-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲିରେ ନ୍ୟାସନାଲ କ୍ୟାଡେଟ୍ କୋରର ଏକ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ଗ୍ରୁପ କମାଣ୍ଡର ସମ୍ବଲପୁର କର୍ଣ୍ଣେଲ୍ ପ୍ରସାଦ କଦମଙ୍କ ନେତୃତ୍ୱରେ ୦୨/୧୦/୨୦୨୬ ଠାରୁ ଆରମ୍ଭ ହୋଇ କାର୍ଯ୍ୟକ୍ରମଟି ୧୧/୧୦/୨୦୨୬ ସମାପ୍ତି ହୋଇଯାଇଛି । ଯେଉଁଥିରେ ୧୧ ତମ ଓଡ଼ିଶା ବାଟାଲିୟନ ବଲାଙ୍ଗୀର ପକ୍ଷରୁ କ୍ୟାଡେଟ୍ମାନଙ୍କୁ ଉଚ୍ଚସ୍ତରୀୟ ମିଲିଟାରୀ ପ୍ରଶିକ୍ଷଣ ଦିଆଯାଇଥିଲା। ଶିକ୍ଷାନୁଷ୍ଠାନର ସିଟିଓ ବିଶ୍ୱାମିତ୍ର ତାଣ୍ଡି, ଏନସିସି ଶିକ୍ଷୟିତ୍ରୀ ଲିପ୍ସା ରାଣୀ ବାଗଙ୍କ ଯୋଗାଯୋଗରେ ଏହି ଐତିହାସିକ ଶିବିରର ଆୟୋଜନ କରି ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ଆଉ ଥରେ ଶୃଙ୍ଖଳା ଏବଂ ଦେଶସେବା କ୍ଷେତ୍ରରେ ନିଜର ଅଗ୍ରଣୀ ଭୂମିକା ପ୍ରମାଣିତ କରିଛି। ଏହି ପ୍ରଶିକ୍ଷଣ ଶିବିରରେ ୧୦ ଟି ଜିଲ୍ଲାର ପ୍ରାୟ ୪୦୦ ଶହରୁ ଉର୍ଦ୍ଧ୍ବ କ୍ୟାଡ଼େଟ ଅଂଶଗ୍ରହଣ କରିଥିଲେ ।ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହି ବୃହତ୍ ଶିବିର ପାଇଁ ଉତ୍କୃଷ୍ଟ ଏବଂ ସୁରକ୍ଷିତ ଭିତ୍ତିଭୂମି ଯୋଗାଇ ଦେଇଥିଲେ, ଯାହା ସେମାନଙ୍କୁ ମାନସିକ ଓ ଶାରୀରିକ ଭାବେ ଶକ୍ତିଶାଳୀ କରି ଦେଶର ଜଣେ ଜଣେ ଦାୟିତ୍ଵବାନ ନାଗରିକ ଭାବେ ଗଢ଼ିତୋଳିବ ।
୧୧ତମ ବାଟାଲିୟନର ଅଭିଜ୍ଞ ଏନ୍.ସି.ସି. ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ୟାଡେଟ ମାନଙ୍କୁ ବିଭିନ୍ନ ପ୍ରକାରର କଠିନ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଶିବିରକୁ ନେଇ ଓମ୍ ଭ୍ୟାଲି ସ୍କୁଲ୍ର ଛାତ୍ରଛାତ୍ରୀ ଏବଂ କ୍ୟାଡେଟ୍ମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ସେନାର ପୋଷାକରେ ସଜ୍ଜିତ ଯୁବ କ୍ୟାଡେଟ ମାନେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ । ଓମ ଭ୍ୟାଲି
ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ ଦୀପକ କୁମାର ସାହୁ, ମୁଖ୍ୟ ପରାମର୍ଶ ଦାତା ଡ. ରବିନ୍ ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ବର ରାଓ ଏବଂ ପରିଚାଳନା କମିଟି ଏହି ଅବସରରେ କହିଛନ୍ତି ଯେ, ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ । ଆମେ ପିଲାମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଶୃଙ୍ଖଳା ଭାବନାକୁ ସର୍ବଦା ପ୍ରାଥମିକତା ଦେଇଥାଉ ଏବଂ ଆଗକୁ ମଧ୍ୟ ଏଭଳି ସାହସିକ ତଥା ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆୟୋଜନ ଜାରି ରଖିବୁ ।
ଏହି ଶିବିର କେବଳ କ୍ୟାଡେଟ୍ମାନଙ୍କୁ ସେନା ଏବଂ ସରକାରୀ ସେବାରେ କ୍ୟାରିୟର ଗଢ଼ିବା ପାଇଁ ପ୍ରସ୍ତୁତ ନୁହେ ବରଂ ସେମାନଙ୍କ ମଧ୍ୟରେ "ଏକତା ଏବଂ ଶୃଙ୍ଖଳା" ର ଏନ୍.ସି.ସି. ମୂଳମନ୍ତ୍ରକୁ ଅଧିକ ମଜବୁତ କରିବ।