-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2026
ସଇଁତଲା ବ୍ଲକସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା, ଚଉଦ ବର୍ଷରୁ କମ ବାଳକ, ବାଳିକା ମାନଙ୍କ ଚୟନ ଶିବିର ଧରବଗଡ ହାଇସ୍କୁଲରେ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଘୁନସର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ, ଆୟୋଜକ ସମ୍ପାଦକ ତଥା ଧରବଗଡ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳମଣି ମେହେର , ଗଣ୍ଡପତ୍ରାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନିଲ ସାହୁ , ଗଣ୍ଡପତ୍ରାପାଲି କ୍ଲଷ୍ଟର ସିଆର୍ ସିସି ହରେକୃଷ୍ଣ ନାଗ, ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ମଂଚାସୀନ ଥିଲେ। ଶ୍ରୀଗଣେଶ ଙ୍କ ପୂଜାର୍ଚ୍ଚନା, ପତାକା ଉତ୍ତୋଳନ, ଶପଥ ପାଠ, ମାର୍ଚ୍ଚପାଷ୍ଟ, ସହ ଏହି କାର୍ଯ୍ୟକ୍ରମ ଆଗକୁ ବଢ଼ି ଥିଲା, ଏହି ଶିବିର ରେ ଚାରୋଟି ଜୋନ ରୁ ୧୦୦ ଜଣ ବାଳକ, ବାଳିକା ଅଂଶଗ୍ରହଣ କରି ଥିଲେ, , 21-9-26ରୁ 23-9-26 ରେ ପାଟଣାଗଡ଼ ବ୍ଲକ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ରେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ୨୫ଜଣ ଖେଳାଳିଙ୍କୁ ପ୍ରତି ବିଭାଗରୁ ଚୟନ କରାଯାଇଥିଲା ।ଏହି ଖେଳ କୁ ସଇଁତଲା ବ୍ଲକର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଫଳତାର ସହିତ ପରିଚାଳନା କରିଥିଲେ। ସର୍ବ ଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦିବ୍ୟଲୋଚନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।ଧରବଗଡ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗ, ଖେଳ ଶିକ୍ଷକ ଚନ୍ଦ୍ରଶେଖର ବାହୁକ ଓ ପ୍ରଧାନ ଶିକ୍ଷକ ନୀଳମଣି ମେହେରଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।