-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
କଣ୍ଟାମାଳ(ଅକୃର ସାହୁ): ବୌଦ୍ଧ ଜିଳ୍ଳା କଣ୍ଟାମାଳ ବନାଞ୍ଚଳ ମଳିକୁଦ ବିଟ ଅଧିନସ୍ଥ ମାତାକୁପା ଜଙ୍ଗଲରେ ଶହ ଶହ ଏକର ଜଙ୍ଗଲ କାଟି ଗଞ୍ଜେଈ ଚାଷ କରୁଥିବାର ଖବର ପାଇ ଗଞ୍ଜେଇ ଚାଷ କରୁଥିବା ମାତାକୁପା ସାକୋଷ ଜଙ୍ଗଲ ଡୁଙ୍ଗୁରିପଡା ଜଙ୍ଗଲ ,ଡୁମାଳପଖାଳ ପୁଟ୍ ପୁଟି ଗଡ ଜଙ୍ଗଲ , ଳବାରକାଣି ଭୁଆଶୁଣି ଦହୋ ଜଙ୍ଗଲ ,ଉତ୍ତୁଳ୍ଳା ଜଙ୍ଗଲ ,ଲେନ୍ଦ୍ରିମାଳ ପିଳାତୁପା ଜଙ୍ଗଲରେ ଗଞ୍ଜେଈ ଚାଷ କରୁଥିବାର ଗଞ୍ଜେଈ ଚାଷ କାଟି ପୋଡି ଦେଈଛନ୍ତି ।କିନ୍ତୁ କଣ୍ଟାମାଳ ବନାଞ୍ଚଳ ଜଙ୍ଗଳ ଦାୟିତ୍ଵରେ ରେଞ୍ଜର ,ଫରେଷ୍ଟର, ଫରେଷ୍ଟଗାର୍ଡ ଓ ୱାଚର କର୍ମଚlରୀ ଥାଈ ମଧ୍ଯ ଜଙ୍ଗଳର ମୂଲ୍ୟବାନ ଗଛ କାଟି ମାସ ମାସ ଧରି ଗଞ୍ଜେଇ ଚାଷ ହେଉଛି କାହିଁକି କିଏ ଜଣିପାରୁନାହାନ୍ତି । ଅନ୍ୟପକ୍ଷରେ ବ୍ଯବହାର କରିବା ପାଇଁ ଜାଳ କାଠ ଓ ଘର ତିଆରି କରିବା ପାଇଁ ଆଣି ଥିବା କାଠକୁ ଜବତ୍ କରି କେଶ୍ କରୁଛନ୍ତି ।କାହିଁକି ଶହ ଶହ ଏକର ଜଙ୍ଗଲ କାଟି ନଷ୍ଟ କରୁଛନ୍ତି ଓ ପଦକ୍ଷେପ ନେଉ ନାହାନ୍ତି ବୋଲି କଣ୍ଟାମାଳ ଅଞ୍ଚଳରେ ଚର୍ଚ୍ଚା ହେଉଛି।