-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||     

HOME   ଦେଶ ବିଦେଶ

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

18-Sep-2026



ଲଣ୍ଡନ,ବିଶ୍ୱର ସାଂସ୍କୃତିକ ରାଜଧାନୀ  ଲଣ୍ଡନଠାରେ ନିକଟରେ “ଯୋଗ ଦ୍ୱାରା ଶାନ୍ତି କାମନା” ଶୀର୍ଷକ ଏକ ଅନନ୍ୟ ଓ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶକୁ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ, ବ୍ରହ୍ମ ବିଦ୍ୟା, ଶ୍ରୀ ଜଗନ୍ନାଥ ସୋସାଇଟି, ୟୁ.କେ.(ଏସଜେଏସୟୁକେ) ଏବଂ ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍ (ଓସୁକ)  ଆଦି  ସଂଗଠନ ଆୟୋଜନ କରିଥିଲେ। ସମ୍ମିଳନୀରେ

ଶତାଧିକ ଅଗ୍ରଣୀ ଆଧ୍ୟାତ୍ମିକ ଗୁରୁ, ବିଶିଷ୍ଟ ସମ୍ପ୍ରଦାୟ ନେତୃମଣ୍ଡଳୀ ଏବଂ   ପ୍ରଶାସନିକ ପଦାଧିକାରୀ ମାନେ ଯୋଗ ଦେଇଥିଲେ।ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୯ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଆଧ୍ୟାତ୍ମିକ ଉଚ୍ଛ୍ବାସ ଓ  ଭକ୍ତିପୂତ ପରିବେଶ ମଧ୍ୟରେ ଲଣ୍ଡନର ନେହରୁ ସେଣ୍ଟରରେ ଆୟୋଜିତ ଏହି ଭବ୍ୟ ସମାରୋହକୁ କେନ୍ଦ୍ର କରି  ଉଭୟ ଆୟୋଜକ ଓ  ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
                                                  ବୈଦିକ ମନ୍ତ୍ର ପାଠ ମଧ୍ୟରେ ପାରମ୍ପରିକ  ପ୍ରଦୀପ   ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିଲା। ଉଦ୍‌ଘାଟନ ସମୟରେ  ପ୍ରେମ ସାହୁଙ୍କ ଦ୍ୱାରା ଖୁବ   ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ ଏବଂ ସ୍ୱାମୀ ଶିବାନନ୍ଦଙ୍କ ଜୀବନ ଓ ଦର୍ଶନ ଉପରେ ଏକ ଆକର୍ଷଣୀୟ ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା। ବୈଠକକୁ ସମ୍ବୋଧନ କରି ବରେଣ୍ୟ ବକ୍ତା ମାନେ  ସମ୍ପ୍ରତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅଶାନ୍ତି ପର୍ଯ୍ୟାୟରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ନିଃସ୍ୱାର୍ଥ ସେବା,ଚୀରନ୍ତନ  ପ୍ରେମ , ଆଧ୍ୟାତ୍ମିକ ସାଧନା, ସାର୍ବଜନୀନ ଭ୍ରାତୃତ୍ୱ, ପାରସ୍ପରିକ ବୁଝାମଣା ଓ ବିଶ୍ୱ ଶାନ୍ତି ସମ୍ପର୍କିତ ଉପଦେଶ ଗୁଡ଼ିକର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
                                                        ଏହି ଅବସରରେ  ଇଂରାଜୀ ଭାଷା ରେ ଲିଖିତ “ଶିବାନନ୍ଦ ଯୋଗ–ଏ ୱାର୍ଲଡ଼    ୱ।ଇଡ଼ ଫେଂନୋମେନନ” ଶୀର୍ଷକ ପୁସ୍ତକକୁ ଏହାର ଲେଖକ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଓ ବ୍ରହ୍ମ ବିଦ୍ୟାର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମ ନିଷ୍ଠାନନ୍ଦ ସରସ୍ୱତୀ ଏବଂ ଇଂଲଣ୍ଡରେ ଅବସ୍ଥାପିତ ମରିସସ ଗଣରାଜ୍ୟର ଡେପୁଟି ହାଇ କମିଶନର ମହାମାନ୍ୟ ଶ୍ରୀ କେଭିନ୍ ପାୟେଣ୍ଡୀ ମିଳିତ ଭାବେ ଉନ୍ମୋଚନ କରିଥିଲେ। ପୁସ୍ତକଟିରେ ଡିଭାଇନ ଲାଇଫ ସୋସାଇଟିର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦଙ୍କର ମୌଳିକ ଉପଦେଶ ଯଥା:-ସେବା କର, ପ୍ରେମ କର, ଦାନ କର, ଶୁଦ୍ଧତା ରଖ, ଧ୍ୟାନ କର ଏବଂ ଉତ୍ସର୍ଗୀକୃତ ସେବା, ଭକ୍ତି ଓ ଧ୍ୟାନ ମାଧ୍ୟମରେ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ କରି  ମୋକ୍ଷ ପ୍ରାପ୍ତି କରିବା ଆଦି ବିଷୟବସ୍ତୁ ଉପରେ ବିସ୍ତୃତ ଵ୍ୟାଖ୍ୟାନ ସନ୍ନିବେଶିତ କରାଯାଇଛି। ବହିରେ ବ୍ୟକ୍ତିଗତ ଦାୟିତ୍ୱବତ୍ତା ଠାରୁ ଆରମ୍ଭ କରି  ଶାନ୍ତି ଓ ସଦ୍ଭାବ ପୂର୍ଣ୍ଣ ବିଶ୍ୱ ଗଠନ ଉପରେ ଗୁରୁତ୍ୱ  ଆରୋପ କରାଯାଇଛି।        ପୁସ୍ତକଟି ଜଗନ୍ନାଥ ଧାମ, ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଅଗ୍ରସୂଚନା ଲାଭ  କରିବାର ବିରଳ ସମ୍ମାନ ଉପଲବ୍ଧ କରିଛି। ଏଥିରେ ୟୁରୋପୀୟ ଯୋଗ ଫେଡରେସନ, ଆମେରିକାର ମିଆମି, ଫ୍ଲୋରିଡାସ୍ଥିତ ଯୋଗ ରିସର୍ଚ୍ ଫାଉଣ୍ଡେସନର ସ୍ୱାମୀ ଜ୍ୟୋତିର୍ମୟାନନ୍ଦ, ଉତ୍ତରକାଶୀର ଶିବାନନ୍ଦ ସେବା ସମିତିର ସ୍ୱାମୀ ପ୍ରେମାନନ୍ଦ ଏବଂ ଜର୍ମାନୀର ଯୋଗ ବିଦ୍ୟା ମୁଖ୍ୟାଳୟର ଶୁଭେଚ୍ଛା ବାର୍ତ୍ତା ମାନ ମଧ୍ୟ ସ୍ଥାନ ପାଇଛି । ଏହି କାର୍ଯ୍ୟକ୍ରମ ‘ଚିଦାନନ୍ଦ ଦଶକ ୨୦୧୬–୨୬ : ଏକ ବିଶ୍ୱ ଶାନ୍ତି ଅଭିଯାନ’ ର ଅଂଶ ବିଶେଷ ଥିଲା।
                                                ସମାବେଶରେ ଉଦବୋଧନ ଦେଇ  ଲେଖକ  ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଯୋଗ କେବଳ ଶାରୀରିକ ଅଭ୍ୟାସ ବା ଆସନ ମଧ୍ୟରେ ସୀମିତ ନରହି ଦୈନଦିନ ଜୀବନର ଅଂଶ ହେବା ଉପରେ ଜୋର ଦେଇଥିଲେ। ଏହା  ଜାତି, ସମ୍ପ୍ରଦାୟ ଓ ଧର୍ମ ନିର୍ବିଶେଷରେ ସର୍ବସାଧାରଣଙ୍କ  ପାଖରେ ପହଞ୍ଚିବା ଉଚିତ ବୋଲି ସ୍ୱାମୀଜୀ ଦର୍ଶାଇଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା  ଉପସ୍ଥାପିତ ଯୋଗର ଚାରି ମାର୍ଗ ଯଥା:- ଞାନ ଯୋଗ, ରାଜ ଯୋଗ, ଭକ୍ତି ଯୋଗ ଓ କର୍ମ ଯୋଗ ସହିତ ସଂଯୋଗ ସ୍ଥାପନ କରିବାର  ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ଶାନ୍ତି ପ୍ରଥମେ ବ୍ୟକ୍ତି ଭିତରେ, ତା’ପରେ ପରିବାର ମଧ୍ୟରେ ଏବଂ ସବା ଶେଷରେ ସାରା ବିଶ୍ୱକୁ ବ୍ୟାପ୍ତ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ସ୍ୱାମୀଜୀ ତାଙ୍କର ଅନୁଗାମୀ ଓ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଉପଦେଶାବଳୀକୁ ବ୍ୟକ୍ତିଗତ ଅଭ୍ୟାସରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏସଜେଏସୟୁକେର ଟ୍ରଷ୍ଟି ଏବଂ ଓସୁକର ସମ୍ପାଦକ ସୁକାନ୍ତ ସାହୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ସେ ୨୧ ଜୁନ୍‌କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଇ ସମଗ୍ର

ବିଶ୍ୱକୁ ଏକତ୍ର କରିପାରିଛନ୍ତି ବୋଲି ଉଲ୍ଲେଖ କରିଥିଲେ। ସାଉଥ୍ ହଲ୍‌  ସ୍ଥିତ  ଶ୍ରୀ ରାମ ମନ୍ଦିରର ଟ୍ରଷ୍ଟି ଜୟ ଶର୍ମା ଅଖଣ୍ଡ ବିଶ୍ୱାସ ଓ ନିରନ୍ତର ସାଧନା ଆଧାରରେ ଭକ୍ତି ଯୋଗର ରୂପାନ୍ତରକାରୀକରଣ ଶକ୍ତି ଉପରେ ଆଲୋକପାତ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ୟୁ.କେ. ସ୍ଥିତ ରାମକୃଷ୍ଣ ବେଦାନ୍ତ ସେଣ୍ଟରର ଦାୟିତ୍ୱାଧୀନ ମନ୍ତ୍ରୀ ସ୍ୱାମୀ ସର୍ବସ୍ଥାନନ୍ଦ, ପାର୍ବତୀ ଚୈତନ୍ୟ, ଡଃ ସହଦେବ ସ୍ୱାଇଁ, ଅନୁରାଧା ପାଣ୍ଡେ, ଡଃ ପ୍ରକାଶ ଦେ , ଅନୀତା ମିଶ୍ର, ପାର୍ଥ ପଣ୍ଡା, ସୁନୀତା ଗୁପ୍ତା, ନିତ୍ୟାନନ୍ଦ ପଟ୍ଟନାୟକ ଏବଂ ଶୁଭକାନ୍ତ ଦାସ ପ୍ରମୁଖ ଅନ୍ୟତମ ଥିଲେ।  ଇଂଲଣ୍ଡରେ ଅବସ୍ଥାପିତ ଭାରତୀୟ ହାଇ କମିଶନ, ଲଣ୍ଡନସ୍ଥିତ ମରିସସ ହାଇ କମିଶନ ଏବଂ ନେହରୁ ସେଣ୍ଟର ଏହି କାର୍ଯ୍ୟକ୍ରମର ପ୍ରୟୋଜକ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026
  ଜିଲ୍ଲା  
*ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   02-Nov-2026
  ଜିଲ୍ଲା  
ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ   02-Nov-2026
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026

You Might Also Like