-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ବଲାଙ୍ଗୀର (ପ୍ରେରଣା ଖବର): ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ବ୍ଲକ୍ ଅଧିନସ୍ଥ ବିଭିନ୍ନ ଏସ ଏଚ ଜି , ସ୍କୁଲର ଛାତ୍ରଛାତ୍ରୀ ମାନେ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥି ସହିତ ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିର କର୍ମଚାରୀ ଓ ସଦସ୍ୟ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ରଙ୍ଗୋଲି ପ୍ରତିଯୋଗିତା ପରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ସଦର ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ବିଜୟ ଅର୍ଥରାଶି ଓ ଟ୍ରଫି ପୁରସ୍କୃତ କରିଥିଲେ । ରଙ୍ଗୋଲି ପ୍ରତିଯୋଗିତାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ବି
ବି ଏସ ସି ନର୍ସିଂ ର ଅଙ୍କିତ ପ୍ରଧାନ ଓ ଗ୍ରୁପ୍ ପ୍ରଥମ ସ୍ଥାନ ହାସଲ କରିଥିଲେ ଓ ପୁରସ୍କୃତ ହୋଇଥିଲେ । ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ସ୍କୁଲ୍ ଅଫ୍ ନର୍ସିଂ ସେଞ୍ଚୁରିଆନ୍ ର ଜି ଏନ୍ ଏମ୍ ର ସୁନନ୍ଦା ଓ ସାଥୀ । ତୃତୀୟ ସ୍ଥାନ ଅଧିକାର କରିଥିଲେ ଜୟ ବଜରଙ୍ଗୀ ଏସ ଏଚ ଜି ଖୁଜେନପାଲି ର ସଦସ୍ୟ ମାନେ । ସଭାରେ ଅନ୍ୟତମ ଅତିଥି ଭାବେ ବଲାଙ୍ଗୀର ସହକାରୀ ନିବନ୍ଧକ ଯାଜ୍ଞସେନି ସେଠୀ ଓ ଅରୂପାନନ୍ଦ ପଣ୍ଡା ମଞ୍ଚାସୀନ ଥିଲେ। ଚୁଡ଼ାପାଲି ସମବାୟ ସମିତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପବନ୍ଧୁ ସାହୁ ମଞ୍ଚ ପରିଚାଳନା କରିଥିଲେ । କୁଡ଼ାସିଂହା ସମବାୟ ସମିତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।