-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି I ଏହି ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ I ୨୨ ତାରିଖରେ ପ୍ରାର୍ଥିପତ୍ର ଗୁଡ଼ିକ ଯାଞ୍ଚ୍ ହେବ। ଆଗ୍ରହୀ ପ୍ରାର୍ଥୀମାନେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୫ ତାରିଖ ଅପରାହ୍ଣରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ I ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ I ତେବେ ସମ୍ବଲପୁର ଜ଼ିଲ୍ଲାରେ ସମୁଦାୟ ୧୭୪୩ ୱାର୍ଡମେମ୍ବର, ୧୩୮ ସରପଞ୍ଚ, ୧୩୮ ସମିତି ସଭ୍ୟ ଓ ୧୮ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେଉଥିବାବେଳେ ଆଜି ନାମାଙ୍କନ ଦାଖଲର ପ୍ରଥମ ଦିନ ଜ଼ିଲ୍ଲାରେ ୧୫ ସରପଞ୍ଚ, ୭୮ ୱାର୍ଡ ମେମ୍ବର ଓ ୩ ସମିତି ସଭ୍ୟଙ୍କ ସମେତ ସମୁଦାୟ ୯୬ ଜଣ ପ୍ରାଥିପତ୍ର ଦାଖଲ କରିଥିବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I ତେବେ ସମ୍ବଲପୁର ଜ଼ିଲ୍ଲାରେ ନିର୍ବାଚନ ହେବାକୁଥିବା ୧୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଜଣେ ମଧ୍ୟ ଆଜି ଜ଼ିଲ୍ଲା ପରିଷଦ ଆସନ ପାଇଁ ପ୍ରାଥିପତ୍ର ଦାଖଲ କରିନାହାନ୍ତି I