-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ୬ ଏବଂ ୭ ନଂ ଜିଲ୍ଲା ପରିଷଦ ଜୋନସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ବାଉଁଶିଆ ପଂଚାୟତ ଝରନାଳ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଜେଡି ଜିଲ୍ଲା ଉପସଭାପତି ମନୋରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିବା ବେଳେ ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ଥିବା ୬ ନଂ ଜୋନ ର ଜିଲ୍ଲାପରିଷଦ ବିଜେଡି ପ୍ରାର୍ଥୀନୀ ସଂଗୀତା ସ୍ୱାଇଁ
ଙ୍କୁ ଭୋଟ ଦେବା ପାଇଁ ଗୁଡ଼ିଆଳି ଓ ଜରଡ଼ ପଂଚାୟତକର୍ମୀ ଙ୍କୁ ଅନୁରୋଧ କରିଥିବା ବେଳେ ୭ ନଂ ଜୋନ ର ସନ୍ତୋଷ ପାଢ଼ୀଙ୍କୁ ବିଜୟୀ କରିବା ପାଇଁ ବୁଢା଼ମ୍ବ, ଖଜାପଲ୍ଲୀ, ରିଷିପୁର, ଆଠଗଡ ପାଟଣା, ବାଉଁଶିଆ, ବଡ଼ମହୁରୀ ଓ ଗଙ୍ଗାପୁର କର୍ମୀ ଙ୍କୁ ଆହ୍ୱାନ କରିଥିଲେ l ଏହି ବୈଠକ ରେ ୭ ଗୋଟି ପଂଚାୟତ ର ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ମାନେ ଉପସ୍ଥିତ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ l