-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକରେ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ତଥା ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ନିମନ୍ତେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହେଲା। ଏହି ଅବସରରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମଙ୍କ ନେତୃତ୍ୱରେ ଖୁବ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।ବାଇଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ସାନମାନିତା ଅତିଥି ଭାବେ ଡାବୁଗାଁ ବ୍ଲକ ଉପାଧ୍ୟାକ୍ଷ ସଦାନନ୍ଦ ନାୟକ ଏବଂ ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରା ଉପସ୍ଥିତ ଥିଲେ। ଏମାନଙ୍କ ସହ ଡାବୁଗାଁ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଗବାନ ମାଝୀ, ସନ୍ତସ ସାହୁ ପ୍ରମ୍ମୁଖ ମଂଚାସୀନ ଥିବା ବିଳେ ଡାବୁଗାଁ ବ୍ଲକର ସମସ୍ତ ସିଏରସିସି, ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମ ରେ ମଞ୍ଚ ପରିଚଳନା କରିଥିଲେ ସିଏରସିସି ଗୁପ୍ତେ ପ୍ରସାଦ ନାଗ। ଆଜିର କାର୍ଯ୍ୟକ୍ରମ ର ସମ୍ପୂର୍ଣ କାର୍ଯ୍ୟସୂଚୀ:ସକାଳ 10 ଘଣ୍ଟା ସମୟରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥାଲା। ଆଜି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାପରେ ଅତିଥି ମାନଙ୍କ ଉପସ୍ଥିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଓ ପୁରସ୍କାର ବିତରଣ କରିବା ପରେ ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହେଲା।ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଏବଂ ସୁରୁଖୁରୁରେ ସଂମ୍ପନ୍ନ ହେଲା।