-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
ବଲାଙ୍ଗିର(ପ୍ରେରଣା ଖବର): ଆସନ୍ତା ତା.୧୬.୧୦.୨୦୨୬ ବଲାଙ୍ଗିର ର ପୁରାତନ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଗାନ୍ଧି ପାଠାଗାର (ପୂଜା ମଣ୍ଡପ)ର ନବନିର୍ମିତ ପୂଜା ମଣ୍ଡପ ର ଉଦ୍ଘାଟନୀ ଉତ୍ସବ ପାଳନ କରାଯିବ । ଏହି ପୂଜା ମଣ୍ଡପ ର ଉଦ୍ଘାଟନ ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିିଥି ରୂପେ ଯୋଗଦାନ କରି ନବ ନିର୍ମିତ ପୂଜା ମଣ୍ଡପ କୁ ଉଦ୍ଘାଟନ କରିବେ । ଉକ୍ତ ଉତ୍ସବରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିବେ ବୋଲି ଗାନ୍ଧି ପାଠାଗାର ର ସଭାପତି ପ୍ରକାଶ କୁମାର ନେପାକ ସୂଚନା ଦେଇଛନ୍ତି । ଏହି ନୂତନ ମଣ୍ଡପ ମାନ୍ୟବର ବିଧାୟକ କଳିକେଶ ନାରାୟଣ ସିଂଦେଓ ଏବଂ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉଦ୍ୟମରେ ଆର୍ଥିକ ସହାୟତା ଦିଆଯାଇ ନୂତନ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯାଇଛି ବୋଲି ସମ୍ପାଦକ ପ୍ରଦୀପ ସାହୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଆସନ୍ତା ତା.୧୬.୧୦.୨୦୨୬ ଦିବା ଘ.୮ ରୁ ପ୍ରତିଷ୍ଠା ପୂଜା, ଦିବା ଘ.୪ ରେ ବିଲ୍ୱବରଣ ଏବଂ ସନ୍ଧ୍ୟା ଘ.୭ ସମୟରେ ନୂତନ ମଣ୍ଡପର ଉଦ୍ଘାଟନ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ଘ.୮ ରୁ ଆରମ୍ଭ ହେବ । ପ୍ରତିଷ୍ଠା ପୂଜାରେ ପାଠାଗାର ସଭାପତି ପ୍ରକାଶ ନେପାକ ଏବଂ ସହଧର୍ମିଣୀ ଭାରତୀ ନେବାକ ତଥା ଉପସଭାପତି ସନ୍ତକ ବହିଦାର ଏବଂ ସହଧର୍ମିଣୀ ମମତାମୟୀ ଦାସ କର୍ତ୍ତା ଓ ଉପକର୍ତ୍ତା ର ଦାୟିତ୍ୱ ସମାପନ କରିବେ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭଗବାନ ବଗର୍ତ୍ତି, ବରିଷ୍ଠ ସଭ୍ୟ ସୂର୍ଯ୍ୟ ପୁରୋହିତ, ମୋହିନି ମିଶ୍ର, ସତ୍ୟନାରାୟଣ ବେହେରା, ଅଶୋକ ଚାନ୍ଦ, ହରି ପଣ୍ଡା, ମଧୁ ସୁଦନ ନାୟକ, ଭବାନୀ ଶତପଥି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଚଳିତ ବର୍ଷ ୫୯ତମ ସାର୍ବଜନୀନ ଦୁର୍ଗା ପୂଜା ୧୬.୧୦.୨୬ ଷଷ୍ଠି ତିଥିରୁ ଆୟୋଜନ କରାଯିବ । ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ କୁମାର ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ ଦାୟିତ୍ୱ ନେଇ ଥିବା ବେଳେ ରିଆଜ ଖାନ, ହୃଦୟ ରଂଜନ ସାହୁ, ରାଜେନ୍ଦ୍ର ପାଣି, ଦୁର୍ଗା ସାହୁ, ଅବଦୁଲ ରଜାକ୍, ସଂଜୟ ଗଡତ୍ୟା, ରାଜେନ୍ଦ୍ର ମିଶ୍ର, ଦାଶରଥି ସାହୁ, ଶୁଶାନ୍ତ ଶ୍ରୀଚନ୍ଦନ, ସଂଗ୍ରାମ ବହିଦାର, ଅଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକାରୀ କମିଟି ସଭ୍ୟ ରହିଛନ୍ତି । ଚଳିତ ବର୍ଷ ପୂଜା କର୍ତ୍ତା ରୂପେ ଚିତ୍ତ ରଂଜନ ସାହୁ ଓ ସହ ଧର୍ମିଣୀ ସସ୍ମିତା ସାହୁ ତଥା ଉପକର୍ତ୍ତା ରୂପେ ଦୁର୍ଗା ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ତୁଳାଇବେ । ପୂଜା କମିଟିରେ ସ୍ୱସ୍ତିକ ସାଗର ସାହୁ, ସୋମଦେବ ସାହୁ, ମନିଷ ସାହୁ, ସ୍ୱୟଂ ମଟାରୀ ସହଯୋଗ କରିବେ । ଚଳିତ ବର୍ଷ ପଣ୍ଡିତ ଶୁକଦେବ ତ୍ରିପାଠୀ ଓ ସାଥୀ ମା ଙ୍କର ପୂଜା କାର୍ଯ୍ୟ ପାଇଁ ନିୟୋଜିତ ହୋଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ବଲାଙ୍ଗିର ଜନସାଧାରଣ, ସମସ୍ତ ପୂଜା ମଣ୍ଡପ, କ୍ଲବ ତଥା ଧର୍ମାନୁଷ୍ଠାନ ଯୋଗଦାନ କରିବା ପାଇଁ ଗାନ୍ଧି ପାଠାଗାର ସମ୍ପାଦକ ପ୍ରଦୀପ ସାହୁ ଅନୁରୋଧ କରିଛନ୍ତି ।