-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ବଲାଙ୍ଗୀର/ସଇଁତଲା: :ବଲାଙ୍ଗୀର ଜିଲ୍ଲାର ସଇଁତଳା ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଆଲାନ ବେହେରାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଛି ଓଡ଼ିଶା ଭିଜିଲାନ୍ସ। କୃଷିଜମିକୁ ଘରବାଡ଼ି କିସମକୁ ପରିବର୍ତ୍ତନ କରିବା ଏବଂ ଏ ସଂକ୍ରାନ୍ତୀୟ ଜମିର ରେକର୍ଡ ଅଫ୍ ରାଇଟ୍ସ (ଆର୍ଓଆର୍) ପ୍ରସ୍ତୁତି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣକ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଗତ ସେପ୍ଟେମ୍ବର ୭ ତାରିଖରେ ଅନଲାଇନ୍ରେ ଆବେଦନ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆର୍ଆଇ ଆଲାନ ବେହେରା ଆବେଦନ ଉପରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିଲା।ଏହି କାର୍ଯ୍ୟ କରିବା ସହ କ୍ଷେତ୍ର ତଦନ୍ତ ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା ପାଇଁ ଆର୍ଆଇ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୩ ହଜାର ଟଙ୍କାକୁ କମାଇ ଦିଆଯାଇଥିଲା।ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଚଢ଼ାଉ କରି ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆର୍ଆଇ ଆଲାନ ବେହେରାଙ୍କୁ ଧରିଥିଲା। ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗର ସମ୍ବଲପୁର ବିଜିଲାନ୍ସ ଡିଭିଜନ ପି ଏସ କେଶ ନମ୍ବର ୧୯/୨୦୨୬ରେ ଏକ ମାମଲା ରୁଜୁ ହୋଇଛି।