-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ) //ସୁବର୍ଣ୍ଣପୁର ମହାନଦୀ ବ୍ରିଜ ରେ ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥା କୁ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି l ଆଜି ପ୍ରଥମେ ସୁବର୍ଣ୍ଣପୁର ପୌର ପରିଷଦ ର ମୋ ଖତ ଯୋଜନା କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବାବେଳେ ସୋନପୁର ବ୍ଲକ ଛକ ଠାରେ ରାସ୍ତା ପାର୍ଶ୍ୱ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଉଭୟ ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ l ମହାନଦୀ ହିକୁଡି ଟୋଲଗେଟ ପାର୍ଶ୍ୱ ରେ ମିଶନ ଶକ୍ତି ପକ୍ଷରୁ ନିର୍ମିତ କାଫେଟେରିଆ ସେଣ୍ଟର କୁ ମଧ୍ୟ
ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଓ ଶ୍ରୀଯୁକ୍ତ ବେହେରା ଶୁଭ ଉଦଘାଟନ କରିଥିଲେ ଯାହା ଦ୍ୱାରା ଦୂରଦୂରାନ୍ତ ର ପର୍ଯ୍ୟଟକ ମହାନଦୀ ବ୍ରିଜର ଆଲୋକୀକରଣ ଓ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ର ସୌନ୍ଦର୍ଯ୍ୟ କୁ କଫେ ସେଣ୍ଟର ଠାରୁ ମନଭରି ଉପଭୋଗ କରିପାରିବେ l ଆଜିର ଏହି ସମସ୍ତ
କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ, ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲ, ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲୁଣ୍ଡା ହେମସାଗର ଭୋଇ,ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିତାଳି ମହାକୁର,ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାୟକ, ମୁଣ୍ଡୋଘାଟ ଜି ପି ସରପଞ୍ଚ ରଞ୍ଜିତା ଭୋଇ, ସମିତି ସଭ୍ୟ ରବି ସେଠୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ଗଣମାଧ୍ୟମ, ବୁଦ୍ଧିଜୀବୀ ଯୋଗଦେଇ ଥିଲେ l