-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଥାନା ଅଞ୍ଚଳରେ ଅବୈଧ ମଦ ବିକ୍ରି ବିରୋଧରେ ପୋଲିସର ବଡ଼ ଧରଣର ଚଢ଼ାଉ।ମାଝିଗୁଡ଼ା ଓ ଡଙ୍ଗରିଗୁଡ଼ା ଅଞ୍ଚଳରେ ଅବୈଧ ଭାବେ ମଦ ବିକ୍ରି ହେଉଥିବା ସୂଚନା ପାଇ ଡାବୁଗାଁ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧ ପେଟି କେନ୍ ବିୟର, ୫ ଲିଟର ବିଦେଶୀ ମଦ ଓ ୧୦ ପ୍ୟାକେଟ ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ପୋଲିସ।ଏହି ଚଢ଼ାଉରେ ଡାବୁଗାଁ ଥାନାର ସମସ୍ତ କର୍ମଚାରୀ ସାମିଲ ଥିଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏବେ ଦେଖିବାକୁ ବାକି ରହିଲା, ମାଝିଗୁଡ଼ାରେ ଚାଲିଥିବା ବେଆଇନ ମଦ ଦୋକାନକୁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ କେବେ ବନ୍ଦ କରୁଛି। *