-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2026
ଟିଟିଲାଗଡ଼(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରମାଇ ହାଇସ୍କୁଲ ଖେଳ ପଡିଆରେ ଆସନ୍ତା ତା.୨୧. ୦୯. ୨୦୨୬ ରିଖରୁ ତା. ୨୩. ୦୯. ୨୦୨୬ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ହାଇସ୍କୁଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଟିଟିଲାଗଡ଼ ବ୍ଲକ ହାଇସ୍କୁଲ ସ୍ତରୀୟ ଖେଳାଳି ଚୟନ ଶିବିର ପି. ଏମ. ଶ୍ରୀ ସରକାରୀ ଉନ୍ନୀତ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ବ୍ଲକର ଚାରୋଟି ଜୋନରୁ ୯୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଖେଳାଳି ଚୟନ ପାଇଁ କୋଡିଏ ଜଣ କ୍ରୀଡା ଶିକ୍ଷକ ଉପସ୍ଥିତ ଥିଲେ।ଏମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରତିଯୋଗିତାରେ ୨୫ ଜଣ ଖେଳାଳି ଜିଲ୍ଲା ସ୍ତରୀୟ କ୍ରୀଡା ପାଇଁ ଚୟନ ହୋଇଛନ୍ତି ।ଉଦଘାଟନୀ ଉତ୍ସବରେ ସିହିନୀ ସରପଞ୍ଚ ବୀରବର ସାହୁ ମୁଖ୍ୟ ଅତିଥି ଓ ନାରେନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି ଉଦଯାପନୀ ଉତ୍ସବରେ ଟିଟିଲାଗଡ଼ ରେଳବାଇ ଥାନା ସବ ଇନସ୍ପେକଟର ଖଲିଲ ଉର ରେହମାନ ଯୋଗ ଦେଇ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଦିଲୀପ ତ୍ରିପାଠୀ, ପୀତବାସ ପୁଟେଲ, ଆଲୋକ ଶିକ୍ସର, ପ୍ରିତମ ନାଏକ, ପାଣ୍ଡଵ ବିଶି, ଅଜୁ ଯାନୀ, ଗୌତମ ଆଡ଼ଯୁଏଡ଼, ରାଜେଶ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।