-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜନୀତି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ : ରାଜ୍ୟ ଓବିସି ମଞ୍ଚ I

17-Jan-2022




ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ)/ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ଆଜି ତାର ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଛି ବୋଲି ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସଂମ୍ବିଳନୀରେ ମଞ୍ଚର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ପ୍ରକାଶ କରିଛନ୍ତି I ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓଵିସି) ମାନେ ମୋଟ୍ ଜନସଂଖ୍ୟାର ୫୨ ପ୍ରତିଶତ ରୁ ଉର୍ଦ୍ଧ ରହିଛନ୍ତି I ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିସ କରିବାର ଆଜକୁ ୩୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ଉଭୟ କେନ୍ଦ୍ର ଓ଼ ରାଜ୍ୟ ସରକାର ଟାଟାଟୁଲ ନୀତି ଅବଲମ୍ବନ କରିଆସୁଛନ୍ତି ବୋଲି ସ୍ଥାନୀୟ ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ଠାରେ ଅନୁଷ୍ଠିତ ସାମ୍ବାଦିକ ସଂମ୍ବିଳନୀ ରେ ଶ୍ରୀ ପାତ୍ର ପ୍ରକାଶ କରିଥିଲେ I ରାଜ୍ୟ ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୨୨୬୮୬ ତା. ୨୪.୧୨. ୨୦୨୧ ରେ ଓଡିଶା ସରକାର ଉଚ୍ଚ ନ୍ୟାୟଳୟ ରାୟର ଆଳ ଦେଖାଇ ୧୯୯୭ ରୁ ୨୦୧୭ ପର୍ଯ୍ୟନ୍ତ ପଂଚାୟତିରାଜ ନିର୍ବାଚନରେ ଓଵିସିଙ୍କୁ ଦେଉଥିବା ୨୭ ପ୍ରତିଶତ ସଂରକ୍ଷଣକୁ ବାତିଲ ଘୋଷଣା କରିଛନ୍ତି I ଏହାକୁ ବିରୋଧ କରି ଓବିସି ମଞ୍ଚ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ଫଚାୟତିରାଜ ନିର୍ବାଚନରେ ପୂର୍ବବତ୍ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଲାଗୁ କରିବାକୁ ଓ ଲାଗୁ ନ ହେବା ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଥିଲା I ମାତ୍ର  ସରକାର ଷଡଯନ୍ତ୍ର କରି ନ୍ୟାୟଳୟର ଆଳରେ ପଛୁଆବର୍ଗଙ୍କୁ ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ କଲେ I ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ I ପଛୁଆବର୍ଗଙ୍କ ନାର୍ଯ୍ୟଅଧିକାର ଓ ଦାବି ପ୍ରତି ରାଜ୍ୟ ସରକାର ବେଖାତିର ମନୋଭାବ ପୋଷଣ କରି ଇତି ମଧ୍ୟରେ ୫ଟି ପର୍ଯ୍ୟାୟ ରେ ପଂଚାୟତିରାଜ ନିର୍ବାଚନ ୧୬ ଫେବୃୟାରୀରୁ ୨୪ ଫେବୃୟାରୀ ପର୍ଯ୍ୟନ୍ତ କରିବାକୁ ଘୋଷଣା କରିଛନ୍ତି I ଆଜି ୧୭ ତାରିଖ ସୋମବାର ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପଂଚାୟତ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି I ଏହି ପରିପ୍ରେକ୍ଷୀରେ ଚଳିତ ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ରାଜ୍ୟ ସରକାରଙ୍କ ଉପେକ୍ଷା କୁ କଦାପି ବରଦାସ୍ତ କାରାଯିବ ନାହିଁ I ପଛୁଆବର୍ଗ ବେଲେଟ ମାଧ୍ୟାମରେ ଏହାର ଦୃଢ ଜବାବ ଦିଅନ୍ତୁ ବୋଲି ଶ୍ରୀ ପାତ୍ର ପଛୁଆବର୍ଗଙ୍କୁ ଆହ୍ୱାନ କରିଥିଲେ I 
ଅନ୍ୟପକ୍ଷରେ କେନ୍ଦ୍ର ସରକାର ଜାତିଗତ ଜନଗଣନା କରୁ ନାହାନ୍ତି  ଓ ରାଜ୍ୟ ସରକାର ଓଡିଶାରେ ଓବିସି ବଦଳରେ ଏସଇବିସି ଭିଆଣ କରି ଓଵିସିଙ୍କୁ  ଶିକ୍ଷାରେ ୦%,  ଚାକିରୀରେ ୧%, ଏବଂ ରାଜନୀତିର ପ୍ରଥମ ପାହାଚ ପଂଚାୟତିରାଜ ନିର୍ବାଚନରେ ଓବିସିଙ୍କ ପ୍ରତିନିଧିତ୍ବକୁ ଶୂନ କରିଛନ୍ତି । ତେଣୁ ଏହା ସ୍ପଷ୍ଟ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲ ନୀତି ଓ ଷଡଯନ୍ତ୍ର ଯୋଗୁଁ ଓବିସିଙ୍କ ବିକାଶ ଠପ ହୋଇଛି I ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଭାରତ ଭଳି ଏକ ଗଣତାନ୍ତ୍ରୀକ ଦେଶରେ ୫୨% ଲୋକଙ୍କ ହକକୁ ବେଖାତିର କରିବା ସହ ଓବିସିଙ୍କୁ ଗୁଲାମୀ କରିବାକୁ ବାଧ୍ୟ କରାଯାଉଛି I ମଣ୍ଡଳ କମିଶନଙ୍କ ବିଭିନ୍ନ ସୁପାରିଶକୁ କାର୍ଯ୍ୟକାରି କରିବା ପରିବର୍ତ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଓବିସିଙ୍କ ବିକାଶ ସମ୍ମୁଖରେ ପ୍ରତିବନ୍ଧକ ସାଜିବା ଦୁଃଖଦାୟକ ଅଟେ I ରାଜ୍ୟ  ଓବିସି ମଞ୍ଚ ଏହାକୁ ନିନ୍ଦା କରୁଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ I କେନ୍ଦ୍ର ସରକାର ଯଥାଶିଘ୍ର ଓବିସି ଜାତି ଜନଗଣନା କରିବା, ୫୦% ସିଲିଂ କୁ ଉଠାଇବା, , କ୍ରିମିଲେୟର ପଦ୍ଧତି ଉଛେଦ କରିବା ଓ ରାଜ୍ୟ ସରକାର ଓବିସିଙ୍କ ପାଇଁ ଶିକ୍ଷା, ଚାକିରୀ ଓ ପଂଚାୟତିରାଜ ନିର୍ବାଚନରେ ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା କରିବା ଓ ଜନଗଣନା ନହେବା ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ କରନ୍ତୁ ବୋଲି ଶ୍ରୀ ପାତ୍ର ଦାବୀ କରିଛନ୍ତି I କେନ୍ଦ୍ର ସରକାର ଆଗାମୀ ଜନଗଣନାରେ ଜାତିଗତ ଗଣନାକୁ ସୁନିଶ୍ଚିତ ନ କଲେ ପଛୁଆବର୍ଗ ଗଣନାକୁ ଅସଯୋଗ କରିବ ଏବଂ ପଛୁଆବର୍ଗ ଲୋକେ ଜନଗଣନାରେ ସାମିଲ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ I ନଚେତ ସାମ୍ବିଧାନିକ ପରିସର ଭିତରେ ରହି ଏସବୁ ଅନ୍ୟାୟ ବିରୁଦ୍ଧରେ ଠିକଣା ସମୟରେ ପଛୁଆ ବର୍ଗ ଉଚିତ ଜବାବ ଦେବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ I 
        ଜ଼ିଲ୍ଲା ଓବିସି ମଞ୍ଚର ଆବାହକ ସରୋଜ ସାହୁ ପଛୁଆବର୍ଗଙ୍କୁ ସରକାର ଅବହେଳା କରୁଥିବା ପ୍ରକାଶ କରି ଚଳିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ସମସ୍ତ ଓବିସି ବର୍ଗର ଲୋକେ ଓବିସି ପ୍ରାର୍ଥୀଙ୍କୁ ହିଁ ଭୋଟ୍ ଦେଇ ରାଜନୈତିକ କ୍ଷେତ୍ରକୁ ପଠାଇ ନିଜର ହକ୍ ଅଧିକାର ଜାହିର କରନ୍ତୁ ବୋଲି ଆହ୍ୱାନ କରିଥିଲେ I ଏହି ସାମ୍ବାଦିକ ସଂମ୍ବିଳନୀରେ ଜ଼ିଲ୍ଲା ଓବିସି ମଞ୍ଚ ସମ୍ବଲପୁରର ଉତ୍ତମ ପ୍ରଧାନ, ଲଷ୍ମଣ ପ୍ରଧାନ, ଚୂଳଧର ପ୍ରଧାନ, ଅନୁପମା ବାରିକ, ଚୂଡ଼ାମଣି ବାରିକ, ଦେବଦତ୍ତ ସାହୁ, ସୁଧାଂଶୁ ଶେଖର ମହାରଣା, ଅସୀମ ପଟେଲ, ଅକ୍ଷୟ ପ୍ରଧାନ ପ୍ରମୁଖ ମଂଚାସୀନ ଥିବାବେଳେ ପଛୁଆବର୍ଗ ଅନ୍ତର୍ଗତ ସମସ୍ତ ସମ୍ପ୍ରଦାୟର ଜ଼ିଲ୍ଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like