-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଆସନ୍ତାକାଲି ଅର୍ଥାତ ଗୁରୁବାର ଛାତ୍ର ସଂସଦ ନିର୍ବାଚନ।ହେଲେ ଆଜି ସକାଳେ କଲେଜ ମୁଖ୍ୟ ଫାଟକ ଗେଟରେ ଧଳା ରଙ୍ଗର କପଡ଼ାରେ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ଦିଆଯାଇଥିବା ଏକ ପୋଷ୍ଟର ଦେଖିବାକୁ ମିଳିଥିଲା।ଯାହାକି ଏହି ଶୀର୍ଷ କାତର ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟଜେ ଦୀର୍ଘ ୮ବର୍ଷ ପରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି।ଆସନ୍ତାକାଲି ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଥିବା ବେଳେ ହଠାତ ଆଜି ସକାଳେ ମୁଖ୍ୟ ଫାଟକ ଗେଟରେ ଧଳା ରଙ୍ଗର କପଡ଼ାରେ ପେନ ସାହାଯ୍ୟରେ "ପ୍ରିନ୍ସିପାଲ ଛାତ୍ର ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଛି। ଏଣୁ ତୁମେ ଛାତ୍ର ସଂସଦ ନିର୍ବାଚନରୁ ଦୂରେଇ ରୁହ ନହେଲେ ତୁମକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି" l ଏହି ଶୀର୍ଷ କାତର ଲେଖା ରାସ୍ତାରେ ଯାଆ ଆସ ଲୋକେ ଦେଖିବା ପରେ ଘଟଣା ସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।ଅଧ୍ୟକ୍ଷ ମଧ୍ୟ ଆସିଥିଲେ ।ପୋଲିସ ପହଞ୍ଚି ଘଟଣାସ୍ଥଳରୁ ପୋଷ୍ଟରକୁ ଜବତ କରିଛି।ତେବେ କିଏ ଓ କାହିଁକି ଏଭଳି ହତ୍ୟା ଧମକ ଦେଇଛି କାରଣ ଅସ୍ପଷ୍ଟ ରହିଛି ।ପୋଲିସ ପହଞ୍ଚି ପୋଷ୍ଟର ଜବତ କରିଛି।ଘଟଣା ପରେ ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ଜଗି ରହିଥିଲା ।ଏନେଇ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନିୟମ ଅନୁଯାୟୀ ନିର୍ବାଚନ ପରିଚାଳନା କରାଯାଉଛି ।କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ବଜାୟ ରଖିଛନ୍ତି ଏବଂ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ପ୍ରାର୍ଥୀ ମାନେ ମଧ୍ୟ ଶୃଙ୍ଖଳିତ ଅଛନ୍ତି । ଡ଼ରାଇବା ପାଇଁ ଅଣ ଛାତ୍ରଙ୍କ ଦ୍ଵାରା ଏହି କାମ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି।ତେବେ ଯାହା ହେଉନା କାହିଁକି ଏହି ଶୀର୍ଷ କାତର ପ୍ରସଙ୍ଗ ଓ ଧମକ ଲେଖା ପୋଷ୍ଟରକୁ ନେଇ ପୋଲିସ ତରଫରୁ ତଦନ୍ତ ଜାରି ରହିଛି।ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ କିପରି ଶୃଙ୍ଖଳିତ ଭାବେ ହେବ ସେନେଇ ନିର୍ବାଚନ ରଣାଙ୍ଗନରେ ଥିବା ପ୍ରାର୍ଥୀ ଏବଂ କଲେଜ ଷ୍ଟାଫ ମଧ୍ୟରେ ଜରୁରୀ ବୈଠକ ହୋଇଥିବା ସୂଚନା ମିଳିଛି।