-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ବଲାଙ୍ଗିର ସହର ଭିତରେ ପୁଣି ମାତିଲେ ଡିକି ଲୁଟେରା ॥ ଜଣେ ପାଇପ ମିସ୍ତ୍ରୀଙ୍କ ବାଇକର ଟୁଲ ବକ୍ସ ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟ କରି ଫେରାର ମାରିଲେ ଲୁଟେରା । ଆଜି ମେହେରମୁଣ୍ଡା ଗାଁର ଚକ୍ରଧର ସୁନା ନାମକ ଜଣେ ପାଇପ ମିସ୍ତ୍ରୀ, ଶାନ୍ତିପଡା ଠାରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧ ଲକ୍ଷ ୫୨ ହଜାର ଟଙ୍କା ୱିଥ ଡ୍ର କରିଥିଲେ । ଵାଇକରେ ଡିକି ନଥିବାରୁ, ଟୁଲ ବକ୍ସରେ ଟଙ୍କା ରଖିଦେଇ ଗାଁକୁ ଫେରିଥିଲେ ଚକ୍ରଧର । ସହରର ଖଦାଲପଡା ଠାରେ ଥିବା କାନାରା ବ୍ୟାଙ୍କ ନିକଟରେ ବାଇକ ରଖି ଦେଇ ଏ.ଟି.ଏମରୁ ଆଉ କିଛି ଟଙ୍କା କାଢିବା ପାଇଁ ଯାଇଥିଲେ ପାଇପ ମିସ୍ତ୍ରୀ । ଏ.ଟି.ଏମରୁ ଟଙ୍କା ଉଠାଣ କରି ଫେରିବା ସମୟରେ ଲୁଟେରା ମାନେ ବାଇକର ଟୁଲ ବକ୍ସ ଭାଙ୍ଗି ଟଙ୍କା ଧରି ଫେରାର ମାରିଥିଲେ । ଚକ୍ରଧର ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରୀ ରଖିଛି। ଘର ତିଆରି କାମ ଚାଲିଥିବାରୁ ଟଙ୍କା ଉଠାଣ କରିଥିଲେ । ବ୍ୟାଙ୍କରେ ଟଙ୍କା ଉଠାଣ କରି ଟୁଲବକ୍ସରେ ରଖିବା ସମୟରେ କେହି ଲୁଟେରା ଦେଖିଦେଇଥିବା ଅନୂମାନ କରାଯାଉଛି । ତାପରେ ଚକ୍ରଧରକୁ ରେକି କରି ସୁବିଧା ସୁଯୋଗ ଦେଖି ଲୁଟ ହୋଇଥିବା ଅନୂମାନ କରାଯାଉଛି ।