-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ଗଞ୍ଜାମ (ପ୍ରେରଣା ଖବର) : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଗାଙ୍ଗନାପୁର ଗ୍ରାମରେ ମୋ କବି ପ୍ରତିଭା, ଓଡ଼ିଶା (ଗଞ୍ଜାମ ଓ ବୌଦ୍ଧ) ପରିବାର ପକ୍ଷରୁ ପୌଷ ପୁନେଇଁ ପାଳନ କରାଯାଇଛି |ମୋ କବି ପ୍ରତିଭା ପରିବାରର ସଭାପତି ଶ୍ରୀ ଚିତ୍ରସେନ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅନୁଷ୍ଠାନର ସମ୍ପାଦକ ନିବାଶ ନାୟକ ସମ୍ପାଦକୀୟ ବାର୍ତ୍ତା ଦେଇଥିଲେ ଓ ପୌଷ ପୁନେଇଁ ବିଷୟ ରେ ଆଲୋଚନା କରିଥିଲେ, ଅନୁଷ୍ଠାନର ସଭାପତି ଆସର ଟି ଆରମ୍ଭ କରିବା ପାଇଁ ସହ ସମ୍ପାଦକଙ୍କୁ ଅନୁମତି ଦେଇଥିଲେ, ଅନୁଷ୍ଠାନର ସହ ସମ୍ପାଦକ ପରମା ନାଏକ ଶ୍ରୀ ଗଣେଶ ଙ୍କ ଗୋଟିଏ ଭଜନ ପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |
ଏହି ଆଭସି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୀୟତ୍ରି ଯୋଗ ଦେଇ ପୌଷ ପୁନେଇଁ ବିଷୟ ରେ କବିତା ପାଠ କରିଥିଲେ | ଆସର ରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ହେଲେ :- ରଶ୍ମିତା ସାହୁ, ନରୋତ୍ତମ ଦାସ, ରତିକାନ୍ତ ବେହେରା, ଚନ୍ଦନା ମଞ୍ଜରୀ ତ୍ରିପାଠୀ, ରୁବିନ ନାଏକ, ସୁରେଶ୍ ଚନ୍ଦ୍ର ପାଢି, ମିନତି ମହାରଣା, ସୁବ୍ରତ କୁମାର ପ୍ରଧାନ, ଭାଗିରଥି ପତି, ମାଧବ ମାଝି, ପ୍ରୀୟଦ୍ରସିନି ମହାରଣା, ନିବାସ ପଣ୍ଡା, ପ୍ରତିମା ଶତପଥୀ, ମନୋଜ କୁମାର ଦାସ, ପ୍ରମିଳା ପାଣି ଲେଖକ ଯୋଗ ଦେଇଥିଲେ | ଶେଷ ରେ ଅନୁଷ୍ଠାନ ର ସମ୍ପାଦକ ନିବାଶ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ |