-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
କେଆର୍ ନାରାୟଣନ (ଜନ୍ମ: ୪ ଫେବ୍ରୁଆରି ୧୯୨୧- ପ୍ରକୃତ ଏବଂ ସର୍ଟିଫିକେଟ୍ ଅନୁଯାୟୀ- ୨୭ ଅକ୍ଟୋବର୍ ୧୯୨୦; ମୃତ୍ୟୁ: ୯ ନଭେମ୍ବର୍ ୨୦୦୫) ଥିଲେ ଭାରତର ଦଶମ ରାଷ୍ଟ୍ରପତି। ତାଙ୍କର ପୂରା ନାମ କୋଚ୍ଚେରୀଲ ରାମନ ନାରାୟଣନ। ସେ ପ୍ରଥମ ଦଳିତ ଭାବେ ରାଷ୍ଟ୍ରପତି ପଦ ଅଳ˚କୃତ କରିଥିଲେ। ‘ତ୍ରାୱଣକୋର ବିଶ୍ବବିଦ୍ୟାଳୟ’ରୁ ଇ˚ଲିସ୍ ଭାଷା-ସାହିତ୍ୟରେ ସ୍ନାତକୋତ୍ତର ସାରି ସେ ‘ଲଣ୍ତନ୍ ସ୍କୁଲ୍ ଅଫ୍ ଇକନୋମିକ୍ସ’ରେ ଭର୍ତ୍ତିହୋଇଥିଲେ। ସେଠାରେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନ ପଢ଼ିଥିଲେ। ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁଁ ଉଚ୍ଚ ଶିକ୍ଷା ପରେ ସେ କିଛି କାଳ ସାମ୍ବାଦିକତା କରିଥିଲେ। ‘ଦ ହିନ୍ଦୁ’ ଓ ‘ଦ ଟାଇମ୍ସ ଅଫ୍ ଇଣ୍ତିଆ’ରେ ସେ କାମ କରିଥିବା ଜଣାଯାଏ। ଏହି ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସାକ୍ଷାତ୍କାର ନେଇଥିଲେ। ୧୯୪୫ରେ ସାମ୍ବାଦିକତା ଛାଡ଼ି, ଜେଆର୍ଡି ଟାଟା ପ୍ରଦତ୍ତ ଛାତ୍ର ବୃତ୍ତି ପାଇ ଲଣ୍ତନ୍ ଯାଇଥିଲେ। ଲଣ୍ତନ୍ ଅବସ୍ଥାନ କାଳରେ କେଏମ୍ ମୁନସୀ, ଭିକେ କୃଷ୍ଣ ମେନନ, କେଏନ୍ ରାଜଙ୍କ ଭଳି ବୁଦ୍ଧିଜୀବୀଙ୍କ ସ˚ସ୍ପର୍ଶରେ ଆସିଥିଲେ। ହାରୋଲ୍ଡ ଲାସ୍କି ଥିଲେ ତାଙ୍କର ଶିକ୍ଷକ। ୧୯୪୮ରେ ପ୍ରଧାନ ମନ୍ତ୍ରୀ ଜୱାହରଲାଲ ନେହରୁଙ୍କୁ, ଲାସ୍କି ଲେଖିଥିବା ଏକ ପତ୍ର ସହ ନାରାୟଣନ ଭାରତ ଫେରିଥିଲେ। ଉକ୍ତ ପତ୍ର ମାଧୢମରେ ନେହରୁ, ନାରାୟଣନଙ୍କ ସହ ପରିଚିତ ହୋଇଥିଲେ। ପର ବର୍ଷ ନାରାୟଣ ଭାରତୀୟ ବୈଦେଶିକ ସେବାରେ ଯୋଗଦେଇଥିଲେ। ଚାକିରି ଜୀବନରେ ସେ ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା, ଥାଇଲାଣ୍ତ୍ ଆଦିରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। କିଛି କାଳ ‘ଜୱାହରଲାଲ ନେହରୁ ବିଶ୍ବବିଦ୍ୟାଳୟ’ର କୁଳପତି ଥିଲେ। ରେଙ୍ଗୁନ୍ରେ ଭାରତୀୟ କୂଟନୀତିଜ୍ଞ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବର୍ମିଜ୍ ଯୁବତୀ ମା ଟିଣ୍ଟ୍ ଟିଣ୍ଟ୍ଙ୍କ ପ୍ରେମରେ ପଡ଼ିଥିଲେ। ଆଇନଗତ କଟକଣା ସତ୍ତ୍ବେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଟିଣ୍ଟ୍ ଟିଣ୍ଟ୍, ଉଷା ନାମ ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ଅନୁରୋଧରେ ନାରାୟଣନ ସକ୍ରିୟ କ˚ଗ୍ରେସ୍ ରାଜନୀତିରେ ଯୋଗଦେଇ ତିନି ତିନି ଥର ସା˚ସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ସମୟରେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ।*