ତ୍ୱରାନ୍ୱିତ କରିବା ଏବଂ ରାଜସ୍ୱ ସଂଗ୍ରହ ବୃଦ୍ଧି ନେଇ ରୋଡମ୍ୟାପ୍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।
ବୈଠକରେ ଭୂ-ସଂସ୍କାର କ୍ଷେତ୍ରରେ ଆଗାମୀ ପଦକ୍ଷେ ପଗୁଡ଼ିକୁ ଅଧିକ ଫଳପ୍ରଦ କରିବା, ସାଧାରଣ ନାଗରିକଙ୍କୁ ତ୍ୱରିତ ଓ ସୁବିଧାଜନକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେବା ସହ ବିକାଶମୂଳକ କାର୍ଯ୍ୟରେ ବଜେଟ ବ୍ୟବସ୍ଥାର ସଠିକ୍ ଓ ସମୟୋପଯୋଗୀ ବିନିଯୋଗ ସୁନିଶ୍ଚିତ କରିବା ନେଇ ଆବଶ୍ୟକ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିସହ ରାଜସ୍ୱ ସଂଗ୍ରହକୁ ଅଧିକ ସୁଦୃଢ଼ ଓ ଦକ୍ଷ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ‘Performer of the month’ ବା ଚଳିତ ମାସର ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଧିକାରୀ ଭାବେ ରାଜସ୍ୱ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଏସ୍.କେ. ଜମିରୁଦ୍ଦିନ୍ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ ସମ୍ମାନିତ କରିଥିଲେ l ବୈଠକରେ ଓଡ଼ିଆ ଭାଷାର ଧ୍ୱନିଗତ ବୈଶିଷ୍ଟ୍ୟ ସହ ସ୍ଥାନନାମର ଇଂରାଜୀ ବନାନକୁ ସମନ୍ଵିତ କରି ରାଜ୍ଯ ସରକାରଂକ ସଂଶୋଧନ ପଦକ୍ଷେପ ଭାଷାଗତ ଐତିହ୍ୟ ଓ ପରିଚୟକୁ ସମ୍ମାନ ଦେବା ସହ ପ୍ରଶାସନିକ ରେକର୍ଡରେ ସଠିକତା ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଜସ୍ୱ ସଚିବ ମତବ୍ୟକ୍ତ କରିଥିଲେ l ବୈଠକରେ ଉପସ୍ଥିତ ବରିଷ୍ଠ ଅଧିକାରୀବୃନ୍ଦ ଆଗାମୀ ଦିନରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦକ୍ଷ, ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ସହ ରାଜ୍ୟର ରାଜସ୍ୱ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ଦିଗରେ ସମନ୍ୱିତ ପ୍ରୟାସ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକାଶ ଥାଉ କି, ପ୍ରତ୍ୟେକ ମାସରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଅଧିକାରୀଙ୍କୁ ସମ୍ମାନିତ କରିବାର ଏହି ପରମ୍ପରା ବିଭାଗରେ ଲୋକସେବା ପ୍ରତି ଅଧିକାରୀମାନଙ୍କ ପ୍ରତିବଦ୍ଧତାକୁ ଉତ୍ସାହିତ କରିବା ସହ ନିଷ୍ଠାପର ହୋଇ କାମ କରିବା ନିମନ୍ତେ ପ୍ରେରଣା ପ୍ରଦାନ କରୁଛି l