-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
22-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ବିଜେଡି ସଭାପତି ଦ୍ବାରିକାନାଥ ସାହୁଙ୍କ ମାତା ଗୌରୀ ସାହୁଙ୍କ(୮୮)ବର୍ଷ ବୟସରେ ଆଜି ପରଲୋକ ଘଟିଛି ।ଶ୍ରୀମତୀ ଗୌରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।ହେଲେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ତାଙ୍କ ମୃତ ଦେହ ବିନିକା ବ୍ଲକ ସେଲେଡି ଗ୍ରାମକୁ ଆସିବା ପରେ ଘରେ ତାଙ୍କ ଶେଷ ଦର୍ଶନ ପାଇଁ ନାହିଁ ନଥିବା ଭିଡ଼ ଜମିଥିଲା।ଶ୍ରୀମତୀ ଗୌରୀ ଆଧ୍ୟାତ୍ମିକ ଦିଗରେ ପରିଚାଳିତ ହୋଇ ଧର୍ମପରାୟଣ ମହିଳା ତଥା ପରୋପକାରୀ ସେବିକା ଭାବେ ପରିଚିତ ଥିଲେ ।ତାଙ୍କ ପରଲୋକରେ ଶୁଭେଚ୍ଛୁ ତଥା ବନ୍ଧୁବାନ୍ଧବ ମହଲରେ ଶୋକର ଲହରୀ ଖେଳିଯାଇଛି।ତାଙ୍କ ମୃତ ଦେହକୁ ଏକ ଶୋଭାଯାତ୍ରାରେ ନିକଟ ଶ୍ୱସାନକୁ ନିଆଯାଇଥିଲା ସେଠାରେ ତାଙ୍କ ପୁଅ ଦ୍ବାରିକାନାଥ ମୁଖାଗ୍ନି ପ୍ରଦାନ କରିଥିଲେ।