-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ବଲାଙ୍ଗୀର (ପ୍ରେରଣା ଖବର): ଲୋକଙ୍କୁ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ ତଥା ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ସ୍ଥାନରେ କୋର୍ଟ, କଚେରି ଓ ତହସିଲ ଅଫିସ ମାନ ସ୍ଥାପନ କରିଛନ୍ତି । କିନ୍ତୁ ଏହି ତହସିଲ ଗୁଡ଼ିକ ବର୍ତ୍ତମାନ ଲୋକଙ୍କ ସୁବିଧା ପରିବର୍ତ୍ତେ ଅନେକ ଅସୁବିଧାର କାରଣ ପାଲଟିଛି । ଦୀପତଳ ଅନ୍ଧାର ଭଳି ବଲାଙ୍ଗୀର କଲେକ୍ଟ୍ଏଟ ପରିସରରେ ଥିବା ବଲାଙ୍ଗୀର ତହସିଲ ଅଫିସ ଳକୁ ଉଦାହରଣ ହିସାବରେ ନିଆଯାଇପାରେ । ଏହି ତହସିଲ ଉପରେ ନିର୍ଭର କରୁଥିବା ଲୋକେ ବିଭିନ୍ନ ପ୍ରମାଣ ପତ୍ର, ମିଉଟେସନ, ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ନକଲ ପାଇବା ପାଇଁ ନାନା ହଇରାଣ ହେଉଛନ୍ତି । ଏଠାରେ ଥିବା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଙ୍କ ଅଫିସ୍ ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ଅଫିସକୁ ସ୍ଥାନାନ୍ତର ହେଲା ପରେ ଓକିଲମାନଙ୍କୁ କୋର୍ଟରୁ ସେଠାକୁ ଅଯଥାରେ ଧାଁ ଦୌଡ଼ କରିବାରେ ସମୟ ଅପଚୟ ସହ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଡିଷ୍ଟ୍ରିକ୍ଟ ରେକର୍ଡ ରୁମରେ କପି ଓ ମ୍ୟୁଟେସନ ପାଇଁ ଆବେଦନ କରିଥିବା ଓକିଲମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି । ସବ୍ କଲେକ୍ଟର ରେକର୍ଡ ରୁମ ଥିଲେବି ନଥିଲା ପରି । ତେଣୁ ଏସବୁ ଅବ୍ୟବସ୍ଥାକୁ ନେଇ ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି । ତେଣୁ ବଲାଙ୍ଗୀର ତହସିଲର ଏପରି ଅଚଳାବସ୍ଥାର ପରିବର୍ତ୍ତନ ନହେଲେ ଆଗାମୀ ଦିନରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିରାଟ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଚେତାବନୀ ଦେଇଛନ୍ତି ।