-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2022
ପାଟଣାଗଡ (ପୂର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ଛକ ନିକଟରେ ନୋ ଏଣ୍ଟ୍ରି ପାଇଁ ରାସ୍ତା କଡ ରେ ଛିଡା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ରେ ଥିବା ଟେଣ୍ଟ ହାଉସ କର୍ମଚାରୀ ମାନେ ଦୁର୍ଘଟଣା ମ ଶିକାର ହୋଇଛନ୍ତି । ଘଟଣାସ୍ଥଳ ରେ ଟିକପାଲି ର ଚୈତନ ବାରଲେଣ୍ଡିଆ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଭାଟିସାଲ ପଡା ର ଗୁରୁବାର ଠେଲା ଏବଂ କାଦୋପଡା ର ଟାଇଗର ଷାଣ୍ଡ ଗୁରୁତର ଆହତ ଅବସ୍ଥାରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ର ଶିକାର ବ୍ୟକ୍ତି ମାନେ ସ୍ଥାନୀୟ ଚୋପଦାର ଟେଣ୍ଟ ହାଉସ କର୍ମଚାରୀ ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ପାଟଣାଗଡ ଥାନାଧିକାରୀ ଅନନ୍ତ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନିର୍ବାଚିତ ସମୟ ହୋଇ ଥିବାରୁ ଉତ୍ତେଜନା ପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ର ଆଶଙ୍କା ଥିବାରୁ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।