-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମାପ୍ତ ହୋଇଛି । ଚଳିତ ଥର ଜିଲ୍ଲାର ୧୪ ଟି ବ୍ଲକରେ ୯ ବିଜେଡି , ୩ କଂଗ୍ରେସ , ୨ ସ୍ବାଧୀନ ଓ ବିଜେପି ୦ ସମର୍ଥିତ ପ୍ରାର୍ଥୀଙ୍କର ଫଳାଫଳ ଜଣାଯାଇଛି । ତେବେ ଚଳିତଥର ଜିଲ୍ଲାର କୌଣସି ବି ଗୋଟିଏ ବ୍ଲକ୍ ରେ ବିଜେପି ନିଜ ସମର୍ଥନରେ ଚେୟାରମ୍ୟାନ୍ ବସାଇ ନପାରିବା ବିଜେପି ପାଇଁ ପତିଆରା ହରାଇବାର ପ୍ରଶ୍ନ ପାଲଟିଛି । ଏହାର କାରଣ ସମୀକ୍ଷାସାପେକ୍ଷ । ଏବଂ ଏହାର ପ୍ରଭାବ ଆଗାମୀ ପୌରନିର୍ବାଚନରେ ପଡିବାର ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରିବ ନାହିଁ ।
ବିଜୟୀ ଚେୟାରମ୍ୟାନ୍ ମାନେ ହେଲେ , ବଲାଙ୍ଗୀର ସଦର ବ୍ଲକରେ ବିଜେଡି ସମର୍ଥିତା ସରିତା ବାଗ ଓ ସେ ଏହିବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗଙ୍କର ସହଧର୍ମିଣୀ । ପୁଇଁତଳା ବ୍ଲକ୍ ର ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ସରୋଜ କୁମାର ପ୍ରଧାନ , ଦେଓଗାଁରେ ବିଜେଡି ସମର୍ଥିତ (ମଣ୍ଟୁ )ଦୟାନିଧି ଖମାରୀ , ନିର୍ଦ୍ବନ୍ଦରେ ଖପ୍ରାଖୋଲରେ ବିଜେଡି ସମର୍ଥିତ ନିରୁପମା ପୁଟେଲ , ପାଟଣାଗଡରେ ବିଜେଡି ସମର୍ଥିତ ନୀଳକାନ୍ତ ବାଗ ଓ ବେଲପଡାରେ ବିଜେଡି ସମର୍ଥିତ ରୀନା କୁମ୍ଭାର ଚେୟାରମ୍ୟାନ୍ ଭାବରେ ଜିତିଛନ୍ତି । ମୁରିହାହାଲରେ ବିଜେଡି ସମର୍ଥିତ ହରିବନ୍ଧୁ ମେହେର , ସଇଁତଳାରେ କଂଗ୍ରେସ ସମର୍ଥିତା ମୋନିକା ସିଂ ଭୋଇ ଅଧ୍ୟକ୍ଷା ହୋଇଛନ୍ତି । ସେ ପୂର୍ବରୁ ମଧ୍ୟ ଅଧ୍ୟକ୍ଷା ଥିଲେ ଓ ସେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସହଧର୍ମିଣୀ । ବଙ୍ଗୋମୁଣ୍ଡାରେ ପୂର୍ବତନ ଅଧ୍ୟକ୍ଷା ଥିବା କଂଗ୍ରେସ ସମର୍ଥିତା ରଞ୍ଜୁବାଳା ବେହେରା , ଟିଟିଲାଗଡରେ ବିଜେଡି ସମର୍ଥିତା ସଂଯୁକ୍ତା ନାଏକ , ତୁରେକେଲାରେ କଂଗ୍ରେସ ସମର୍ଥିତା ପୂଜା ବେହେରା , ଲୋଇସିଂହାରେ ବିଜେଡି ସମର୍ଥିତ ଯତୀନ୍ଦ୍ର ପଟେଲ , ଆଗଲପୁରରେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ସମ୍ପର୍କୀୟା ସ୍ବାଧୀନ ଗୀତାଞ୍ଜଳି ଦାଶ , ଗୁଡଭେଲାରେ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଦୋରାଙ୍କ ସହଧର୍ମିଣୀ ସ୍ବାଧୀନ ବବି ଦୋରା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ପ୍ରକାଶ ।
ସେହିପରି ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ବା ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ବ୍ଲକରେ ତରଭାରେ ସରୋଜ କୁମାର କମ୍ପ , ସୋନପୁରରେ ପ୍ରହଲ୍ଲାଦ ନାଏକ , ଡୁଙ୍ଗୁରିପାଲିରେ ଅହଲ୍ଯା ସାହୁ , ବିନିକାରେ ଦିପ୍ତିରେଖା ନନ୍ଦ , ବୀରମହାରାଜପୁରରେ ଶାନ୍ତି ଲୁହା ଓ ଉଲୁଣ୍ଡା ବ୍ଲକ୍ ରେ ଶାନ୍ତିଲତା ମିଶ୍ର ଚେୟାରମ୍ୟାନ୍ ହୋଇଛନ୍ତି । ଏମାନେ ସମସ୍ତେ ବିଜେଡି ସମର୍ଥନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ପ୍ରକାଶ ।