-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ବଙ୍ଗୋମୁଣ୍ଡା ବ୍ଲକର ୨୬ ଟି ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ୧୨୦ ଜଣ ପ୍ରାର୍ଥୀ ଭାଗ୍ଯ ପରିକ୍ଷା କରୁଥିବା ବେଳେ ସମିତିସଭ୍ଯ ପାଇଁ ୧୧୯ ଜଣ ଓ ଦୁଇଗୋଟି ଜିଲ୍ଲାପରିଷଦ ଆସନ ପାଇଁ ୯ ଜଣ ମଇଦାନ କୁ ବାହାରି ଲୋକଙ୍କ ପାଖକୁ ପହଞ୍ଚି ଲୋକଙ୍କ ମନ ଜିଣି କେମିତି ନିର୍ବାଚନ ରଣାଙ୍ଗନରେ ଜିତ ହାସଲ କରିବେ ତା ପାଇଁ କସରତ ଆରମ୍ଭ କରିଛନ୍ତି । ତେବେ ବ୍ଲକର ୨୬ ଟି ପଞ୍ଚାୟତ ମଧ୍ଯରୁ ଝଳପ, କଁସିଲ ଓ ଠେମରା ତିନୋଟି ପଞ୍ଚାୟତ ର ସମିତିସଭ୍ଯ ଅନକଣ୍ଟେଷ୍ଟ ହୋଇଛି ତେଣୁ ୨୩ ଟି ପଞ୍ଚାୟତରେ ୧୧୬ ଜଣ ସମିତିସଭ୍ଯ ନିର୍ବାଚନ ମଇଦାନ ରେ କସରତ ଆରମ୍ଭ କରିଛନ୍ତି। ଚଳିତ ନିର୍ବାଚନ ରେ ସରପଞ୍ଚ ପଦବୀ ପାଇଁ ଅର୍ଶାତୁଲା, ବଲଧା, ଚାନ୍ଦୋତରା, କଁସିଲ , କୁଣ୍ଡାବୁଟଲା ରେ ୩ ଜଣ ଲେଖାଏଁ । ଅଳଣ୍ଡା, ବେଳପଡା, ଭୁର୍ଷାଗୁଡା, ଭୁସଲାଡ, ଚୁଲିଫୁଙ୍କା, ଦେଢଗାଁ, ଗନ୍ଧରାବନ୍ଧ, ଝଲପ, ଝରିଆଲ, ଜୁରାବନ୍ଧ, ଠେମରା ,ତୁରେକେଲା ରେ ୪ ଜଣ ଲେଖାଏଁ । ଜାମଖୁଣ୍ଟା, କପିଲାଭଟା ରେ ୫ ଜଣ ଲେଖାଏଁ । ବଙ୍ଗୋମୁଣ୍ଡା, ଗନ୍ଧର୍ଲା ୬ ଜଣ ଲେଖାଏଁ । ଭାଲୁମୁଣ୍ଡା, ବିରିପାଲି , ଖଇରା ,ମୁଣ୍ଡପଦର, ସିନ୍ଧେକେଲା ସର୍ବାଧିକ ୭ ଜଣ ଲେଖାଏଁ ଆଶାୟୀ ଅଛନ୍ତି। ସେହିପରି ଭାବେ ସମିତିସଭ୍ଯ ପଦବୀ ପାଇଁ ଦେଢ଼ଗାଁ ଓ ଝରିଆଲ ରେ ସର୍ବନିମ୍ନ ଦୁଇଜଣ ଓ ମୁଣ୍ଡପଦର ପଞ୍ଚାୟତ ରେ ସର୍ବାଧିକ ନଅ ଜଣ ସମିତିସଭ୍ଯ ପ୍ରାର୍ଥୀ ଅଛନ୍ତି। ଜିଲ୍ଲାପରିଷଦ ବଙ୍ଗୋମୁଣ୍ଡା ୨୦ ନମ୍ବର ଜୋନ ପାଇଁ ୫ ଜଣ ଓ ସିନ୍ଧେକେଲା ୨୧ ନମ୍ବର ଜୋନ ପାଇଁ ୪ ଜଣ ପ୍ରାର୍ଥୀ ଅଛନ୍ତି।